Posted inଖେଳ

ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ରିଣ୍ଟୁଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୩୦।୪(କ୍ରୀଡ଼ା ପ୍ରତିନିଧି)-ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣର ପ୍ରଭାବ ବିଭିନ୍ନ କ୍ରୀଡ଼ା ସଂଘ ମୁଖିଆମାନଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି। କେବଳ ସମୟକୁ ଅପେକ୍ଷା ବ୍ୟତୀତ ଅନ୍ୟଗତି ନାହିଁ। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ଓଡ଼ିଶା ରାଜ୍ୟ ଟେନିସ କ୍ରିକେଟ ଆସୋସିଏଶନ। ଖେଳାଳିମାନେ ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ଗୃହ ମଧ୍ୟରେ ଆବଦ୍ଧ ଥିବାରୁ ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ଆଦି ସୋସିଆଲ ମିଡିଆ ଜରିଆରେ ଖେଳାଳିଙ୍କ ସହ ଭାବର ଆଦାନ ପ୍ରଦାନ କରାଯିବା ସହ ଭିଡିଓ ମାଧ୍ୟମରେ ଟିପ୍ସ ଦିଆଯାଇ ସେମାନଙ୍କୁ ଫିଟ୍‌ ରଖିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ଟେନିସ କ୍ରିିକେଟ ସମ୍ପାଦକ ତଥା ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦବୀର ଅଧିକାରୀ ରିଣ୍ଟୁ ମିତ୍ର। ରିଣ୍ଟୁଙ୍କ କହିବା ଅନୁସାରେ କୋଭିଡ୍‌-୧୯ ଯୋଗୁ ମାର୍ଚ୍ଚ ୧୮ରୁ ୨୨ ପର୍ଯ୍ୟନ୍ତ କୁଚିଣ୍ଡାରେ ହେବାକୁଥିବା ଫେଡେରେଶନ କପ୍‌, ଚଣ୍ଡିଗଡ଼ ଚାମ୍ପିୟନ୍ସ ଟ୍ରଫି, ଗୁଜରାଟରେ ୧୭ ବର୍ଷରୁ କମ୍‌ ଜାତୀୟ ସିନିୟର, ନାସିକ୍‌ରେ ୧୪ ବର୍ଷରୁ କମ୍‌ ଜାତୀୟ ଟେନିସ କ୍ରିକେଟ ପ୍ରତିଯୋଗିତା ବାତିଲ ହୋଇଛି। ଉଭୟ ମହିଳା ଓ ପୁରୁଷ ବିଭାଗର ୩ଟି (ସିନିୟର ଏବଂ ୧୪ ଓ ୧୭ ବର୍ଷରୁ କମ୍‌) କାଟେଗୋରିରେ ଖେଳୁଥିବା ପିଲାମାନେ ଏବେ ରାଜ୍ୟର ବିଭିନ୍ନ ଜିଲାରେ ଗୃହାବଦ୍ଧ ଜୀବନ ବିତାଉଛନ୍ତି। ସ୍ଥିତି ସୁଧୁରିବାପରେ ଜାତୀୟ ପ୍ରତିଯୋଗିତା ଖେଳିବାକୁ ସେମାନେ ବ୍ୟାକୁଳ ହୋଇ ଅପେକ୍ଷା କରିଛନ୍ତି। ”ଆମେ ସେମାନଙ୍କୁ ଫୋନ୍‌, ହ୍ବାଟ୍ସଅପ୍‌ ଗ୍ରୁପ୍‌, ଫେସ୍‌ବୁକ୍‌ ମାଧ୍ୟମରେ ଏବଂ ଜୁମ୍‌ ସଫ୍ଟୱେର ଜରିଆରେ ଭିଡିଓ କନ୍‌ଫରେନ୍ସିଂ କରିି ବିଭିନ୍ନ ଟିପ୍ସ ଦେଉଛୁ ଏବଂ ଫିଟ୍‌ ରଖିବାକୁ ଉଦ୍ୟମ କରୁଛୁ। ପିଲାମାନେ ଘରେ ଫିଟ୍‌ନେସ ଟ୍ରେନିଂ କରୁଛନ୍ତି। ଭାବର ଆଦାନ ପ୍ରଦାନ ଦ୍ୱାରା ଦଳଗତ ମନୋଭାବ ମଧ୍ୟ ବଜାୟ ରହିପାରିଛି। ମହିଳା ଖେଳାଳିଙ୍କ ସହ ରାଜ୍ୟ ଆସୋସିଏଶନ କୋଷାଧ୍ୟକ୍ଷ ରାଗିଣୀ ମିତ୍ର କ୍ରମାଗତ ସମ୍ପର୍କରେ ରହିଛନ୍ତି। ଅଧିକାଂଶ ସମୟ ଦଳୀୟ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ କର୍ମକର୍ତ୍ତାଙ୍କ ସହ ପିଲାମାନେ ମଧ୍ୟ ଅଂଶଗ୍ରହଣ କରି ସେମାନଙ୍କ ମତ ରଖୁଛନ୍ତି। ଛାତ ଉପରେ ହେଉ କିମ୍ବା ଘର ଭିତରେ ସ୍ଥାନ ଦେଖି ପିଲାମାନଙ୍କୁ ଅଭ୍ୟାସ ପାଇଁ କୁହାଯାଇଛି। ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ପାଇଁ ଆମେ ଭିନ୍ନ ଯୋଜନା ପ୍ରସ୍ତୁତ କରିଛୁ“ ବୋଲି ସେ କହିଛନ୍ତି।
ଟେନିସ କ୍ରିକେଟକୁ ନେଇ ଜାତୀୟ ସ୍ତରୀୟ ଅଧିକାରୀମାନେ ମଧ୍ୟ ଏବେ ବେଶ୍‌ ଚିନ୍ତିତ ବୋଲି ରିଣ୍ଟୁ କହିଛନ୍ତି। ଟେନିସ କ୍ରିକେଟ ଆସୋସିଏଶନ ଅଫ୍‌ ଇଣ୍ଡିଆ ସମ୍ପାଦକ କହ୍ନେୟା ଗୁଜ୍ଜର ଏବଂ ୪ ଜୋନ୍‌ର ଡାଇରେକ୍ଟର( ପୂର୍ବାଞ୍ଚଳ-ରିଣ୍ଟୁ ମିତ୍ର, ପଶ୍ଚିମାଞ୍ଚଳ-ସୁରେନ୍ଦର ଗୁଜ୍ଜର, ଉତ୍ତରାଞ୍ଚଳ-ବୀରେନ୍ଦ୍ର ଶର୍ମା, ଦକ୍ଷିିଣାଞ୍ଚଳ-ଗୋପାଳ ମାଖିଜା)ଙ୍କୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ବୈଠକ ହେଉଛି। ଟେନିସ କ୍ରିକେଟର ବର୍ତ୍ତମାନର ସ୍ଥିତି, ଭବିଷ୍ୟତର ଯୋଜନା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେଉଛି। ମାତ୍ର ୪ ବର୍ଷ ମଧ୍ୟରେ ଟେନିସ କ୍ରିକେଟର ଏକ ସମୃଦ୍ଧ ପରିବାର ତିଆରି ହୋଇଛି। ତାହା ଯେପରି ସୁସ୍ଥ ଏବଂ ସୁରକ୍ଷିତ ରହିପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରି ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବୁ ବୋଲି ରିଣ୍ଟୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri