ହରିନାମ ସଂକୀର୍ତ୍ତନର ଲୋକାଦୃତ ଲାଗି ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀର ପ୍ରୟାସ

ହେମଗିର, ୮।୨(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଗୋପାଳପୁର ପଞ୍ଚାୟତ ଝୁପୁରୁଙ୍ଗାର ଶ୍ରୀଶ୍ରୀ ତ୍ରିଶକ୍ତି ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରି ଶ୍ରୋତାମଣ୍ଡଳୀର ମନମୋହିଥିଲେ। ଗତ ୨୫ରୁ ୨ ତାରିଖ ପର୍ଯ୍ୟନ୍ତ ଶନିପୂଜା ନବରାତ୍ରିରେ ଝୁପୁରୁଙ୍ଗା ଗ୍ରାମରେ କୀର୍ତ୍ତନ ପରିବେଷଣ କରିଥିଲେ। ଏହି ସଂକୀର୍ତ୍ତନ୍ୟ ମଣ୍ଡଳୀର ସଭାପତି ଜଗଦିଶ ରାଉତ, ସମ୍ପାଦକ ମୋତି ରାଉତ କହିଛନ୍ତି, ଅଞ୍ଚଳରେ ସଂକୀର୍ତ୍ତନର ବହୁଳ ପ୍ରଚାର, ପ୍ରତି ଗାଁରେ ସଂକୀର୍ତ୍ତନ୍ୟର ଗୁରୁତ୍ୱ, ମାହାତ୍ମ୍ୟ ପହଞ୍ଚାଇବା ପାଇଁ ସେମାନେ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ସବୁଠି ପୁରୁଷଙ୍କୁ ସଂକୀର୍ତ୍ତନ୍ୟ ପରିବେଷଣ କରିବାର ଦେଖିବାକୁ ମିଳେ। ମାତ୍ର ମହିଳାମାନଙ୍କ ମଧ୍ୟରେ ସଂକୀର୍ତ୍ତନ୍ୟ ପରିବେଷଣର ଦକ୍ଷତା ରହିଛି ଓ ସେମାନେ ମଧ୍ୟ ଭଲ ସୁମଧୁର ସଂକୀର୍ତ୍ତନ୍ୟ ପରିବେଷଣ କରିପାରିବେ ଏବଂ ସେମାନେ ମଧ୍ୟ ସଂକୀର୍ତ୍ତନ୍ୟ ପରିବେଷଣରେ ସାମିଲ ହେବା ଲକ୍ଷ୍ୟ ନେଇ ଏହି ସଂକୀର୍ତ୍ତନ୍ୟ ମଣ୍ଡଳୀ ଗଠିତ ହୋଇଛି ବୋଲି ସେମାନେ କହିଛନ୍ତି। ହରିନାମ ସଂକୀର୍ତ୍ତନର ଲୋକାଦୃତ ଲାଗି ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ ପ୍ରୟାସ ଜାରି ରଖିଛି। ଏହି ସଂକୀର୍ତ୍ତନ୍ୟ ମଣ୍ଡଳୀରେ ମ୍ୟାନେଜର ଭାବେ କୁବେର ସେଟ ରହିଛନ୍ତି। ସେହିପରି ବାଦକ ଭାବେ ମଙ୍ଗଳୁ ଧୃଆ, ଗାୟକ ଭାବେ ନେହେରୁ ଲାଲ ବାରିକ୍‌ ଅଛନ୍ତି। ନିଳିମା ପଟ୍ଟା, ପ୍ରମୋଦିନି ଦାସ, ଦଶମତୀ କାଲୋ, ହେମଲତା କୁଅଁର, ରେବତୀ ଦଣ୍ଡସେନା, ଗୋଲାପି ମହାଲିଙ୍ଗ, ମନ୍ଦାକିନି କମାର, ଯଶୋଦା ମାଝି, ନିଳିମା ନାଗ, ସତ୍ୟଭାମା ସେଟ୍‌, ବେଦମତୀ ନାଗ, ପଙ୍କଜିନି ମାଝି ପ୍ରମୁଖ ୪୦ରୁ ଊର୍ଦ୍ଧ୍ୱ ପାଳିଆ ଭାବେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ: ଚାଲିଗଲା ଡ୍ରାଇଭରଙ୍କ ଜୀବନ

ବଣାଇଁ, ୨୨।୪ (ପ୍ରଦୀପ ତ୍ରିପାଠୀ): ବଣାଇଁ ଥାନା ଅନ୍ତର୍ଗତ ଜକୈକଳା ଗ୍ରାମ ମୁଣ୍ଡରେ ବିଳମ୍ବିତ ରାତିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ବାଡେଇ ହେବା...

ବସ୍‌କୁ ପିଟିଲା ଟ୍ରକ୍‌, ୫ ଆହତ

ରାଉରକେଲା,୨୧ା୪: ସୁନ୍ଦରଗଡ଼ ଜିଲା ବଣାଇ ଲହୁଣିପଡ଼ା ରଜାମୁଣ୍ଡା ବାଇପାସ୍‌ ନିକଟରେ ରବିବାର ବସ୍‌କୁ ଏକ ଟ୍ରକ୍‌ ପିଟିବାରୁ ୫ ଜଣ ଆହତ ହୋଇଛନ୍ତି। ବସ୍‌ଟି ରାଉରକକେଲାରୁ...

ସ୍ବାସ୍ଥ୍ୟକେନ୍ଦ୍ରରେ ନାହିଁ ଆବଶ୍ୟକ ଔଷଧ

ରାଉରକେଲା,୨୧ା୪(ବିପ୍ଳବ ରଞ୍ଜନ ଦାଶ)ରାଜ୍ୟ ସରକାରଙ୍କ ସିଟି ହେଲ୍‌ଥ ମିଶନରେ ରାଉରକେଲା ଅର୍ବାନ ଅଞ୍ଚଳର ଲକ୍ଷାଧିକ ରୋଗୀ ବେଶ୍‌ ଉପକୃତ ହେଉଛନ୍ତି। ବସ୍ତିବାସିନ୍ଦାଙ୍କ ପାଇଁ ଗୋଟିଏ ଗୋଟିଏ...

ସୁଧୁରୁନି ବସ୍ତି ଅଞ୍ଚଳର ଦୁରବସ୍ଥା

ରାଉରକେଲା,୨୧ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଅଧୀନରେ ରହିଛି ସମୁଦାୟ ୪୧ଟି ଓ୍ବାର୍ଡ। ପ୍ରତି ଓ୍ବାର୍ଡରେ ରହିଛି ମୋଟ ୧୩୨ ବସ୍ତି। ୬୦ଭାଗ ବସ୍ତିରେ ବିଜୁ...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri