ସ୍ବାଭିମାନୀ ନାଟ୍ୟକାର ବନମାଳୀ ତରାଇ: ପ୍ରଥମ ନାଟକ ଥିଲା ‘ହାଟ ମଝିରେ ବ୍ରହ୍ମଜ୍ଞାନ’

ବନମାଳୀ ତରାଇ! ଏଇ ନାମଟି ସହିତ ଯାତ୍ରାପ୍ରେମୀ ଖୁବ୍‌ ଭଲ ଭାବରେ ପରିଚିତ। ସଂସ୍କାର ମୂଳକ, ବାର୍ତ୍ତାଧର୍ମୀ ତଥା ସାମାଜିକ ଶିକ୍ଷା ସମ୍ବଳିତ ନାଟକ ରଚନା କରି ତରାଇ ନିଜ ପାଇଁ ଯାତ୍ରା ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି। ସେ କହନ୍ତି, ନାଟକରେ ତ ଏଣ୍ଟରଟେନ୍‌ମେଣ୍ଟ ରହିବ। ତା’ବୋଲି କ’ଣ ସେଥିରେ ସଂସ୍କାରର କଥା ରହିବନି। ଲୋକ ଶିକ୍ଷା ରହିବନି। ନା ସାମାଜିକ ବାର୍ତ୍ତା ରହିବନି। ମୁଁ ନା କେବେ ଏଭଳି ଉଦ୍ଭଟ ନାଟକ ଲେଖିଛି ନା ଆଗକୁ ଲେଖିବି।’ କେନ୍ଦ୍ରାପଡ଼ାର ଆଳି ଅଞ୍ଚଳ ନିବାସୀ ଏହି ନାଟ୍ୟକାରଙ୍କ ପ୍ରଥମ ନାଟକ ଥିଲା ‘ହାଟ ମଝିରେ ବ୍ରହ୍ମଜ୍ଞାନ’! ରାଜନଗରର ‘ଶୁଭଲକ୍ଷ୍ମୀ ଗଣନାଟ୍ୟ’ ପାଇଁ ସେ ଏହି ନାଟକଟିକୁ ରଚନା କରିଛନ୍ତି। ନାଟକକୁ ଆସିବା ପୂର୍ବରୁ ତରାଇ ଥିଲେ ଏକ ନୋଡାଲ ୟୁ.ପି. ସ୍କୁଲର ପ୍ରଧାନଶିକ୍ଷକ। ସେ ମଧ୍ୟ ଥିଲେ ଜଣେ ପାଲାଗାୟକ। ଶ୍ରୀରାମଚରିତମାନସ ତଥା ଭାଗବତର ଜଣେ ଭାଷ୍ୟକାର ଭାବରେ ତାଙ୍କର ରହିଛି ଏକ ସ୍ବତନ୍ତ୍ର ପରିଚିତି। ଏବେ ମଧ୍ୟ ରଥଯାତ୍ରା ସମୟରେ ବିଭିନ୍ନ ଚ୍ୟାନେଲ ତରଫରୁ ଧାରା ବିବରଣୀ ପ୍ରଦାନ ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଥାଏ। ସମ୍ପ୍ରତି ପେସାରେ ସେ ହେଉଛନ୍ତି ଭଣ୍ଡାରିପୋଖରୀର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)। ତାଙ୍କ ରଚିତ ଏକାଧିକ ସଫଳ ନାଟକ ମଧ୍ୟରୁ କେତୋଟି ହେଉଛି- ‘ସୁନ୍ଦରୀ ଝିଅକୁ ସିନ୍ଦୂର ମନା’, ‘ଏ ଦୁନିଆ ଦୁଇଟି ନିଅଁା’, ‘ଜାତି ଜାତକ ଯଉତୁକ’, ‘ଝିଅ ନୁହେଁ ତୁ ଅପ୍‌ସରୀ’, ‘ଛତରା ଟୋକା’, ‘କେମିତି କହିବି ଏମିତି କଥା’, ‘ହସ ଫଗୁଣକୁ ଲୁହ ଶ୍ରାବଣ’, ‘ଜୀବନକୁ କି ଅବା ଭରସା’, ‘ଦାନାପାଣି’, ‘କୁଅଁାରୀ ଖେଳ’, ‘ମାୟା ହରିଣୀ’। ନାଟକର ନାମକରଣକୁ ନେଇ ଏହି ନାଟ୍ୟକାର ଯେ ଖୁବ୍‌ ସଚେତନ ତଥା ରୁଚିଶୀଳ ତାହା ଜାଣି ହୋଇଯାଏ। ନାଟକର କାହାଣୀ ଚୟନ ଅବସରରେ କେଉଁ କଥାକୁ ସର୍ବାଗ୍ରେ ରଖିଥାନ୍ତି ବୋଲି ଏକ ପ୍ରଶ୍ନ ଉତ୍ତରରେ ସେ କହନ୍ତି : ମୋର କାହାଣୀ ସବୁ ପ୍ରାୟତଃ ନାରୀକୈନ୍ଦ୍ରିକ। ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀକୁ ନ୍ୟାୟ ମିଳେନାହିଁ। ଯଦି ମିଳେ କ୍ୱଚିତ୍‌ ମିଳେ। ସେ ନାରୀ ସ୍ବାଧୀନତାରେ ବିଶ୍ୱାସ କରନ୍ତି। ତେବେ ସେ ଏକଥା ବି କହନ୍ତି ଯେ, ସ୍ବାଧୀନତା ନାମରେ ଯେଉଁ ନାରୀମାନେ ଉଚ୍ଛୃଙ୍ଖଳ ହୋଇ ଉଠୁଛନ୍ତି ତାହାକୁ ସେ ତୀବ୍ର ସମାଲୋଚନା କରନ୍ତି। ନାରୀ ହେଉ ବା ପୁରୁଷ – ବିଧାତା ପ୍ରତ୍ୟେକଙ୍କ ପାଇଁ କିଛି ନା କିଛି ମର୍ଯ୍ୟାଦା ଧାର୍ଯ୍ୟ କରିଛନ୍ତି। ତାହାକୁ ଉଲ୍ଲଂଘନ କରିବା ସର୍ବାଦୌ ନିନ୍ଦନୀୟ। ପେସାରେ ଜଣେ ପ୍ରଶାସନିକ ଅଧିକାରୀ। ହେଲେ ନିଶା ତାଙ୍କର ଅଧ୍ୟୟନ, ପ୍ରବଚନ ପୁଣି ନାଟକ ଲିଖନ। ସେ କହନ୍ତି, ମୁଁ ନିଶା ପାଇଁ ପେସାକୁ ଅବହେଳା କରିନାହିଁ। କିମ୍ବା ପେସାର ଚାପରେ ନିଶାକୁ ଛାଡ଼ି ଦେଇନାହିଁ। ପେସା ମୋର ଲୋକଙ୍କ ସେବା। ତେଣୁ ତାହା ହେଉଛି ମୋର ସର୍ବପ୍ରଥମ କାମ। ମୁଁ ତାହାକୁ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିଛି। ଜଣେ ସ୍ବାଭିମାନୀ ମଣିଷ ତଥା ପ୍ରତିମୁହୂର୍ତ୍ତରେ ଆତ୍ମସମ୍ମାନ ଜଗୁଥିବା ନାଟ୍ୟକାର ଭାବରେ ଅନେକଥର ତାଙ୍କୁ କମ୍ପ୍ରୋମାଇଜ୍‌ କରିବାକୁ କୁହାଯାଇଛି। ମାତ୍ର ସେ ତାହାକୁ ଅତି ବିନମ୍ରତାର ସହିତ ଅସ୍ବୀକାର କରିଯାଇଛନ୍ତି। ଯେତେ ଭଲ ଅନୁଷ୍ଠାନ ହୋଇଥିଲେ ମଧ୍ୟ ତାହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କର ସ୍ପଷ୍ଟ ମତ ହେଉଛି, ମୋତେ ମୋର ମୂଲ୍ୟବୋଧକୁ ଜଗିବାକୁ ପଡ଼ିବ। ସାମାନ୍ୟ ଲୋକପ୍ରିୟତା ପାଇଁ ସ୍ବାଭିମାନକୁ ବଳିଦେବା ମୋ ଦ୍ୱାରା ସମ୍ଭବପର ନୁହେଁ। କାରଣ ଦିନ ଆସିବ ମୋତେ (କେବଳ ମୋତେ ନୁହେଁ; ସମସ୍ତଙ୍କୁ) ସମୟ ନିକଟରେ କୈଫିୟତ ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri