ହର୍ବାଲ୍‌ ପ୍ରଡକ୍ଟ ଦେଇଛି ମହିଳାଙ୍କୁ ରୋଜଗାର

ଦାରିଙ୍ଗବାଡ଼ି,୯।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାମାଜିକ ଓ ଆର୍ଥତ୍କ ବିକାଶ ପାଇଁ ମହିଳାମାନେ ବହୁ ପରିଶ୍ରମ କରୁଛନ୍ତି। ଜନଜାତି ଅଧ୍ୟୁଷିତ ଏହି ବ୍ଲକରେ ମହିଳାମାନେ ହଳଦୀ ସମେତ ଅଦା, କ୍ଷୁଦ୍ରଦାନା ଶସ୍ୟ, ଧାନ, ବିରି, ଶୋରିଷ ଫସଲ ସହ ଉଦ୍ୟାନ କୃଷିରେ ପନିପରିବା, ଆମ୍ବ, ଲିଚୁ, ଆଦି କରି ବହୁ ରୋଜଗାର କରୁଛନ୍ତି। ଏଥିସହ ବର୍ଷକୁ ୩ ମାସ ଅଁଳା ସମେତ ହରିଡ଼ା, ବାହାଡ଼ା ଚାଷ କରି ଭଲ ଦୁଇପଇସା ରୋଜଗାର ସହ, ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ଖଲି ସିଲେଇ କରି ବଜାରରେ ବିକ୍ରି କରିଥାନ୍ତି। ତେବେ ଅକ୍ଟୋବର ମାସ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ଏହି ଅଁଳା, ହରିଡ଼ା, ବାହାଡ଼ା ସଂଗ୍ରହ କରିବା ସହ ଏହାକୁ ରନ୍ଧା, ଶୁଖାଇବା, ଗୁଣ୍ଡ କରିବା ପରେ ପ୍ରସ୍ତୁତ କରି ବଜାରରେ ବିକ୍ରି କରିଥାନ୍ତି। ଦେଶରେ ନାମୀଦାମୀ ହରବାଲ କମ୍ପାନୀ ଦାରିଙ୍ଗବାଡ଼ିରୁ ସିଧାସଳଖ ଏହା କ୍ରୟ କରିଥାନ୍ତି।
ଦଲାଲମାନେ ମଧ୍ୟ ପହଞ୍ଚତ୍ ଶସ୍ତାରେ କିଣିନେଇଥାନ୍ତି। ଅଞ୍ଚଳର ଶ୍ରାନିକେତା ପଞ୍ଚାୟତର ସୁଲୁମାହା ଗ୍ରାମରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଦୁର୍ଗମ ଭ୍ରମରବାଡ଼ି ପଞ୍ଚାୟତର ୧୧୬ ଜଣିଆ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ହରବାଲ ପ୍ରଡକ୍ଟ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି। ଭ୍ରମରବାଡ଼ି ପଞ୍ଚାୟତର ମହିଳାମାନେ ନିଜେ ଅଁଳା ସମେତ ହରିଡ଼ା ବାହାଡ଼ା ସଂଗ୍ରହ କରିବା ସହ ଅନ୍ୟମାନଙ୍କ ଠାରୁ କଞ୍ଚାମାଲ୍‌ କିଲୋ ପିଛା ୧୦ଟଙ୍କାରେ କିଣନ୍ତି ବୋଲି ସଭାନେତ୍ରୀ ମିନତୀ ପ୍ରଧାନ, ସମ୍ପାଦିକା ସୂର୍ଯ୍ୟକାନ୍ତୀ ପ୍ରଧାନ ପ୍ରମୁଖ କହିଛନ୍ତି। ପରେ ଶୁଖିଲା ଅଁଳାକୁ କିଲୋ ପିଛା ୨ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଥିବା ମହିଳା ସଦସ୍ୟ ନମୋଜିନୀ ପ୍ରଧାନ,ଜାସନ୍ତୀ ନାୟକ ପ୍ରମୁଖ କହିଛନ୍ତି। ପ୍ରଥମେ ଅଁଳାକୁ ଗରମ ପାଣିରେ ଶିଝା ଯାଇଥାଏ। ପରେ ତାକୁ କାଟି ଶୁଖାଯାଇଥାଏ। ଶୁଖିବା ପାଇଁ ବହୁ ସମୟ ଲାଗିଥାଏ। ସରକାରଙ୍କ ପକ୍ଷରୁ ଏହା କିଣାଗଲେ ଭଲ ଦର ମିଳନ୍ତା, ବାହାରୁ ଆସୁଥିବା କମ୍ପାନୀ ଏବଂ ଦଲାଲ ଶସ୍ତାରେ ନେଉଛନ୍ତି। ମଜୁରି ମଧ୍ୟ ସେମାନେ ପାଉ ନ ଥିବା କହିଛନ୍ତି। ଗତବର୍ଷ ଦର କମିଯିବାରୁ ଏବଂ ଦଲାଲମାନେ ଶସ୍ତାରେ କିଣିବାକୁ ଉଦ୍ୟମ କରିଥିବାରୁ ମହିଳାମାନେ ବିକ୍ରି କରିପାରି ନ ଥିବା କହିଛନ୍ତି। ଗତବର୍ଷର ପ୍ରାୟ ୫୦ କୁଇଣ୍ଟାଲ ଅଁଳା ମହଜୁଦ ରହିଛି, ଚଳିତବର୍ଷ ଏବେ ପ୍ରସ୍ତୁତି ଚାଲିଥିବା ମହିଳା ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

ବାଲିଗୁଡା ବିଧାନସଭା ନିର୍ବାଚନ: କିଏ ମାରିବ ବାଜି, ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ରଣକୌଶଳ ଆରମ୍ଭ

ବାଲିଗୁଡା,୧୫।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। କଂଗ୍ରେସ...

ସରିଲା ୧୩ ଦିନିଆ ଦଣ୍ଡଯାତ୍ରା

ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ...

ସୁରଦା, ପ୍ରତିଭା, କଳ୍ପନାଙ୍କୁ ନେଇ ତେଜୁଛି ରାଜନୀତି

ଫୁଲବାଣୀ, ୧୩ା୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଜନୀତି ଦିନକୁ ଦିନ ଗରମ ହେବାରେ ଲାଗିଛି । ବାଲିଗୁଡା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁରଦା ପ୍ରଧାନ,...

ନିର୍ବାଚନ ପୂର୍ବରୁ ଝଟ୍‌କା: କଂଗ୍ରେସ, ଭାଜପା ଛାଡ଼ିଲେ ଶତାଧିକ କର୍ମୀ

ଦାରିଙ୍ଗବାଡି,୧୨।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମିଶ୍ର କଲ୍ୟାଣ ମଣ୍ଡପଠାରେ ବିଜେଡିର କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଥମିଲା ଚର୍ଚ୍ଚା: ଚକ୍ରମଣୀଙ୍କୁ ଦୋହରାଇଲା ବିଜେଡି

ଫୁଲବାଣୀ, ୧୨ା୪(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri