ସ୍କୁଲ ପିଲାଙ୍କ ସହ ନନ୍ଦନକାନନ ପାଳିଲା ବିଶ୍ୱ ହସ୍ତୀ ଦିବସ

ବାରଙ୍ଗ,୧୨ା୮(ଡି.ଏନ୍‌.ଏ.)- ସୋମବାର ଥିଲା ବିଶ୍ୱ ହସ୍ତୀ ଦିବସ। ଚଳିତବର୍ଷ ନନ୍ଦନକାନନ ଓ ସ୍କୁଲ ସୋମବାର ବନ୍ଦ ଥିବାରୁ ଏହି ଦିବସକୁ ସ୍କୁଲପିଲାଙ୍କ ଗହଣରେ ପାଳିଥିବାର ଦେଖିବାକୁ ମିଳିଛି। ନନ୍ଦନକାନନରେ ଥିବା ଜୁଲି, ଗୌରୀ, କମଳା ଓ ମାମାକୁ ନେଇ ୪ ହାତୀ ଏଥିରେ ସାମିଲ ହୋଇଥିଲେ। ଏଥିମଧ୍ୟରୁ ମାମା ସବୁଠୁ ଛୋଟ ଥିବାରୁ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବର୍ଷାପାଗ ଥିବାରୁ ସକାଳ ୯ଟାରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମୟ ପୂର୍ବରୁ ଏହି ୪ ହାତୀ ଆସି ଗେଟ କମ୍ପ୍ଲେସ ଆଗରେ ଛିଡା ହୋଇଥିଲେ। ଏହାସହ ଆଖପାଖର ୧୨ଟି ସ୍କୁଲର ପିଲାଙ୍କ ସହ ଅତିଥିମାନେ ବର୍ଷାହେବା ସତ୍ତ୍ୱେ ସମୟ ପୂର୍ବରୁ ପହଞ୍ଚତ୍ ଯାଇଥିଲେ। ମୁଖ୍ୟଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗଦେଇଥିଲେ। ଅତିଥି ଓ ପିଲାମାନେ ହାତୀମାନଙ୍କୁ ସୁସ୍ବାଦ ଖାଦ୍ୟ ମକା, ସେଓ, କଦଳୀ, ନଡ଼ିଆ ଓ ଆଖୁ ଆଦି ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ୯ଜଣ ମାହୁନ୍ତଙ୍କୁ ୨ହଜାର ଟଙ୍କା ସହ ପ୍ୟାଣ୍ଟଶାର୍ଟ ଦିଆଯାଇଥିଲା। ପରେ କନଫରେନ୍ସ ହଲରେ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ନନ୍ଦନକାନନର ମୁଖ୍ୟ ବନସଂରକ୍ଷକ(ବନ୍ୟପ୍ରାଣୀ) ଡ.ଅଜୟ କୁମାର ମହାପାତ୍ର, ନିର୍ଦ୍ଦେଶକ ଶଶିପଲ, ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ପର୍ଯ୍ୟଟନ ପରିଚାଳନା ଦାୟିତ୍ୱରେ ଥିବା ଏସିଏଫ ଅମୂଲ୍ୟ କୁମାର ପରିଡା, ଜନ୍ତୁବିଭାଗ ଦାୟିତ୍ୱରେ ଥିବା ଏସିଏଫ ଅଶୋକ ଦାସ, ଏସିଏଫ ପ୍ରଶାନ୍ତ କୁମାର ପଣ୍ଡା, ରେଞ ଅଫିସର କୁମର ବେହେରା, କମଳ ପଟ୍ଟନାୟକଙ୍କ ସମେତ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଧାୟକ ରାଉତରାୟ ହାତୀର ଜୟଗାନ କରି ହାତୀମାନଙ୍କ ପାଇଁ ତାଳି ମାରିବାକୁ ଉପସ୍ଥିତ ପିଲାମାନଙ୍କୁ କହି ହସାଇଥବାର ଦେଖିବାକୁ ମିଳିଥିଲା। ଫନୀରେ କ୍ଷତିଗ୍ରସ୍ତ ନନ୍ଦନକାନନର ପୁନରୁଦ୍ଧାର କାର୍ଯ୍ୟ ଶୀଘ୍ର ସରିଥିବାରୁ ଦୁଇ ବିଧାୟକ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri