Posted inଜାତୀୟ

ସ୍ବାକ୍ଷର ହେବ ୩.୫ ବିଲିୟନ ଡଲାର ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ,୧୪।୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୪ ତାରିଖରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏହି ଅବସରରେ ଦୁଇଦେଶ ମଧ୍ୟରେ ୩.୫ ବିଲିୟନ ଡଲାର (୨୫,୦୦୦ କୋଟି ଟଙ୍କା)ରୁ ଊର୍ଦ୍ଧ୍ୱ ମୂଲ୍ୟର ଦୁଇଟି ବୃହତ୍‌ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଛି। ଏହି ଚୁକ୍ତି ଅନୁଯାୟୀ ଆମେରିକା ୩୦ଟି ହେଭି ଡ୍ୟୁଟି ହେଲିକପ୍ଟର ଯୋଗାଇଦେବ। ସେଥିରେ ରହିଛି ନୌସେନା ପାଇଁ ୨୪ଟି ଏମ୍‌ଏଚ୍‌-୬୦ ରୋମିଓ ମଲ୍ଟି-ମିଶନ ହେଲିକପ୍ଟର ଓ ସ୍ଥଳସେନା ପାଇଁ ୬ଟି ଏଏଚ୍‌-୬୪ଇ ଆପାଚେ ଲଢ଼ୁଆ ଚୋପର। ଆଗାମୀ ସପ୍ତାହରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଏହି ଚୁକ୍ତିନାମାକୁ ମଞ୍ଜୁରୀ ଦେବାକୁ ଯାଉଛି। ଚୁକ୍ତି ଅନୁଯାୟୀ ଏମ୍‌ଏଚ୍‌-୬୦ଆର୍‌ ହେଲିକପ୍ଟର ମୂଲ୍ୟର ୧୫ ପ୍ରତିଶତ ଭାରତ ପ୍ରଥମ କିସ୍ତିରେ ପ୍ରଦାନ କରିବ। ଏହା ସ୍ବାକ୍ଷର ହେବାର ୨ ବର୍ଷ ମଧ୍ୟରେ ପ୍ରଥମ ଦଫା ହେଲିକପ୍ଟର ଯୋଗାଇ ଦିଆଯିବ। ୪ରୁ ୫ ବର୍ଷ ମଧ୍ୟରେ ୨୪ଟି ହେଲିକପ୍ଟର ମିଳିଯିବ ବୋଲି ଏକ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ ୬ଟି ଆପାଚେ ହେଲିକପ୍ଟର ସିଧାସଳଖ କ୍ରୟ କରାଯିବ। ପୂର୍ବରୁ ବାୟୁସେନାରେ ୨୨ଟି ଆପାଚେ ହେଲିକପ୍ଟର ସାମିଲ ହୋଇଛି। ଏଥିପାଇଁ ୨୦୧୫ ସେପ୍ଟେମ୍ବରରେ ଆମେରିକା ସହ ୧୩,୯୫୨ କୋଟି ଟଙ୍କାର ଡିଲ୍‌ ହୋଇଥିଲା। ୬ଟି ଆପାଚେ ହେଲିକପ୍ଟର ୨୦୨୨-୨୩ ସୁଦ୍ଧା ମିଳିବ ବୋଲି ଜଣାପଡିଛି। ଏଥିରେ ଷ୍ଟିଙ୍ଗର୍‌ , ହେଲଫାୟାର ଲଙ୍ଗ୍‌ବୋ ମିସାଇଲ ସାଙ୍ଗକୁ ବନ୍ଧୁକ ଓ ରକେଟ ଖଞ୍ଜାଯିବ। ସେହିପରି ଏମ୍‌ଏଚ୍‌-୬୦ଆର୍‌ରେ ହେଲ୍‌ଫାୟାର ମିସାଇଲ ସାଙ୍ଗକୁ ଏମ୍‌କେ-୫୪ ଟରପେଡୋସ୍‌ ଏବଂ ପ୍ରେସିଶନ୍‌-କିଲ୍‌ ରକେଟ ରହିବ। ଭାରତ ମହାସାଗର ଅଞ୍ଚଳରେ ଚାଇନାର ବୁଡ଼ାଜାହାଜ ନିୟମିତ ପଇଁତରା ମାରୁଥିବାରୁ ତାହାର ମୁକାବିଲା ପାଇଁ ନୌସେନା ନିମନ୍ତେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri