ସ୍ବାଭିମାନ ଅଞ୍ଚଳରେ ସରିଲାଣି ୯୦ କିମି ମାଟି, ୨୦ କିମି ପିଚୁ

ମାଲକାନଗିରି,୬|୩ (ଡି.ଏନ୍‌.ଏ.) – ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ କାର୍ଯ୍ୟ କରୁଥିବା ଜଣେ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପ୍ରଶଂସା କରିଛନ୍ତି। ୫ଟି ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସମୟରେ ମାଲକାନଗିରି ଜିଲାର କନିଷ୍ଠଯନ୍ତ୍ରୀ ବେହେରାଙ୍କ କାର୍ଯ୍ୟ ସମ୍ପର୍କରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାଓବାଦୀଙ୍କ ଗଡ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ଯନ୍ତ୍ରୀ ବେହେରା କେତେବେଳେ ପାଦରେ ଚାଲିଚାଲି ତ କେତେବେଳେ ବାଇକ୍‌୍‌ରେ ବିଭିନ୍ନ ଗ୍ରାମକୁ ଯାଇ ସେହି ଗ୍ରାମଗୁଡିକର ରାସ୍ତାଘାଟ କିପରି ତିଆରି କରାଯିବ ସେନେଇ ଲୋକଙ୍କୁ ସଚେତନ କରିବା ସହ କାର୍ଯ୍ୟକୁ ତ୍ୱରାନ୍ବିତ କରୁଛନ୍ତି।
ଯେ, ଚିତ୍ରକୋଣ୍ଡା ବ୍ଲକର ପଣସପୁଟ, ଜୋଡାମ୍ବ, ଅଣ୍ଡ୍ରାପାଲ୍ଲି, ଯନ୍ତ୍ରୀ, ପାପରମେଟଲା, ବଡପଡା, ବଡପଦର, ଗାଜୁଲମାମୁଡି, ଧୁଳିପୁଟ ଓ ଖଇରପୁଟ ବ୍ଲକର ମୁଦୁଲିପଡା, ଅଣ୍ଡ୍ରାହାଲ, ବଡଡୁରାଲ ପଞ୍ଚାୟତ ଦାୟିତ୍ୱରେ ଯନ୍ତ୍ରୀ ବେହେରା ରହିଛନ୍ତି। ଏଠାରେ ସବୁବେଳେ ଅପ୍ରୀତିକର ପରିସ୍ଥିତି ଲାଗି ରହିଥିଲା। ରାସ୍ତା ଓ ଗୃହ ନିର୍ମାଣ ପାଇଁ ମେଟାଲ, ବାଲି ଭଳି ଅନ୍ୟାନ୍ୟ ସାମଗ୍ରୀ ମିଳୁ ନ ଥିଲା। ଲାଲବାହିନୀର ନାଲିଆଖି ଯୋଗୁ ଠିକାଦାରମାନେ ମଧ୍ୟ ଏହି ଅଞ୍ଚଳରେ କାର୍ଯ୍ୟ କରିବାକୁ ସାହସ କରୁ ନ ଥିଲେ ା ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ବାଭିମାନ ଅଞ୍ଚଳର ସମସ୍ତ ପଞ୍ଚାୟତ ଯେପରି ବ୍ଲକ ମହକୁମା ସହିତ ଯୋଡି ହେବ ସେଥିପାଇଁ ଜିଲା ପ୍ରଶାସନ ଯନ୍ତ୍ରୀ ବେହେରାଙ୍କୁ ଉକ୍ତ ଅଞ୍ଚଳର ଦାୟିତ୍ୱ ଦେଇଥିଲା। ଦାୟିତ୍ୱ ନେବା ପରେ ବେହେରା ବର୍ତ୍ତମାନ ସୁଦ୍ଧା ୯୦ କିଲୋମିଟର ମାଟି ରାସ୍ତା ଓ ୨୦ କିଲୋମିଟରରୁ ଊର୍ଦ୍ଧ୍ୱ ପିଚୁ ରାସ୍ତା ନିର୍ମାଣ କରିଛନ୍ତି ା ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ପ୍ରୋତ୍ସାହନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସହଯୋଗ ଯୋଗୁ ସ୍ବାଭିମାନ ଅଞ୍ଚଳର ବିକାଶ ଆଗେଇ ଚାଲିଛି ା ମୁଁ କେବଳ ଜଣେ ସରକାରୀ କର୍ମଚାରୀର ଦାୟିତ୍ୱ ତୁଲାଇଛି ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri