ହତ୍ୟାକାରୀ ମା’ଙ୍କୁ ଆଜୀବନ ଜେଲ୍‌

ଆଠମଲ୍ଲିକ,୪।୩(ଡି.ଏନ.ଏ.)-୨୦୧୬ରେ ୩ ଶିଶୁପୁତ୍ରଙ୍କୁ କୂଅରେ ଫିଙ୍ଗି କରାଯାଇଥିବା ଏକ ହତ୍ୟା ମାମଲାର ବିଚାର କରି ମଙ୍ଗଳବାର ଅନୁଗୋଳ ଜିଲା ଆଠମଲ୍ଲିକ ଆଡିଶନାଲ୍‌ ସେସନ୍‌ ଜଜ୍‌ ଏସ୍‌.ଆର୍‌. ସାମନ୍ତ ଅଭିଯୁକ୍ତା ମା’ ଶୋଭାଙ୍ଗିନୀ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୫୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ସ୍ଥଳେ କୋର୍ଟ ଅଧିକ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅତିରିକ୍ତ ପିପି ଅସିତ ରଞ୍ଜନ ଦେଓ ଏହି ମାମଲା ପରିଚାଳନା କରିଥିଲେ।
ବିବରଣୀରୁ ପ୍ରକାଶ ଯେ, କିଶୋରନଗର ଥାନା ଗୁରୁଜାଙ୍ଗ ଗ୍ରାମର ବିନୋଦ ବେହେରା ଏକ ଗଞ୍ଜେଇ ମାମଲାରେ ଜେଲ୍‌ ଯିବା ପରେ ତାଙ୍କ ପରିବାରରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା। ଏହାକୁ ନେଇ ସର୍ବଦା କଳହ ହେଉଥିବାରୁ ସ୍ତ୍ରୀ ଶୋଭାଙ୍ଗିନୀଙ୍କ ମାନସିକ ଅଶାନ୍ତି ବଢ଼ିଯାଇଥିଲା। ଏହି କାରଣରୁ ଶୋଭାଙ୍ଗିନୀ ନିଜର ୩ ଶିଶୁପୁତ୍ର ବୃନ୍ଦାବନ ବେହେରା (୪ବର୍ଷ), ରୋହିତ ବେହେରା (ଅଢ଼େଇ ବର୍ଷ) ଓ ରୋହନ ବେହେରା (୮ ମାସ)ଙ୍କୁ ସେପ୍ଟମ୍ବର ୧୦, ୨୦୧୬ ପୂର୍ବାହ୍ନ ୧୦ଟାରେ କୂଅରେ ପକାଇ ମାରିଦେଇଥିଲେ। ଏ ନେଇ ତାଙ୍କ ଶ୍ୱଶୁର ବସନ୍ତ ବେହେରା କିଶୋରନଗର ଥାନାରେ ଅଭିଯୋଗ କରିଥିଲେ। କିଶୋରନଗର ପୋଲିସ ନଂ. ୮୧/୨୦୧୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ସେହିଦିନ ରାତିରେ ବାଦିର ନାଳ ନିକଟରୁ ଅଭିଯୁକ୍ତା ଶୋଭାଙ୍ଗିନୀଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ପାରିବାରିକ କଳହ ଓ ମାନସିକ ଅଶାନ୍ତି କାରଣରୁ ଅଭିଯୁକ୍ତା ଏହି ହତ୍ୟାକାଣ୍ଡ ଘଟାଇଥିବା ତତ୍‌କାଳୀନ ଆଠମଲ୍ଲିକ ଏସ୍‌ଡିପିଓ ଗୋପାଳକୃଷ୍ଣ ଷଡ଼ଙ୍ଗୀ ସେତେବେଳେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏ ନେଇ ପୋଲିସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri