ହର୍ବାଲ୍‌ ପ୍ରଡକ୍ଟ ଦେଇଛି ମହିଳାଙ୍କୁ ରୋଜଗାର

ଦାରିଙ୍ଗବାଡ଼ି,୯।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାମାଜିକ ଓ ଆର୍ଥତ୍କ ବିକାଶ ପାଇଁ ମହିଳାମାନେ ବହୁ ପରିଶ୍ରମ କରୁଛନ୍ତି। ଜନଜାତି ଅଧ୍ୟୁଷିତ ଏହି ବ୍ଲକରେ ମହିଳାମାନେ ହଳଦୀ ସମେତ ଅଦା, କ୍ଷୁଦ୍ରଦାନା ଶସ୍ୟ, ଧାନ, ବିରି, ଶୋରିଷ ଫସଲ ସହ ଉଦ୍ୟାନ କୃଷିରେ ପନିପରିବା, ଆମ୍ବ, ଲିଚୁ, ଆଦି କରି ବହୁ ରୋଜଗାର କରୁଛନ୍ତି। ଏଥିସହ ବର୍ଷକୁ ୩ ମାସ ଅଁଳା ସମେତ ହରିଡ଼ା, ବାହାଡ଼ା ଚାଷ କରି ଭଲ ଦୁଇପଇସା ରୋଜଗାର ସହ, ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ଖଲି ସିଲେଇ କରି ବଜାରରେ ବିକ୍ରି କରିଥାନ୍ତି। ତେବେ ଅକ୍ଟୋବର ମାସ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ଏହି ଅଁଳା, ହରିଡ଼ା, ବାହାଡ଼ା ସଂଗ୍ରହ କରିବା ସହ ଏହାକୁ ରନ୍ଧା, ଶୁଖାଇବା, ଗୁଣ୍ଡ କରିବା ପରେ ପ୍ରସ୍ତୁତ କରି ବଜାରରେ ବିକ୍ରି କରିଥାନ୍ତି। ଦେଶରେ ନାମୀଦାମୀ ହରବାଲ କମ୍ପାନୀ ଦାରିଙ୍ଗବାଡ଼ିରୁ ସିଧାସଳଖ ଏହା କ୍ରୟ କରିଥାନ୍ତି।
ଦଲାଲମାନେ ମଧ୍ୟ ପହଞ୍ଚତ୍ ଶସ୍ତାରେ କିଣିନେଇଥାନ୍ତି। ଅଞ୍ଚଳର ଶ୍ରାନିକେତା ପଞ୍ଚାୟତର ସୁଲୁମାହା ଗ୍ରାମରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଦୁର୍ଗମ ଭ୍ରମରବାଡ଼ି ପଞ୍ଚାୟତର ୧୧୬ ଜଣିଆ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ହରବାଲ ପ୍ରଡକ୍ଟ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି। ଭ୍ରମରବାଡ଼ି ପଞ୍ଚାୟତର ମହିଳାମାନେ ନିଜେ ଅଁଳା ସମେତ ହରିଡ଼ା ବାହାଡ଼ା ସଂଗ୍ରହ କରିବା ସହ ଅନ୍ୟମାନଙ୍କ ଠାରୁ କଞ୍ଚାମାଲ୍‌ କିଲୋ ପିଛା ୧୦ଟଙ୍କାରେ କିଣନ୍ତି ବୋଲି ସଭାନେତ୍ରୀ ମିନତୀ ପ୍ରଧାନ, ସମ୍ପାଦିକା ସୂର୍ଯ୍ୟକାନ୍ତୀ ପ୍ରଧାନ ପ୍ରମୁଖ କହିଛନ୍ତି। ପରେ ଶୁଖିଲା ଅଁଳାକୁ କିଲୋ ପିଛା ୨ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଥିବା ମହିଳା ସଦସ୍ୟ ନମୋଜିନୀ ପ୍ରଧାନ,ଜାସନ୍ତୀ ନାୟକ ପ୍ରମୁଖ କହିଛନ୍ତି। ପ୍ରଥମେ ଅଁଳାକୁ ଗରମ ପାଣିରେ ଶିଝା ଯାଇଥାଏ। ପରେ ତାକୁ କାଟି ଶୁଖାଯାଇଥାଏ। ଶୁଖିବା ପାଇଁ ବହୁ ସମୟ ଲାଗିଥାଏ। ସରକାରଙ୍କ ପକ୍ଷରୁ ଏହା କିଣାଗଲେ ଭଲ ଦର ମିଳନ୍ତା, ବାହାରୁ ଆସୁଥିବା କମ୍ପାନୀ ଏବଂ ଦଲାଲ ଶସ୍ତାରେ ନେଉଛନ୍ତି। ମଜୁରି ମଧ୍ୟ ସେମାନେ ପାଉ ନ ଥିବା କହିଛନ୍ତି। ଗତବର୍ଷ ଦର କମିଯିବାରୁ ଏବଂ ଦଲାଲମାନେ ଶସ୍ତାରେ କିଣିବାକୁ ଉଦ୍ୟମ କରିଥିବାରୁ ମହିଳାମାନେ ବିକ୍ରି କରିପାରି ନ ଥିବା କହିଛନ୍ତି। ଗତବର୍ଷର ପ୍ରାୟ ୫୦ କୁଇଣ୍ଟାଲ ଅଁଳା ମହଜୁଦ ରହିଛି, ଚଳିତବର୍ଷ ଏବେ ପ୍ରସ୍ତୁତି ଚାଲିଥିବା ମହିଳା ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri