ସୋହେଲାରେ ବଢ଼ିଲା ଲକ ଡାଉନ କଟକଣା

ସୋହେଲା,୪।୪(ଡି.ଏନ.ଏ.)-ବରଗଡ ଜିଲା ସୋହେଲାରେ ଏଣିକି ଲକ ଡାଉନ କଟକଣାକୁ କଡାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି । ଶନିବାର ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୁଆନ ଲକ ଡାଉନ ପରିସ୍ଥିତି ନିରୀକ୍ଷଣ କରିବା ପାଇଁ ଏଠାକୁ ଆସିଥିଲେ। ଲୋକେ ବାଇକ ଧରି ବୁଲୁଥିବା ଏପରିକି ବିଭିନ୍ନ ଜାଗାରେ ଲୋକେ ସାମାଜିକ ଦୂରତ୍ୱ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ପାଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏନେଇ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ନାଗରିକ କମିଟିର ଏକ ବୈଠକ ଡାକିଥିଲେ । ସୋହେଲା ଛତିଶଗଡ଼ ସୀମା ଅଂଚଳରେ ଥିବାରୁ ଏବଂ ୬ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ ଏହା ଏକ ସମ୍ବେଦନଶୀଳ ଜାଗା । ତେଣୁ ଲକ ଡାଉନ କଟକଣାକୁ ଯେପରି ଠିକ ଭାବରେ କାର୍ଯ୍ୟକାରୀ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ପୂର୍ବରୁ ପ୍ରତି ଶନିବାର ବସୁଥିବା ସାପ୍ତାହିକ ହାଟକୁ ବନ୍ଦ କରାଯାଇଛି । ଏଣିକି ମେଡ଼ିସିନ ଦୋକାନ ଓ ଦୁଗ୍ଧ ଦୋକାନ ବ୍ୟତୀତ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସପ୍ତାହକୁ ୩ ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ୧୧ ଟା ପର୍ଯ୍ୟନ୍ତ ଖୋଲା ରଖା ଯିବାକୁ ବୈଠକରେ ସ୍ଥିର କରାଯାଇଥିଲା । ଏହା ବ୍ୟତୀତ ବାଇକ ଚାଳନା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଅଯଥାରେ ଲୋକେ ବାଇକ ଧରି ବୁଲା ବୁଲି କଲେ ପୋଲିସ ବାଇକ ଜବତ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ବୈଠରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଅଶୋକ କୁମାର ଗଡ଼ତିଆ, ବିଡ଼ିଓ ବିଶ୍ୱ ରଞ୍ଜନ କର, ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ସ୍ୱାଇଁ, ଆଇଆଇସି ନିର୍ମଳ ମହାପାତ୍ର ଏବଂ ନାଗରିକ କମିଟିର ସଦସ୍ୟ ପ୍ରମୋଦ ଚନ୍ଦ୍ର ଦେବତା, ବଲବୀର ସିଂ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?