ସ୍ବାଭିମାନୀ ନାଟ୍ୟକାର ବନମାଳୀ ତରାଇ: ପ୍ରଥମ ନାଟକ ଥିଲା ‘ହାଟ ମଝିରେ ବ୍ରହ୍ମଜ୍ଞାନ’

ବନମାଳୀ ତରାଇ! ଏଇ ନାମଟି ସହିତ ଯାତ୍ରାପ୍ରେମୀ ଖୁବ୍‌ ଭଲ ଭାବରେ ପରିଚିତ। ସଂସ୍କାର ମୂଳକ, ବାର୍ତ୍ତାଧର୍ମୀ ତଥା ସାମାଜିକ ଶିକ୍ଷା ସମ୍ବଳିତ ନାଟକ ରଚନା କରି ତରାଇ ନିଜ ପାଇଁ ଯାତ୍ରା ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି। ସେ କହନ୍ତି, ନାଟକରେ ତ ଏଣ୍ଟରଟେନ୍‌ମେଣ୍ଟ ରହିବ। ତା’ବୋଲି କ’ଣ ସେଥିରେ ସଂସ୍କାରର କଥା ରହିବନି। ଲୋକ ଶିକ୍ଷା ରହିବନି। ନା ସାମାଜିକ ବାର୍ତ୍ତା ରହିବନି। ମୁଁ ନା କେବେ ଏଭଳି ଉଦ୍ଭଟ ନାଟକ ଲେଖିଛି ନା ଆଗକୁ ଲେଖିବି।’ କେନ୍ଦ୍ରାପଡ଼ାର ଆଳି ଅଞ୍ଚଳ ନିବାସୀ ଏହି ନାଟ୍ୟକାରଙ୍କ ପ୍ରଥମ ନାଟକ ଥିଲା ‘ହାଟ ମଝିରେ ବ୍ରହ୍ମଜ୍ଞାନ’! ରାଜନଗରର ‘ଶୁଭଲକ୍ଷ୍ମୀ ଗଣନାଟ୍ୟ’ ପାଇଁ ସେ ଏହି ନାଟକଟିକୁ ରଚନା କରିଛନ୍ତି। ନାଟକକୁ ଆସିବା ପୂର୍ବରୁ ତରାଇ ଥିଲେ ଏକ ନୋଡାଲ ୟୁ.ପି. ସ୍କୁଲର ପ୍ରଧାନଶିକ୍ଷକ। ସେ ମଧ୍ୟ ଥିଲେ ଜଣେ ପାଲାଗାୟକ। ଶ୍ରୀରାମଚରିତମାନସ ତଥା ଭାଗବତର ଜଣେ ଭାଷ୍ୟକାର ଭାବରେ ତାଙ୍କର ରହିଛି ଏକ ସ୍ବତନ୍ତ୍ର ପରିଚିତି। ଏବେ ମଧ୍ୟ ରଥଯାତ୍ରା ସମୟରେ ବିଭିନ୍ନ ଚ୍ୟାନେଲ ତରଫରୁ ଧାରା ବିବରଣୀ ପ୍ରଦାନ ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଥାଏ। ସମ୍ପ୍ରତି ପେସାରେ ସେ ହେଉଛନ୍ତି ଭଣ୍ଡାରିପୋଖରୀର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)। ତାଙ୍କ ରଚିତ ଏକାଧିକ ସଫଳ ନାଟକ ମଧ୍ୟରୁ କେତୋଟି ହେଉଛି- ‘ସୁନ୍ଦରୀ ଝିଅକୁ ସିନ୍ଦୂର ମନା’, ‘ଏ ଦୁନିଆ ଦୁଇଟି ନିଅଁା’, ‘ଜାତି ଜାତକ ଯଉତୁକ’, ‘ଝିଅ ନୁହେଁ ତୁ ଅପ୍‌ସରୀ’, ‘ଛତରା ଟୋକା’, ‘କେମିତି କହିବି ଏମିତି କଥା’, ‘ହସ ଫଗୁଣକୁ ଲୁହ ଶ୍ରାବଣ’, ‘ଜୀବନକୁ କି ଅବା ଭରସା’, ‘ଦାନାପାଣି’, ‘କୁଅଁାରୀ ଖେଳ’, ‘ମାୟା ହରିଣୀ’। ନାଟକର ନାମକରଣକୁ ନେଇ ଏହି ନାଟ୍ୟକାର ଯେ ଖୁବ୍‌ ସଚେତନ ତଥା ରୁଚିଶୀଳ ତାହା ଜାଣି ହୋଇଯାଏ। ନାଟକର କାହାଣୀ ଚୟନ ଅବସରରେ କେଉଁ କଥାକୁ ସର୍ବାଗ୍ରେ ରଖିଥାନ୍ତି ବୋଲି ଏକ ପ୍ରଶ୍ନ ଉତ୍ତରରେ ସେ କହନ୍ତି : ମୋର କାହାଣୀ ସବୁ ପ୍ରାୟତଃ ନାରୀକୈନ୍ଦ୍ରିକ। ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀକୁ ନ୍ୟାୟ ମିଳେନାହିଁ। ଯଦି ମିଳେ କ୍ୱଚିତ୍‌ ମିଳେ। ସେ ନାରୀ ସ୍ବାଧୀନତାରେ ବିଶ୍ୱାସ କରନ୍ତି। ତେବେ ସେ ଏକଥା ବି କହନ୍ତି ଯେ, ସ୍ବାଧୀନତା ନାମରେ ଯେଉଁ ନାରୀମାନେ ଉଚ୍ଛୃଙ୍ଖଳ ହୋଇ ଉଠୁଛନ୍ତି ତାହାକୁ ସେ ତୀବ୍ର ସମାଲୋଚନା କରନ୍ତି। ନାରୀ ହେଉ ବା ପୁରୁଷ – ବିଧାତା ପ୍ରତ୍ୟେକଙ୍କ ପାଇଁ କିଛି ନା କିଛି ମର୍ଯ୍ୟାଦା ଧାର୍ଯ୍ୟ କରିଛନ୍ତି। ତାହାକୁ ଉଲ୍ଲଂଘନ କରିବା ସର୍ବାଦୌ ନିନ୍ଦନୀୟ। ପେସାରେ ଜଣେ ପ୍ରଶାସନିକ ଅଧିକାରୀ। ହେଲେ ନିଶା ତାଙ୍କର ଅଧ୍ୟୟନ, ପ୍ରବଚନ ପୁଣି ନାଟକ ଲିଖନ। ସେ କହନ୍ତି, ମୁଁ ନିଶା ପାଇଁ ପେସାକୁ ଅବହେଳା କରିନାହିଁ। କିମ୍ବା ପେସାର ଚାପରେ ନିଶାକୁ ଛାଡ଼ି ଦେଇନାହିଁ। ପେସା ମୋର ଲୋକଙ୍କ ସେବା। ତେଣୁ ତାହା ହେଉଛି ମୋର ସର୍ବପ୍ରଥମ କାମ। ମୁଁ ତାହାକୁ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିଛି। ଜଣେ ସ୍ବାଭିମାନୀ ମଣିଷ ତଥା ପ୍ରତିମୁହୂର୍ତ୍ତରେ ଆତ୍ମସମ୍ମାନ ଜଗୁଥିବା ନାଟ୍ୟକାର ଭାବରେ ଅନେକଥର ତାଙ୍କୁ କମ୍ପ୍ରୋମାଇଜ୍‌ କରିବାକୁ କୁହାଯାଇଛି। ମାତ୍ର ସେ ତାହାକୁ ଅତି ବିନମ୍ରତାର ସହିତ ଅସ୍ବୀକାର କରିଯାଇଛନ୍ତି। ଯେତେ ଭଲ ଅନୁଷ୍ଠାନ ହୋଇଥିଲେ ମଧ୍ୟ ତାହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କର ସ୍ପଷ୍ଟ ମତ ହେଉଛି, ମୋତେ ମୋର ମୂଲ୍ୟବୋଧକୁ ଜଗିବାକୁ ପଡ଼ିବ। ସାମାନ୍ୟ ଲୋକପ୍ରିୟତା ପାଇଁ ସ୍ବାଭିମାନକୁ ବଳିଦେବା ମୋ ଦ୍ୱାରା ସମ୍ଭବପର ନୁହେଁ। କାରଣ ଦିନ ଆସିବ ମୋତେ (କେବଳ ମୋତେ ନୁହେଁ; ସମସ୍ତଙ୍କୁ) ସମୟ ନିକଟରେ କୈଫିୟତ ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ବ୍ରେକଅପ୍‌ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଆକୃତି ଅଗ୍ରୱାଲ, ପୃଥ୍ବୀ ଶ’ଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୭।୯: ଟିମ୍‌ ଇଣ୍ଡିଆରୁ ଦୀର୍ଘ ସମୟ ଧରି ଦୂରେ ଥିବା ଭାରତୀୟ ଓପନର ବ୍ୟାଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?