Posted inଖେଳ

ହଙ୍ଗେରୀରେ ଦର୍ଶକ ଉପଭୋଗ କଲେ ମ୍ୟାଚ

ମିସ୍‌କୋଲ୍‌କ (ହଙ୍ଗେରୀ), ୧ା୬ (ଏଏଫ୍‌ପି): କରୋନାଭାଇରସ୍‌ ଯୋଗୁ ଦୁଇ ମାସ ବ୍ରେକ୍‌ ପରେ ହଙ୍ଗେରୀରେ ଫୁଟ୍‌ବଲ ମ୍ୟାଚ ଆରମ୍ଭ ହୋଇଛି। ଦର୍ଶକମାନେ ଷ୍ଟାଡିୟମରେ ମ୍ୟାଚକୁ ଉପଭୋଗ କରିଛନ୍ତି। ସମଗ୍ର ୟୁରୋପରେ ଏହା ପ୍ରଥମ। ମହାଦେଶରେ ପୁଣି ଆରମ୍ଭ ହୋଇଥିବା ଅନ୍ୟ ଲିଗ୍‌ ଗୁଡ଼ିକ ରୁଦ୍ଧଦ୍ୱାରରେ ଖେଳାଯାଉଛି। ହଙ୍ଗେରିଆନ ଫୁଟ୍‌ବଲ ଆସୋସିଏଶନ (ଏମ୍‌ଏଲଏସ୍‌ଜି) ମାର୍ଚ୍ଚ ପରଠାରୁ ପ୍ରଥମେ କ୍ଲବଗୁଡ଼ିକର ସମର୍ଥକଙ୍କୁ ସର୍ତ୍ତ ଭିତ୍ତିରେ ଷ୍ଟାଡିୟମ ଭିତରକୁ ଅନୁମତି ଦେଇଥିଲା। ଷ୍ଟାଡିୟମର ପ୍ରତି ଦ୍ୱିତୀୟ ଧାଡ଼ି ଖାଲି ରହିବ। ଦୁଇ ଦେଖଣାହାରୀଙ୍କ ମଧ୍ୟରେ ତିନୋଟି ଆସନ ଖାଲି ରହିବ। ଶନିବାର ଉତ୍ତର-ପୂର୍ବାଞ୍ଚଳ ସହର ମିସ୍‌କୋଲକ ସହରରେ ଡିଓସ୍‌ଗ୍ୟୋର୍‌ କ୍ଲବ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା। ଏହି କ୍ଲବ ମୋଜୋକୋଭେଡ୍‌ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲା। ଷ୍ଟାଡିୟମରେ ୨,୨୫୫ ଦର୍ଶକ ଉପସ୍ଥିତ ଥିଲେ। ଦୁଇ କ୍ଲବର ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ୩୬ ବର୍ଷୀୟ ରିଚାର୍ଡ କୋଭାକ୍ସ କହିଥିଲେ ଆମକୁ ନିୟମ ମାନି ଚଳିବାକୁ ପଡ଼ିବ। ତା’ ନହେଲେ ମ୍ୟାଚ ରୁଦ୍ଧଦ୍ୱାରରେ ଖେଳାଯିବ। ଡିଓସ୍‌ଗ୍ୟୋର୍‌ ଫେସ୍‌ମାସ୍କ ପରିଧାନ କରିଥିବା ୧୮ବର୍ଷୀୟ ଜଣେ ଛାତ୍ର ସିସାବା ଗାସପାରିକ୍ସ କହିଛନ୍ତି ଭାଇରସ୍‌ର ମୂଳୋତ୍ପାଟନ ହୋଇନାହିଁ। ଆମକୁ ଦୂରତ୍ୱ ବଜାୟ ରଖିବାକୁ ପଡ଼ିବ। ୪୧ବର୍ଷୀୟ ଗାବର ଲେଙ୍ଗୟେଲ କହିଛନ୍ତି ମହାମାରୀ ଅପେକ୍ଷା ଆମେ ବିଜୟ ପରାଜୟ ନେଇ ଚିନ୍ତିତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri