ହରିନାମ ସଂକୀର୍ତ୍ତନର ଲୋକାଦୃତ ଲାଗି ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀର ପ୍ରୟାସ

ହେମଗିର, ୮।୨(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଗୋପାଳପୁର ପଞ୍ଚାୟତ ଝୁପୁରୁଙ୍ଗାର ଶ୍ରୀଶ୍ରୀ ତ୍ରିଶକ୍ତି ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରି ଶ୍ରୋତାମଣ୍ଡଳୀର ମନମୋହିଥିଲେ। ଗତ ୨୫ରୁ ୨ ତାରିଖ ପର୍ଯ୍ୟନ୍ତ ଶନିପୂଜା ନବରାତ୍ରିରେ ଝୁପୁରୁଙ୍ଗା ଗ୍ରାମରେ କୀର୍ତ୍ତନ ପରିବେଷଣ କରିଥିଲେ। ଏହି ସଂକୀର୍ତ୍ତନ୍ୟ ମଣ୍ଡଳୀର ସଭାପତି ଜଗଦିଶ ରାଉତ, ସମ୍ପାଦକ ମୋତି ରାଉତ କହିଛନ୍ତି, ଅଞ୍ଚଳରେ ସଂକୀର୍ତ୍ତନର ବହୁଳ ପ୍ରଚାର, ପ୍ରତି ଗାଁରେ ସଂକୀର୍ତ୍ତନ୍ୟର ଗୁରୁତ୍ୱ, ମାହାତ୍ମ୍ୟ ପହଞ୍ଚାଇବା ପାଇଁ ସେମାନେ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ସବୁଠି ପୁରୁଷଙ୍କୁ ସଂକୀର୍ତ୍ତନ୍ୟ ପରିବେଷଣ କରିବାର ଦେଖିବାକୁ ମିଳେ। ମାତ୍ର ମହିଳାମାନଙ୍କ ମଧ୍ୟରେ ସଂକୀର୍ତ୍ତନ୍ୟ ପରିବେଷଣର ଦକ୍ଷତା ରହିଛି ଓ ସେମାନେ ମଧ୍ୟ ଭଲ ସୁମଧୁର ସଂକୀର୍ତ୍ତନ୍ୟ ପରିବେଷଣ କରିପାରିବେ ଏବଂ ସେମାନେ ମଧ୍ୟ ସଂକୀର୍ତ୍ତନ୍ୟ ପରିବେଷଣରେ ସାମିଲ ହେବା ଲକ୍ଷ୍ୟ ନେଇ ଏହି ସଂକୀର୍ତ୍ତନ୍ୟ ମଣ୍ଡଳୀ ଗଠିତ ହୋଇଛି ବୋଲି ସେମାନେ କହିଛନ୍ତି। ହରିନାମ ସଂକୀର୍ତ୍ତନର ଲୋକାଦୃତ ଲାଗି ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ ପ୍ରୟାସ ଜାରି ରଖିଛି। ଏହି ସଂକୀର୍ତ୍ତନ୍ୟ ମଣ୍ଡଳୀରେ ମ୍ୟାନେଜର ଭାବେ କୁବେର ସେଟ ରହିଛନ୍ତି। ସେହିପରି ବାଦକ ଭାବେ ମଙ୍ଗଳୁ ଧୃଆ, ଗାୟକ ଭାବେ ନେହେରୁ ଲାଲ ବାରିକ୍‌ ଅଛନ୍ତି। ନିଳିମା ପଟ୍ଟା, ପ୍ରମୋଦିନି ଦାସ, ଦଶମତୀ କାଲୋ, ହେମଲତା କୁଅଁର, ରେବତୀ ଦଣ୍ଡସେନା, ଗୋଲାପି ମହାଲିଙ୍ଗ, ମନ୍ଦାକିନି କମାର, ଯଶୋଦା ମାଝି, ନିଳିମା ନାଗ, ସତ୍ୟଭାମା ସେଟ୍‌, ବେଦମତୀ ନାଗ, ପଙ୍କଜିନି ମାଝି ପ୍ରମୁଖ ୪୦ରୁ ଊର୍ଦ୍ଧ୍ୱ ପାଳିଆ ଭାବେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri