Posted inଖେଳ

ସ୍ପିନ୍‌ ବିପକ୍ଷରେ ଚାପେଲଙ୍କ ସର୍ବକାଳୀନ ଶ୍ରେଷ୍ଠ ଇନିଂସ ତାଲିକାରେ ଲକ୍ଷ୍ମଣଙ୍କ ୨୮୧

ମେଲବୋର୍ନ,୨୯।୩(ପି.ଟି.)- ବିଶ୍ୱସ୍ତରୀୟ ସ୍ପିନ୍‌ ବୋଲିଂ ବିପକ୍ଷରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ ତାଙ୍କ ଦୁଇଟି ସର୍ବକାଳୀନ ଶ୍ରେଷ୍ଠ ତଥା ଫେଭରାଇଟ୍‌ ଇନିଂସ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ ୨୦୦୧ରେ ଇଡେନ ଗାର୍ଡେନରେ ଖେଳିଥିବା ୨୮୧ ରନର ଟେଷ୍ଟ ଇନିଂସକୁ ସାମିଲ କରିଛନ୍ତି। ଲକ୍ଷ୍ମଣଙ୍କ ସହ ରାହୁଲ ଡ୍ରାଭିଡ୍‌ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଏହି ଦ୍ୱିତୀୟ ଟେଷ୍ଟରେ ୧୮୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଲକ୍ଷ୍ମଣ ଓ ଡ୍ରାଭିଡ ୩୭୬ ରନର ଭାଗୀଦାରି ସ୍ଥାପନ କରି ଅଷ୍ଟ୍ରେଲିଆକୁ ନିରାଶ କରି ଭାରତକୁ ବିଜୟୀ କରାଇଥିଲେ। ଏହି ବିଜୟ ସହ ଭାରତ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଶେନ୍‌ ଓ୍ବାର୍ନ ଓ ଅନ୍ୟ ବିଶ୍ୱସ୍ତରୀୟ ସ୍ପିନରଙ୍କ ବିପକ୍ଷରେ ଲକ୍ଷ୍ମଣ ଦୃଷ୍ଟାନ୍ତମୂଳକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ବୋଲି ଚାପେଲ କହିଛନ୍ତି। ଲକ୍ଷ୍ମଣ ୪୫୨ଟି ବଲ୍‌ ଖେଳିଥିଲେ ଓ ୪୪ଟି ବାଉଣ୍ଡାରୀ ମାରିଥିଲେ। ଏହି ଐତିହାସିକ ଇନିଂସରେ ଲକ୍ଷ୍ମଣ ନିୟମିତ ଭାବେ ବଲ୍‌କୁ ପ୍ରହାର କରୁଥଲେ। ଲକ୍ଷ୍ମଣଙ୍କ ସ୍ବାଭବ ମଧ୍ୟ ଅନୁରୂପ ଭାବେ ପ୍ରଶଂନୀୟ ବୋଲି ସେ କହିଛନ୍ତି।
ସ୍ପିନ୍‌ ବୋଲିଂକୁ ବେଶ୍‌ ଭଲ ଭାବେ ଖେଳୁଥିବା ନିଜ ସାଥି ବ୍ୟାଟ୍ସମ୍ୟାନ ଡଗ୍‌ ଓ୍ବାଲ୍ଟର୍ସକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସ୍ପିନ୍‌ ବିପକ୍ଷରେ ଓ୍ବାଲ୍ଟର୍ସ ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ଚାପେଲ କହିଛନ୍ତି। ଗୋଟିଏ ସେସନରେ ୩ଥର ଓ୍ବାଲ୍ଟର୍ସ ଗୋଟିଏ ଲେଖାଏ ଟେଷ୍ଟ ଶତକ ହାସଲ କରିଛନ୍ତି। ୧୯୯୬ରେ ମାଡ୍ରାସର ମାଇନ୍‌ଫିଲ୍ଡରେ ଭାରତ ବିପକ୍ଷରେ ଓ୍ବାଲ୍ଟର୍ସ ଏକ ଲଢୁଆ ଶତକ ଅର୍ଜନ କରିଥିଲେ। ସ୍ପିନ୍‌ କିମ୍ବଦନ୍ତୀ ଏରାପଲ୍ଲୀ ପ୍ରସନ୍ନାଙ୍କ ସ୍ପିନ୍‌ ବୋଲିଂକୁ ସେ ସଫଳତାର ସହ ମୁକାବିଲା କରିଥିଲେ। ଏହି ଇନିଂସରେ ସେ ୧୪ଟି ଚୌକା ଓ ୨ ଛକା ମାରିଥିଲେ। ସ୍ପିନ୍‌ ବିପକ୍ଷରେ ଏହା ଅନ୍ୟତମ ଶ୍ରେଷ୍ଠ ଇନିଂସ ବୋଲି ଚାପେଲ କହିଛନ୍ତି।
ସାରା ବିଶ୍ୱରେ କୋଭିଡ-୧୯ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଥିବା ବେଳେ କ୍ରିକେଟ ମ୍ୟାଚ୍‌ ଆୟୋଜନ ପୂରା ବନ୍ଦ ହୋଇଛି। ଫଳରେ ସ୍ପିନ୍‌ ବିପକ୍ଷରେ ଶ୍ରେଷ୍ଠ ଇନିଂସ ଚୟନ କରିବା ନେଇ ମୋତେ ସମୟ ତଥା ସୁଯୋଗ ମିଳିଛି। ଟପ୍‌ କ୍ଲାସ୍‌ ସ୍ପିନ୍‌ ବୋଲିଂ ବିପକ୍ଷରେ ଲକ୍ଷ୍ମଣ ଓ ଓ୍ବାଲ୍ଟର୍ସଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିଛି ବୋଲି ଚାପେଲ ଇଏସ୍‌କ୍ରିକ୍‌ଇନଫୋ ସ୍ତମ୍ବରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?