ସ୍ତନ୍ୟପାନ କରାଉଥିଲେ ଧୂମପାନ ହାନିକାରକ

ଧୂମପାନ କରିବା ଏବଂ ଏହା ସଂସ୍ପର୍ଶରେ ରହିବା ଉଭୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ସବୁଠୁ ଅଧିକ ମହିଳାଙ୍କ ପାଇଁ କ୍ଷତିକାରକ ହୋଇଥାଏ, ଯେଉଁମାନେ ନବଜାତକଙ୍କୁ ସ୍ତନ୍ୟପାନ କରାଉଥାନ୍ତି। ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମା’ମାନେ ଯଦି ଘରେ ଧୂମପାନ ସଂସ୍ପର୍ଶରେ ଆସନ୍ତି, ତେବେ ସେମାନଙ୍କ ସ୍ତନ୍ୟପାନ ଅବଧି ଉପରେ ନକାରାମତ୍କ ପ୍ରଭାବ ପଡ଼େ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷଣାର ନିଷ୍କର୍ଷ ଅନୁସାରେ, ପତ୍ରିକା ‘ବ୍ରେଷ୍ଟ୍‌ଫିଡିଙ୍ଗ୍‌ ମେଡିସିନ୍‌’ରେ ଏ ସମ୍ପର୍କିତ ତଥ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଏଥିରେ ସ୍ତନ୍ୟପାନ କରାଉଥିବା ମା’ଙ୍କ ଉପରେ ଘରୋଇ ଧୂମପାନକର୍ତ୍ତାଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ସୃଷ୍ଟି ହେଉଥିବା ନକାରାମତ୍କ ପ୍ରଭାବ ଆଲୋଚନା ହୋଇଛି। ବ୍ରିଟିଶ କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ମ୍ୟାରୀ ତରାନ୍ତଙ୍କ ଅନୁସାରେ, ଗବେଷଣାରେ ଧୂମପାନ କରୁଥିବା ପରିବାରରେ ପିଲାଙ୍କ ସ୍ତନ୍ୟପାନ ଅବଧି କମ୍‌ ହେଉଥିବା ଜଣାପଡ଼ିଛି। ଏହି ଧୂମପାନକାରୀଙ୍କ ମଧ୍ୟରେ ପିତା, ମା’ କିମ୍ବା ଅନ୍ୟ କୌଣସି ସଦସ୍ୟ ସ୍ଥାନ ପାଇପାରନ୍ତି। ତରାନ୍ତଙ୍କ ଅନୁସାରେ, ଯେଉଁ ପରିବାରରେ ଧୂମପାନକାରୀଙ୍କ ସଂଖ୍ୟା ଯେତେ ଅଧିକ ସେଠାରେ ସ୍ତନ୍ୟପାନ ଅବଧି ସେତେକମ୍‌ ହୋଇଥାଏ। ସବୁଠୁ ବଡ଼ କଥା, ସ୍ତନ୍ୟପାନ ଅବଧି ହ୍ରାସ ପାଇବାର ଅର୍ଥ ଉଭୟ ମା’ ଓ ଶିଶୁଙ୍କ ପାଇଁ ବିପଜ୍ଜନକ। ଶିଶୁର ସୁସ୍ଥ ଶରୀର ପାଇଁ ସ୍ତନ୍ୟପାନ ନିତାନ୍ତ ଜରୁରୀ। ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହେଲେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଉପତ୍ନ୍ନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri