Posted inଫୁରସତ

ହରାଇପାରିନି କର୍କଟ: ସମାଜସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବିଜୟଲକ୍ଷ୍ମୀ

ପ୍ରତି ମୁହୂର୍ତ୍ତରେ ସେ କର୍କଟ ଭଳି ଦୁରାରୋଗ୍ୟ ସହ ଲଢେଇ ଜାରି ରଖିଛନ୍ତି। ମୃତ୍ୟୁକୁ ଅତି ନିକଟରୁ ଦେଖୁଛନ୍ତି। ତଥାପି ହାର୍‌ ମାନିନାହାନ୍ତି। ନିଜେ ବଞ୍ଚତ୍ବା ସହ ଅନ୍ୟମାନଙ୍କ ପାଇଁ ବଞ୍ଚତ୍ବାର ରାହା ପାଲଟିଛନ୍ତି। ଅସହାୟ ଓ ଅନାଥମାନଙ୍କୁ ସାହାରା ଦେଉଛନ୍ତି। କର୍କଟ ରୋଗୀଙ୍କ ପାଇଁ କାମ କରୁଛନ୍ତି। ନିଜ ଚିକିତ୍ସା ପାଇଁ ଆର୍ଥିକ ସମ୍ବଳ ଥିଲେ ମଧ୍ୟ ସେହି ଅର୍ଥକୁ ନିଜ ପାଇଁ ଖର୍ଚ୍ଚ ନକରି ଅନ୍ୟ ପାଇଁ ଖର୍ଚ୍ଚ କରୁଛନ୍ତି। କୌଣସି ଏନ୍‌ଜିଓ କିମ୍ବା ସାମାଜିକ ସଙ୍ଗଠନ ସହ ଜଡ଼ିତ ନ ହୋଇ ନିଜ ଦ୍ୱାରା ଯେତିକି ସମ୍ଭବ ଅନ୍ୟକୁ ସାହାଯ୍ୟ କରି ସମାଜସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି ଭୁବନେଶ୍ୱରର ବିଜୟଲକ୍ଷ୍ମୀ କର।
୫୮ ବର୍ଷୀୟ ବିଜୟଲକ୍ଷ୍ମୀ। ପେସାରେ ସେ ଜଣେ ଡ୍ରେସ୍‌ ଡିଜାଇନର। ହସଖୁସିର ସଂସାର ଥିଲା। ହେଲେ ୨୦୦୮ରେ ସେ ରକ୍ତ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ସବୁକିଛି ବଦଳିଗଲା। ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପାଇଁ ଡାକ୍ତର ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ କହିଥିଲେ। ଚିକିତ୍ସା ଖର୍ଚ୍ଚ ବହନ କରିବାର କ୍ଷମତା ଥିଲେ ମଧ୍ୟ ନିଜ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବାକୁ ସେ ରାଜି ହୋଇ ନ ଥିଲେ। ବରଂ ସେହି ଅର୍ଥରେ ଅନ୍ୟ ପାଇଁ କିଛି କରିବାକୁ ସ୍ଥିର କରିଥିଲେ। ଜୀବନସାରା କେମୋ ନେଇ ସବୁକିଛି ଭଗବାନଙ୍କ ଉପରେ ଛାଡିଦେଇଥିବା ବିଜୟଲକ୍ଷ୍ମୀ ଏବେ ପ୍ରତିଦିନ କର୍କଟ ସହ ଲଢେଇ କରୁଛନ୍ତି। ବାହ୍ୟ ଚାକଚକ୍ୟ ଛାଡିଦେଇ ଅନ୍ୟର ଜୀବନକୁ ଆଲୋକିତ କରୁଛନ୍ତି। ନିଜର ଜଣେ କର୍ମଚାରୀଙ୍କ ଦିବ୍ୟାଙ୍ଗ ପୁଅକୁ କୋଳେଇ ନେଇ ତାକୁ ନିଜ ପୁଅ ଭଳି ବଡ଼ କରୁଛନ୍ତି। କେବଳ ଏତିକି ନୁହେଁ, ବହୁ ଦିବ୍ୟାଙ୍ଗ ଶିଶୁଙ୍କ ସହ ଜଡ଼ିତ ହୋଇ ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଛନ୍ତି। ଏହାବ୍ୟତୀତ କିନ୍ନରମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସେ ନିଜସ୍ବ ଉଦ୍ୟମରେ ପ୍ରୟାସ ଜାରି ରଖିଛନ୍ତି। ଭିକ୍ଷା ବୃତ୍ତି ଛାଡି ସେମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିଲାଗି ଉଦ୍ୟମ କରୁଛନ୍ତି। ଯେଉଁମାନେ ଶିକ୍ଷିତ, ସେମାନଙ୍କୁ ନିଜ କମ୍ପାନୀରେ ଚାକିରି ଦେବାସହ ଟେଲରିଂ ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କୁ ଆଗାମୀଦିନରେ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପଢ଼ିବାକୁ ଓ ଆଗକୁ ବଢ଼ିବାକୁ ଚାହୁଁଥିବା କିନ୍ନରମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସବୁଠାରୁ ବଡ଼କଥା ହେଲା, ନିକଟରେ ରୋଟାରୀ ଇଣ୍ଟରନ୍ୟାଶନାଲରେ କିନ୍ନରମାନଙ୍କୁ ସଦସ୍ୟଭାବେ ସାମିଲ କରିବାକୁ ସେ ଚିଠି ଲେଖି ଦାବି କରିବା ପରେ ମୀରା ପରିଡ଼ା ଭାରତର ପ୍ରଥମ କିନ୍ନର ରୋଟାରିଆନ୍‌ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ସେହିଭଳି ଏସିଡ୍‌ ଆକ୍ରମଣ ପୀଡ଼ିତା ପ୍ରମୋଦିନୀ ରାଉଳଙ୍କ ସଂସ୍ପର୍ଶରେ ଆସିଥିଲେ ବିଜୟଲକ୍ଷ୍ମୀ। ପ୍ରମୋଦିନୀଙ୍କ ଗୋଟିଏ ଆଖି ଆଂଶିକଭାବେ ଠିକ୍‌ ଥିଲେ ମଧ୍ୟ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଅର୍ଥ ନ ଥିବାରୁ ସେ ଦେଖି ପାରୁ ନ ଥିଲେ। ଏହା ଜାଣିବା ପରେ ସେ ସହଯୋଗର ହାତ ବଢାଇଥିଲେ। ନିଜେ ୫୦ ହଜାର ଟଙ୍କା ଦେବାସହ ବାକି ଅର୍ଥ ଯୋଗାଡ଼ କରି ତାଙ୍କ ଅସ୍ତ୍ରୋପଚାର କରିଥିଲେ। କିଛିଦିନ ତଳେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଜଣେ ଦିବ୍ୟାଙ୍ଗଙ୍କୁ ପରୀକ୍ଷା ହଲ୍‌କୁ ଯିବାଆସିବା ପାଇଁ ଏକ ହ୍ବିଲ୍‌ ଚେୟାର ଦେଇଛନ୍ତି ବିଜୟଲକ୍ଷ୍ମୀ। ସେହିଭଳି ସତ୍ୟନଗର ନିକଟସ୍ଥ ଜଣେ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ଦେଇ ତାଙ୍କୁ ସ୍ବାବଲମ୍ବୀ କରାଇଥିଲେ।

– ରିପୋର୍ଟ: ସସ୍ମିତା ପାଇକରାୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri