ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ଗୁଜୁରାତି

ଗୁଜୁରାତି ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ। ଖାଦ୍ୟକୁ ସ୍ବାଦିଷ୍ଟ ଏବଂ ସୁଗନ୍ଧିତ କରିବା ପାଇଁ ଗୁଜୁରାତିର ବ୍ୟବହାର କରାଯାଇଥାଏ। ଏହା ମୁଖ ଦୁର୍ଗନ୍ଧ ମଧ୍ୟ ଦୂର କରେ। ଏଥିସହିତ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଜାଣନ୍ତୁ ଏ ସମ୍ପର୍କରେ…

କୋଲେଷ୍ଟରଲ : ଗୁଜୁରାତି ଖାଲି ମସଲା ନୁହେଁ ଏଥିରେ ଔଷଧୀୟ ଗୁଣ ଭରିରହିଛି। କୋଲେଷ୍ଟରଲ ସମସ୍ୟା ଥିଲେ ଏହାକୁ ପ୍ରତିଦିନ ଚା’ ପିଇବା ସମୟରେ ବ୍ୟବହାର କରନ୍ତୁ। ଏହା ଶରୀରରୁ କୋଲେଷ୍ଟରଲ କମାଇବାରେ ସହାୟକ ହେବ।

 

ବାନ୍ତି : ଗୁଜୁରାତିକୁ ପାଣିରେ ଭିଜାଇ ସେହି ପାଣି ଫୁଟାଇ ପିଇଲେ ବାନ୍ତି ଭଲ ହୋଇଥାଏ। ଗର୍ଭାବସ୍ଥା ସମୟରେ ବାରମ୍ବାର ଆସୁଥିବା ବାନ୍ତିକୁ ମଧ୍ୟ ଗୁଜୁରାତି ରୋକିଥାଏ।  ଗାଡ଼ିମୋଟରରେ ଯିବା ସମୟରେ ବାନ୍ତି ହେଉଥିଲେ ସାଥୀରେ ଗୁଜୁରାତି ପାଣି ନେଇ କି ଯାଆନ୍ତୁ। ଏହାକୁ ପିଇଲେ ବାନ୍ତି ବନ୍ଦ ହୋଇଥାଏ।

ମୁଖବ୍ରଣ : ମୁହଁରେ ବ୍ରଣ ହେଉଥିଲେ ଗୁଜୁରାତିକୁ ଗୁଣ୍ଡ କରି ଏହାର ପେଷ୍ଟ ଲଗାଇଲେ ବ୍ରଣ ଦୂର ହୋଇଥାଏ।

ଚର୍ମରୋଗ : ମେଡିସିନ ଖାଇଲା ପରେ ଯଦି ଚର୍ମରୋଗ ଭଲ ହେଉନାହିଁ ତେବେ ଗୁଜୁରାତିକୁ ଗୁଣ୍ଡ କରି ଏହାର ପାଣି ଶରୀରରେ ସ୍ପ୍ରେ କରନ୍ତୁ। ତୁରନ୍ତ ଚର୍ମରୋଗ ସମସ୍ୟା ଦୂରେଇ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri