Posted inଖେଳ

ଗାଭାସ୍କରଙ୍କ ଭାରତ-ପାକ୍‌ ମିଳିତ ଏକାଦଶ

ନୂଆଦିଲ୍ଲୀ, ୧୮।୫ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଭାରତ-ପାକିସ୍ତାନ ମିଳିତ ଏକାଦଶ ଚୟନ କରିଛନ୍ତି। ଏଥିରେ ସେ ୬ ଭାରତୀୟ ଓ ୫ ପାକିସ୍ତାନ ଖେଳାଳିଙ୍କୁ ନେଇଥିବାବେଳେ ଅନେକ ବିସ୍ମୟ ଦେଖିବାକୁ ମିଳିଛି। ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ, ମହେନ୍ଦ୍ର ସିଂ ଧୋନୀ, ଇଞ୍ଜାମାମ-ଉଲ-ହକ୍‌ ଓ ୱାକର ୟୁନିସ ଜଣେ ଜଣେ କ୍ରିକେଟ ଲିଜେଣ୍ଡ ହୋଇଥିଲେ ହେଁ ଗାଭାସ୍କରଙ୍କ ଏକାଦଶରେ ସ୍ଥାନ ପାଇ ନାହାନ୍ତି। ବୀରେନ୍ଦ୍ର ସେହ୍ବାଗଙ୍କ ସହ ସେ ପାକିସ୍ତାନର ହନିଫ୍‌ ମହମ୍ମଦଙ୍କୁ ଅନ୍ୟତମ ଓପନର ବାଛିଛନ୍ତି। ମିଡଲ ଅର୍ଡରରେ ୩ ଖେଳାଳି ହେଲେ ଜାହିର ଆବାସ, ସଚିନ ତେନ୍ଦୁଲକର ଓ ଗୁଣ୍ଡାପ୍ପା ବିଶ୍ୱନାଥ। ୬ ଓ ୭ ନମ୍ବରରେ ସ୍ଥାନ ପାଇଛନ୍ତି ଦୁଇ ପ୍ରସିଦ୍ଧ ପେସ୍‌ ବୋଲିଂ ଅଲରାଉଣ୍ଡର କପିିଳ ଦେବ ଓ ଇମ୍ରାନ ଖାଁ। ସୟଦ କିର୍ମାନୀଙ୍କୁ ସେ ଉଇକେଟ କିପରଭାବେ ନେଇଛନ୍ତି। ବୋଲିଂ ବିଭାଗରେ ରହିଛନ୍ତି ୱାସିମ ଆକ୍ରମ, ଅବଦୁଲ କାଦିର ଓ ବି.ଏସ୍‌. ଚନ୍ଦ୍ରଶେଖର ।
ଗାଭାସ୍କରଙ୍କ ଭାରତ-ପାକ୍‌ ଏକାଦଶ: ବୀରେନ୍ଦ୍ର ସେହ୍ବାଗ, ହନିଫ୍‌ ମହମ୍ମଦ, ଜାହିର ଆବାସ, ସଚିନ ତେନ୍ଦୁଲକର, ଗୁଣ୍ଡାପ୍ପା ବିଶ୍ୱନାଥ, କପିଳ ଦେବ, ଇମ୍ରାନ ଖାଁ, ସୟଦ କିର୍ମାନୀ, ୱାସିମ ଆକ୍ରମ, ଅବଦୁଲ କାଦିର ଓ ବି.ଏସ୍‌. ଚନ୍ଦ୍ରଶେଖର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ଗୁପ୍ତରେ ବିବାହ କଲେ KKRର ଅଲରାଉଣ୍ଡର, ଟିଭି ଅଭିନେତ୍ରୀଙ୍କ ହାତ ଧରିଲେ…

ନୂଆଦିଲ୍ଲୀ,୮।୮: କ୍ରିକେଟର ଏବଂ ଟେଲିଭିଜନ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କର ତାଲିକା ବହୁତ ଲମ୍ବା, ଏବଂ ଏବେ ଏଥିରେ ଆଉ ଏକ ନାମ ଯୋଡି ହୋଇଛି। ପ୍ରଶ୍ନର ସମ୍ମୁଖୀନ…

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri