Posted inଫୁରସତ

ହରାଇପାରିନି କର୍କଟ: ସମାଜସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବିଜୟଲକ୍ଷ୍ମୀ

ପ୍ରତି ମୁହୂର୍ତ୍ତରେ ସେ କର୍କଟ ଭଳି ଦୁରାରୋଗ୍ୟ ସହ ଲଢେଇ ଜାରି ରଖିଛନ୍ତି। ମୃତ୍ୟୁକୁ ଅତି ନିକଟରୁ ଦେଖୁଛନ୍ତି। ତଥାପି ହାର୍‌ ମାନିନାହାନ୍ତି। ନିଜେ ବଞ୍ଚତ୍ବା ସହ ଅନ୍ୟମାନଙ୍କ ପାଇଁ ବଞ୍ଚତ୍ବାର ରାହା ପାଲଟିଛନ୍ତି। ଅସହାୟ ଓ ଅନାଥମାନଙ୍କୁ ସାହାରା ଦେଉଛନ୍ତି। କର୍କଟ ରୋଗୀଙ୍କ ପାଇଁ କାମ କରୁଛନ୍ତି। ନିଜ ଚିକିତ୍ସା ପାଇଁ ଆର୍ଥିକ ସମ୍ବଳ ଥିଲେ ମଧ୍ୟ ସେହି ଅର୍ଥକୁ ନିଜ ପାଇଁ ଖର୍ଚ୍ଚ ନକରି ଅନ୍ୟ ପାଇଁ ଖର୍ଚ୍ଚ କରୁଛନ୍ତି। କୌଣସି ଏନ୍‌ଜିଓ କିମ୍ବା ସାମାଜିକ ସଙ୍ଗଠନ ସହ ଜଡ଼ିତ ନ ହୋଇ ନିଜ ଦ୍ୱାରା ଯେତିକି ସମ୍ଭବ ଅନ୍ୟକୁ ସାହାଯ୍ୟ କରି ସମାଜସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି ଭୁବନେଶ୍ୱରର ବିଜୟଲକ୍ଷ୍ମୀ କର।
୫୮ ବର୍ଷୀୟ ବିଜୟଲକ୍ଷ୍ମୀ। ପେସାରେ ସେ ଜଣେ ଡ୍ରେସ୍‌ ଡିଜାଇନର। ହସଖୁସିର ସଂସାର ଥିଲା। ହେଲେ ୨୦୦୮ରେ ସେ ରକ୍ତ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ସବୁକିଛି ବଦଳିଗଲା। ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପାଇଁ ଡାକ୍ତର ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ କହିଥିଲେ। ଚିକିତ୍ସା ଖର୍ଚ୍ଚ ବହନ କରିବାର କ୍ଷମତା ଥିଲେ ମଧ୍ୟ ନିଜ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବାକୁ ସେ ରାଜି ହୋଇ ନ ଥିଲେ। ବରଂ ସେହି ଅର୍ଥରେ ଅନ୍ୟ ପାଇଁ କିଛି କରିବାକୁ ସ୍ଥିର କରିଥିଲେ। ଜୀବନସାରା କେମୋ ନେଇ ସବୁକିଛି ଭଗବାନଙ୍କ ଉପରେ ଛାଡିଦେଇଥିବା ବିଜୟଲକ୍ଷ୍ମୀ ଏବେ ପ୍ରତିଦିନ କର୍କଟ ସହ ଲଢେଇ କରୁଛନ୍ତି। ବାହ୍ୟ ଚାକଚକ୍ୟ ଛାଡିଦେଇ ଅନ୍ୟର ଜୀବନକୁ ଆଲୋକିତ କରୁଛନ୍ତି। ନିଜର ଜଣେ କର୍ମଚାରୀଙ୍କ ଦିବ୍ୟାଙ୍ଗ ପୁଅକୁ କୋଳେଇ ନେଇ ତାକୁ ନିଜ ପୁଅ ଭଳି ବଡ଼ କରୁଛନ୍ତି। କେବଳ ଏତିକି ନୁହେଁ, ବହୁ ଦିବ୍ୟାଙ୍ଗ ଶିଶୁଙ୍କ ସହ ଜଡ଼ିତ ହୋଇ ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଛନ୍ତି। ଏହାବ୍ୟତୀତ କିନ୍ନରମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସେ ନିଜସ୍ବ ଉଦ୍ୟମରେ ପ୍ରୟାସ ଜାରି ରଖିଛନ୍ତି। ଭିକ୍ଷା ବୃତ୍ତି ଛାଡି ସେମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିଲାଗି ଉଦ୍ୟମ କରୁଛନ୍ତି। ଯେଉଁମାନେ ଶିକ୍ଷିତ, ସେମାନଙ୍କୁ ନିଜ କମ୍ପାନୀରେ ଚାକିରି ଦେବାସହ ଟେଲରିଂ ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କୁ ଆଗାମୀଦିନରେ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପଢ଼ିବାକୁ ଓ ଆଗକୁ ବଢ଼ିବାକୁ ଚାହୁଁଥିବା କିନ୍ନରମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସବୁଠାରୁ ବଡ଼କଥା ହେଲା, ନିକଟରେ ରୋଟାରୀ ଇଣ୍ଟରନ୍ୟାଶନାଲରେ କିନ୍ନରମାନଙ୍କୁ ସଦସ୍ୟଭାବେ ସାମିଲ କରିବାକୁ ସେ ଚିଠି ଲେଖି ଦାବି କରିବା ପରେ ମୀରା ପରିଡ଼ା ଭାରତର ପ୍ରଥମ କିନ୍ନର ରୋଟାରିଆନ୍‌ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ସେହିଭଳି ଏସିଡ୍‌ ଆକ୍ରମଣ ପୀଡ଼ିତା ପ୍ରମୋଦିନୀ ରାଉଳଙ୍କ ସଂସ୍ପର୍ଶରେ ଆସିଥିଲେ ବିଜୟଲକ୍ଷ୍ମୀ। ପ୍ରମୋଦିନୀଙ୍କ ଗୋଟିଏ ଆଖି ଆଂଶିକଭାବେ ଠିକ୍‌ ଥିଲେ ମଧ୍ୟ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଅର୍ଥ ନ ଥିବାରୁ ସେ ଦେଖି ପାରୁ ନ ଥିଲେ। ଏହା ଜାଣିବା ପରେ ସେ ସହଯୋଗର ହାତ ବଢାଇଥିଲେ। ନିଜେ ୫୦ ହଜାର ଟଙ୍କା ଦେବାସହ ବାକି ଅର୍ଥ ଯୋଗାଡ଼ କରି ତାଙ୍କ ଅସ୍ତ୍ରୋପଚାର କରିଥିଲେ। କିଛିଦିନ ତଳେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଜଣେ ଦିବ୍ୟାଙ୍ଗଙ୍କୁ ପରୀକ୍ଷା ହଲ୍‌କୁ ଯିବାଆସିବା ପାଇଁ ଏକ ହ୍ବିଲ୍‌ ଚେୟାର ଦେଇଛନ୍ତି ବିଜୟଲକ୍ଷ୍ମୀ। ସେହିଭଳି ସତ୍ୟନଗର ନିକଟସ୍ଥ ଜଣେ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ଦେଇ ତାଙ୍କୁ ସ୍ବାବଲମ୍ବୀ କରାଇଥିଲେ।

– ରିପୋର୍ଟ: ସସ୍ମିତା ପାଇକରାୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri