ସ୍ବାଗତ କେନ୍ଦ୍ରରେ ସଂକ୍ରମଣ ଭୟ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନାର ତାଉ ଓ ଭୋକର ଦାଉରୁ ବଞ୍ଚତ୍ବା ପାଇଁ ଏବେ ବାହାର ରାଜ୍ୟରୁ ଲକ୍ଷଲକ୍ଷ ପ୍ରବାସୀ ନିଜ ରାଜ୍ୟକୁ ଫେରୁଛନ୍ତି। ଟ୍ରେନ୍‌, ବସ୍‌, ସାଇକେଲ ବ୍ୟତୀତ ଶହଶହ କି.ମି. ଚାଲିଚାଲି ଆସୁଛନ୍ତି। ପ୍ରତିଦିନ ଭୁବନେଶ୍ୱର ଦେଇ ଦଳଦଳ ହୋଇ ପ୍ରବାସୀ ଯାଉଛନ୍ତି। ପ୍ରବାସୀଙ୍କ ପାଇଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ୩ ପ୍ରବେଶ ପଥରେ ସ୍ବାଗତ କେନ୍ଦ୍ର ବା ଟ୍ରାଞ୍ଜିଟ୍‌ ପଏଣ୍ଟ୍‌ ଖୋଲାଯାଇଛି। ହେଲେ ଏହି ସ୍ବାଗତ କେନ୍ଦ୍ରରୁ ଏବେ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଏଠାରେ କୌଣସି ସାମାଜିକ ଦୂରତ୍ୱ ରହୁନି। ପୁଣି ସେପରି ସତର୍କତାମୂଳକ ବ୍ୟବସ୍ଥା ନ ଥିବାରୁ ପ୍ରବାସୀଙ୍କ ମନରେ ସଂକ୍ରମଣ ଭୟ ରହୁଛି। ନାନା ଅବ୍ୟବସ୍ଥା ସେମାନଙ୍କ ଦୁଃଖ ଯନ୍ତ୍ରଣାକୁ ବହୁଗୁଣିତ କରିଛି। ଖୋଦ୍‌ ପୋଲିସ ଓ ଦାୟିତ୍ୱରେ ରହୁଥିବା କର୍ମଚାରୀଙ୍କୁ ମଧ୍ୟ ସଂକ୍ରମଣ ହେବାର ସମ୍ଭାବନା ରହିଛି। ବିଶେଷକରି ରସୁଲଗଡ଼ସ୍ଥିତ ସ୍ବାଗତ କେନ୍ଦ୍ରରେ ଏପରି ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଏହା ପରିସରକୁ ଗଣମାଧ୍ୟମକୁ ବାରଣ କରାଯାଇଛି। କିନ୍ତୁ ବାହାରୁ ଭିତର ଦୃଶ୍ୟକୁ ନଜର ପକାଇଲେ ଏହା ସ୍ପଷ୍ଟ ବାରିହୋଇ ପଡୁଛି।
ଉତ୍ପାତ କରୁଛନ୍ତି ଅମାନିଆ
ସ୍ବାଗତ କେନ୍ଦ୍ରରେ ଅନେକ ନିଶାସକ୍ତ ଓ ଅମାନିଆ ଉତ୍ପାତ କରିବା ସହ ଚୋରି କରୁଛନ୍ତି। ଏଥିସହ ଅନ୍ୟମାନଙ୍କୁ ସ୍ପର୍ଶ କରୁଛନ୍ତି। ୪ ଦିନ ହେବ ବାଲେଶ୍ୱରର ଜଣେ ପ୍ରବାସୀ ଏଠାରେ ଏମିତି ଉତ୍ପାତ କରିଥିଲେ। ରବିବାର ତାଙ୍କୁ କର୍ତ୍ତୃପକ୍ଷ ବାହାର କରିଦେଇଥିବା ଜଣାପଡ଼ିଛି। ଯଦି ଉକ୍ତ ବ୍ୟକ୍ତି ଜଣକ ସଂକ୍ରମିତ ହୋଇଥାନ୍ତି ତା’ହେଲେ ଅନ୍ୟମାନଙ୍କୁ ସଂକ୍ରମଣ ଆଶଙ୍କା ରହିଛି।
ଅବ୍ୟବସ୍ଥାକୁ ନେଇ କରୋନା ଯୋଦ୍ଧାଙ୍କ ଅସନ୍ତୋଷ
କଲିକତାର ଆଲିପୁରସ୍ଥିତ ଏକ ହାର୍ଟ ରିସର୍ଚ୍ଚ ସେଣ୍ଟରରେ କାର୍ଯ୍ୟରତ ଓଡ଼ିଶାର ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଆର୍‌. ସାମନ୍ତରାୟଙ୍କୁ ଶନିବାର ଭୁବନେଶ୍ୱରରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। କାର୍ଯ୍ୟ କରୁଥିବା ହସ୍ପିଟାଲରେ କେତେଜଣ ରୋଗୀଙ୍କର କରୋନା ପଜିଟିଭ୍‌ ବାହାରିବା ପରେ ସେ କଲିକତାରୁ ବସ୍‌ରେ ଭୁବନେଶ୍ୱର ଫେରିଥିଲେ। ଏଠାରେ ପହଞ୍ଚତ୍ବା ପରେ ସହରର ୩ଟି ଟ୍ରାଞ୍ଜିଟ୍‌ ପଏଣ୍ଟ୍‌ ବୁଲିବାକୁ ପଡ଼ିଥିଲା। ଶେଷରେ ରସୁଲଗଡ଼ସ୍ଥିତ କେନ୍ଦ୍ରରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ଯିବା ପାଇଁ ସ୍ବତନ୍ତ୍ର ଗାଡ଼ି ମାଗିଥିଲେ। କିନ୍ତୁ ନ ମିଳିବାରୁ ସେ ଅଟୋ ଭଡ଼ା କରି ଯାତ୍ରୀନିବାସ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପହଞ୍ଚତ୍ଥିଲେ। ହେଲେ ସେଠାରେ ରୁମ୍‌ ପାଇବାକୁ ଖରାରେ ତାଙ୍କୁ ୪ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲା ବୋଲି ସେ ଅସନ୍ତୋଷର ସହ କହିଛନ୍ତି।
ଶୁଣୁନି ଜିଲା ପ୍ରଶାସନ, ଯିବୁ କେମିତି
ମୁଁ ବ୍ରହ୍ମପୁରରେ ଓହ୍ଲାଇବା କଥା। କିନ୍ତୁ ବସ୍‌ଟି ଆମକୁ ଭୁବନେଶ୍ୱର ନେଇ ଆସିଥିଲା। ଜିଲା ପ୍ରଶାସନ ଆମକୁ ନେବାକୁ ଗାଡି ପଠାଉନାହାନ୍ତି। ଟ୍ରାଞ୍ଜିଟ୍‌ ଦାୟିତ୍ୱରେ ଥିବା କର୍ମଚାରୀ କହୁଛନ୍ତି ନିଜ ଖର୍ଚ୍ଚରେ ଯାଅ, ନଚେତ୍‌ ଗାଡ଼ିକୁ ଅପେକ୍ଷା କର। ପାଖରେ ପଇସା ନାହିଁ। କେମିତି ଯିବୁ। ଏପଟେ ଏଠାରେ ଅଧିକ ଗହଳି ହେଉଥିବାରୁ ସାମାଜିକ ଦୂରତ୍ୱ ରହୁନି। ସଂକ୍ରମଣକୁ ନେଇ ଡର ଲାଗୁଛି।
– ମିନତି ଆପଦ, ବ୍ରହ୍ମପୁର
ଖାଇବା ପିଇବାରେ ଅନେକ ସମସ୍ୟା
ଭାଇଜାକ୍‌ରୁ ଚାଲି ଚାଲି ଆସି ଭୁବନେଶ୍ୱରରେ ପହଞ୍ଚତ୍ଥିଲି। ପୋଲିସ ଯାଞ୍ଚ କରି ଛାଡ଼ିଦିଆଯିବ କହି ଏଠାକୁ ନେଇ ଆସିଲା। କିନ୍ତୁ ଏଠାରେ ଦୁଇଦିନ ହେବ ରହିଛି। ଖାଦ୍ୟ ଓ ପାନୀୟରେ ଭାରି ସମସ୍ୟା ହେଉଛି। ପେଟ ପୂରୁନି। ମୋ ଭଳି ଶହଶହ ପ୍ରବାସୀ ଏଠାରେ ଦୟନୀୟ ଭାବେ ପଡ଼ି ରହିଛନ୍ତି। ଅନ୍ୟ କେତେକଜଣ ୩/୪ଦିନ ହେବ ରହିଛନ୍ତି।
– ମିର ସବାଏ (ବାଲେଶ୍ୱର)
ଆକଳନଠାରୁ ଅଧିକ ପ୍ରବାସୀ ଆସିବାରୁ ସମସ୍ୟା
ଟ୍ରାଞ୍ଜିଟ୍‌ ପଏଣ୍ଟ ଏକ ଅସ୍ଥାୟୀ ଶିବିର, ସେଠାରେ ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ ନାହିଁ। ପ୍ରବାସୀଙ୍କୁ ସ୍ବାଗତ କରିବା ସହ ପଞ୍ଜୀକରଣ କରାଇବା ଲକ୍ଷ୍ୟରେ କରାଯାଇଛି। ଲୋକଙ୍କ ସୁବିଧା ପାଇଁ ବହୁ ବ୍ୟବସ୍ଥା ହୋଇଛି। ଆକଳନଠାରୁ ଅଧିକ ପ୍ରବାସୀ ଆସୁଥିବାରୁ ସମସ୍ୟା ଉପୁଜୁଛି। ତାହା ମଧ୍ୟ ସମାଧାନ କରାଯାଉଛି। ଆଗକୁ ବିଏମ୍‌ସି ଅଧିକ ଧ୍ୟାନ ଦେବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?