Posted inଖେଳ

ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର

ବ୍ରିଟେନ ଫର୍ମୁଲା- ୧ ଡ୍ରାଇଭର ଲୁଇସ୍‌ ହାମିଲଟନ ଏଥର ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କ ସହ ଯୁଗ୍ମ ଭାବେ ଲୌରିଅସ୍‌ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି…

ଫର୍ମୁଲା-୧ ସୁପରଷ୍ଟାର ଲୁଇସ୍‌ ହାମିଲଟନଙ୍କୁ ବିଶ୍ୱ କ୍ରୀଡ଼ା ଜଗତରେ ଏକ ନୂଆ ସମ୍ମାନ ମିଳିଛି। ଫର୍ମୁଲା-୧ ରେସ୍‌ରେ ସଫଳତାର ଶୀର୍ଷକୁ ଛୁଇଁଥିଲେ ମଧ୍ୟ ପୂର୍ବରୁ ସେ କେବେ ଲୌରିଅସ ଓ୍ବାଲର୍‌ଡ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ହାସଲ କରି ନ ଥିଲେ। ତେବେ ସେ ମୋଟ ଉପରେ ଏହି ପୁରସ୍କାର ପାଇଁ ୬ଥର ନୋମିନେଟ ହୋଇଥିଲେ। ସେ ଯୁଗ୍ମ ଭାବେ ଆର୍ଜେଣ୍ଟିନା ତଥା ବାର୍ସିଲୋନା ଷ୍ଟ୍ରାଇକର ଲିଓନେଲ ମେସିଙ୍କ ସହ ଏହି ପୁରସ୍କାର ପାଇଛନ୍ତି। ପୂର୍ବରୁ ୨ଜଣ ଫର୍ମୁଲା-୧ ଡ୍ରାଇଭର ଏହି ସମ୍ମାନଜନକ ପୁରସ୍କାର ହାସଲ କରିଥିଲେ। ସେବାଷ୍ଟିଆନ ଭେଟେଲ ଓ ମାଇକେଲ ସୁମାକର ଲୋରିୟସ ସମ୍ମାନ ହାସଲ କରିଥିଲେ।
ମର୍ସିଡିଜର ହାମିଲଟନ ଗତବର୍ଷ ଷଷ୍ଠ ଫର୍ମୁଲା-୧ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ହାସଲ କରି ସଫଳତାର ଶୀର୍ଷକୁ ଛୁଇଁଥିଲେ। ତେବେ ସେ ମାଇକେଲ ସୁମାକରଙ୍କ ୭ଟି ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ରେକର୍ଡଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ହାମିଲଟନଙ୍କର ଏହି ସଫଳତା ସର୍ବକାଳୀନ ଦ୍ୱିତୀୟ ଶ୍ରେଷ୍ଠ ବିବେଚିତ ହେଉଛି।
ପୁରସ୍କାର ଦୌଡ଼ରେ ଆମେରିକୀୟ ଅଭିଜ୍ଞ ଗଲ୍ଫର ଟାଇଗର ଉଡ୍ସ, ସ୍ପେନ୍‌ ଟେନିସ ସୁପରଷ୍ଟାର ରାଫାଲ ନାଡାଲ, ମୋଟର ସାଇକଲ ରେସର ମାର୍କ ମାର୍କକୁଏଜ, ଲଙ୍ଗ ଡିଷ୍ଟାନ୍ସ ରନର ଏଲିଉଡ କିପଚୋଗ ସାମିଲ ରହିଥିଲେ। ଏମାନେ ହାମିଲଟନ ଓ ମେସିଙ୍କୁ କଡ଼ା ଟକ୍କର ଦେଇଥିଲେ। ପ୍ରଥମଥର ପାଇଁ ଲୋରିୟସ ଓ୍ବ୍‌ାଲର୍‌ଡ ସ୍ପୋଟର୍‌ସ ମ୍ୟାନ ଅଫ୍‌ ଦି ଇୟର ଭାଗ ହୋଇଛି। ବିଶ୍ୱ କ୍ରୀଡ଼ା ଜଗତରେ ଲୋରିୟସ ପୁରସ୍କାର ଓସ୍କାର ଭାବେ ପରିଗଣିତ ହୋଇଥାଏ। ପୁରସ୍କାର ପାଇବା ପରେ ହାମିଲଟନ ଖୁସି ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri