ସ୍ବଚ୍ଛଭାରତ ମିଶନ: ୧୯,୧୬୧ ପାଇଖାନା ଅସମ୍ପୂର୍ଣ୍ଣ

ବାସୁଦେବପୁର, ୨୯।୮ (ଡି.ଏନ.ଏ.) – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ବଚ୍ଛ ଭାରତ ମିଶନ(ଗ୍ରାମୀଣ)ରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ଲକ୍ଷ୍ୟ ଧାର୍ଯ୍ୟ ଥିବା ୩୯,୫୫୫ଟି ପାଇଖାନା ମଧ୍ୟରୁ ୨୦,୩୯୪ଟି ନିର୍ମାଣ ସରିଛି। ୧୯,୧୬୧ ପାଇଖାନା ନିର୍ମାଣାଧୀନ ରହିଥିବା ବେଳେ ସେଥିମଧ୍ୟରୁ ୧୦,୪୦୦ର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। କେନ୍ଦ୍ର ଓ ରାଜ୍ୟ ସରକାର ଏହି ମିଶନକୁ ସର୍ବାଧିକ ଗୁରୁତ୍ୱ ଦେଇ ଗ୍ରାମ ଓ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଳମୁକ୍ତ କରିବା ଉଦ୍ଦେଶ୍ୟରେ ଚଳିତବର୍ଷ ଗାନ୍ଧୀ ଜୟନ୍ତୀରେ ଶତ ପ୍ରତିଶତ ସଫଳତା ହାସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି।
ଉଲ୍ଲେଖନୀୟ ଯେ, ବାସୁଦେବପୁର ବ୍ଲକର ୩୬ ପଞ୍ଚାୟତ ଥିବାବେଳେ ଲୋକଙ୍କ ଆବଶ୍ୟକତାକୁ ଆଧାର କରି ୩୯୫୫୫ ପାଇଖାନା ନିର୍ମାଣ ସକାଶେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପାଇଖାନା ନିର୍ମାଣ ବାବଦକୁ ଜିଲା ଜଳ ପରିମଳ ମିଶନ ପକ୍ଷରୁ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ତତ୍ତ୍ବାବଧାନରେ ୧୨ ହଜାର ଟଙ୍କା କରି ସରକାର ପ୍ରୋତ୍ସାହନ ରାଶି ହିତାଧିକାରୀଙ୍କୁ ପ୍ରଦାନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ବ୍ଲକରେ ସମ୍ପୂର୍ଣ୍ଣ ହୋଇସାରିଥିବା ପ୍ରକଳ୍ପ ବାବଦକୁ ୨୩.୭୮ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଇ ସାରିଛି। ଅସମ୍ପୂର୍ଣ୍ଣ ପାଇଖାନା ନିର୍ମାଣ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ବ୍ଲକରେ ୫୫ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନିର୍ମାଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁ ଗାଁ ବୁଲି କିପରି ସ୍ବଚ୍ଛ ଭାରତ ମିଶନ ସଫଳ ହୋଇପାରିବ ସେ ନେଇ ସଚେତନତା ସୃଷ୍ଟି କରିବେ ବୋଲି ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ପାଢୀ କହିଛନ୍ତି। ଏହି ବ୍ଲକରେ ପାଇଖାନା ନିର୍ମାଣର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ୫ ପଞ୍ଚାୟତ ବ୍ରାହ୍ମଣଗାଁ, ନରସିଂହପୁର, ଆରୁହା, ଜଗନ୍ନାଥପୁର, ବରଣ୍ଡୁଆ ସମ୍ପୂର୍ଣ୍ଣ ମଳମୁକ୍ତ ପଞ୍ଚାୟତ ଭାବେ ଜିଲାସ୍ତରରେ ପୁରସ୍କୃତ ହୋଇଛନ୍ତି। ବ୍ରାହ୍ମଣଗାଁରେ ୧୬୧୬, ନରସିଂହପୁରରେ ୧୨୦୬, ଜଗନ୍ନାଥପୁରରେ ୧୨୯୮, ଆରୁହାରେ ୧୩୧୧ ଓ ବରଣ୍ଡୁଆରେ ୧୪୮୧ ପାଇଖାନା ନିର୍ମାଣ ସରି ଅନ୍ୟ ପଞ୍ଚାୟତ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗର ଅନ୍ୟତମ ଯନ୍ତ୍ରୀ ଭରତ ସାହୁଙ୍କ ସୂତ୍ରରୁ ପ୍ରକାଶ। ପାଇଖାନା ନିର୍ମାଣ କ୍ଷେତ୍ରରେ ରାଜଘରପୋଖରୀ, ବିଦେଇପୁର, ଗୁଆଗଡିଆ ପଛୁଆ ପଡ଼ିଥିବା ବିଭାଗ ସୂତ୍ରରୁ ଜଣାଯାଇଛି। ଏ ସମ୍ପର୍କରେ ବିଡିଓ ବୀରକିଶୋର ପାଣିଗ୍ରାହୀ କହିଛନ୍ତି, ବାସୁଦେବପୁରକୁ ସମ୍ପୂର୍ଣ୍ଣ ମଳମୁକ୍ତ ବ୍ଲକ ଭାବେ ପରିଗଣିତ କରିବା ଲାଗି ଜନସଚେତନତା ସହ ମାଇକ ପ୍ରଚାର ମାଧ୍ୟମରେ ହିତାଧିକାରୀଙ୍କୁ ସଚେତନ କରାଯାଉଛି। ତେବେ ସରକାରଙ୍କର ଏହି ପାଇଲଟ୍‌ ପ୍ରକଳ୍ପକୁ ସଫଳ କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ତାଗିଦ୍‌ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ-ଧର୍ମେନ୍ଦ୍ର କୋଳାକୋଳି

ସମ୍ବଲପୁର,୧୧।୫ (ଭବାନୀଶଙ୍କର ଭୋଇ): ପବିତ୍ର ଅକ୍ଷୟତୃତୀୟା ଅବସରରେ ସମ୍ବଲପୁରର ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠାପର୍ବ ସମ୍ପନ୍ନ ହୋଇଛି। ତେବେ ଥାଳଉଠା ପର୍ବ ଅବସରରେ ସମ୍ବଲପୁରର...

ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ, ରାଜଗାଙ୍ଗପୁର, ରାଉରକେଲା୧୧ା୫(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ ପାଣି/ ଦିନେଶ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କୁ ଭଲ ପାଆନ୍ତି। ରାଜ୍ୟର ସବୁ ବର୍ଗର ଲୋକଙ୍କ...

ଭାଜପା ସରକାର ଆସିଲେ ରାମରାଜ୍ୟ ହେବ: ରାଜନାଥ

ରଣପୁର,୧୧ା୫(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ବିଜୟ ସଂକଳ୍ପ ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ଗର୍ଭବତୀଙ୍କୁ ୪ କି.ମି. ଚଲାଇନେଲେ

ଭବାନୀପାଟଣା,୧୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଜନନୀ ଯନ୍ତ୍ରଣାର ଏକ ଚିତ୍ର ସାମ୍‌ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ।...

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

ଆସୁଛନ୍ତି ମୋଦି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼,୧୦।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri