ସୋସିଆଲ ମିଡିିଆରେ ଟ୍ରୋଲ ହେବା ପରେ କମେଣ୍ଟ ସେକ୍ସନ ବନ୍ଦ କଲେ ସୋନମ

ମୁମ୍ବାଇ : ରବିବାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଖାଲି ସିନେ ଜଗତ ନୁହେଁ, ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। ସମସ୍ତେ ଏହି ଆତ୍ମହତ୍ୟାର କାରଣ ଖୋଜୁଛନ୍ତି। ସୁଶାନ୍ତଙ୍କ ଘରୁ ମଧ୍ୟ ସୁଇସାଇଡ୍‌ ନୋଟ୍‌ ଜବତ ହୋଇନାହିଁ। ଅନ୍ୟପଟେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ନାନା କଥା ଶୁଣିବାକୁ ମିଳୁଛି। ବଲିଉଡ୍‌ ଅଭିନେତା ସଲମାନ୍‌ ଖାଁ, କରଣ ଜୋହର, ଆଲିଆ ଭଟ୍ଟ ଏବଂ ସୋନମ କପୁରଙ୍କ ଭଳି ସେଲିବ୍ରିଟିଙ୍କୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି। ଲଗାତର ସୋସିଆଲ ମିଡିଆରେ ହେଉଥିବା ଆଲୋଚନା ପର୍ଯ୍ୟାଲୋଚନାରେ ଅତିଷ୍ଠ ହୋଇ ସୋନମ କପୁର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କମେଣ୍ଟ ସେକ୍ସନ ଅଫ୍‌ କରିଦେଇଛନ୍ତି। ଏହି ସମୟରେ କରଣ ଜୋହରଙ୍କ ଏକ ଶୋ’ର ପୁରୁଣା ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ କହୁଛନ୍ତି, ମୁଁ ସୁଶାନ୍ତଙ୍କୁ ଜାଣିନାହିଁ। ସୁଶାନ୍ତଙ୍କ ମୃତ୍ୟୁ ପରେ ସୋନମ୍‌ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ହୃଦୟରେ ଘୃଣା ଥିବା ଲୋକଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରେ। ସେମାନେ ମୋ’ ଅପେକ୍ଷା ମୋ’ ପାଇଁ ଅଧିକ ମାରାତ୍ମକ। ସେ ଆହୁରି କହିଛନ୍ତି, ସେମାନଙ୍କ ଲକ୍ଷ୍ୟ ମୋ’ ପରିବାର ଏବଂ ସାଙ୍ଗମାନଙ୍କ ପ୍ରତି। ବର୍ତ୍ତମାନ ସୀମାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ବିଷୟରେ ଏବଂ ଲକ୍‌ଡାଉନ୍‌ ଯୋଗୁ ଜନଜୀବନ ପ୍ରଭାବିତ ସମ୍ପର୍କରେ କଥାବାର୍ତ୍ତା କରିବାର ସମୟ ଆସିଛି। ତେଣୁ ମୁଁ ମୋ’କମେଣ୍ଟ ସେକ୍ସନ ବନ୍ଦ କରିଦେଉଛି। ଏହା ପୂର୍ବରୁ ସୋନମ୍‌ ଏକ ଟୁଇଟ୍‌ରେ ଲେଖିଥିଲେ, କାହାର ମୃତ୍ୟୁ ପାଇଁ ତାଙ୍କ ଗର୍ଲଫ୍ରେଣ୍ଡ୍‌, ପୂର୍ବତନ ଗର୍ଲଫ୍ରେଣ୍ଡ୍‌, ପରିବାରବର୍ଗଙ୍କୁ ଦାୟୀ କରିବା ଅଜ୍ଞତା। ଯେଉଁମାନେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଗର୍ଲଫ୍ରେଣ୍ଡ୍‌ ଏବଂ ପୂର୍ବତନ ଗର୍ଲଫ୍ରେଣ୍ଡଙ୍କୁ ଦାୟୀ କରୁଛନ୍ତି ସେମାନେ ଅଜ୍ଞ। ଏହି ଟୁଇଟ୍‌ ପରେ ସୋନମ୍‌ ଖୁବ୍‌ ଟ୍ରୋଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସକାଳୁ ବୃଷ ରାଶିରେ ପ୍ରବେଶ କଲେ ଚନ୍ଦ୍ର: ମେଷ ସମେତ ୪ ରାଶିଙ୍କ ଜୀବନରେ ଆସିବ ବଡ଼ ଖବର, ପଢନ୍ତୁ କ’ଣ ଘଟିବ…

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଦେବଙ୍କୁ ମନ, ମାତା ଓ ଅର୍ଥର କାରକ ଭାବେ ବିବେଚନା କରାଯାଏ। ୩ ସେପ୍ଟେମ୍ବର ୨୦୨୬ରେ ଚନ୍ଦ୍ରମା ମେଷ ରାଶିରୁ ବାହାରି ନିଜର ଉଚ୍ଚ…

ରାଶି ପରିବର୍ତ୍ତନ କଲେ ଶୁକ୍ର; ବଢିବ ଆର୍ଥିକ ସଙ୍କଟ, ଅଯଥାରେ ଫଶିଯିବେ ଏହି ୩ ରାଶି…

ବୈଦିକ ଜ୍ୟୋତିଷରେ, ଶୁକ୍ରଙ୍କୁ ଆରାମ, ଧନ, ସମୃଦ୍ଧି, ପ୍ରେମ ଏବଂ ଭୌତିକ ସୁଖ ପାଇଁ ଦାୟୀ ଗ୍ରହ ଭାବରେ ବିବେଚନା କରାଯାଏ । ଯେତେବେଳେ ଶୁକ୍ର ତାଙ୍କ…

SBI Customer Alert: ଆସନ୍ତାକାଲି ଠପ୍‌ ହୋଇଯିବ UPI ସେବା, ନୋଟ୍‌ କରିନିଅନ୍ତୁ କେତେ ଟାଇମ୍‌…

ନୂଆଦିଲ୍‌ଲୀ,୩।୯: ଯଦି ଆପଣଙ୍କ ଆକାଉଣ୍ଟ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଅର୍ଥାତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ୟୁପିଆଇ…

ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳର ଆବଶ୍ୟକ ପଡ଼ିବ

ଭୁବନେଶ୍ୱର, ୩ା୯(ସନ୍ତୋଷ କୁମାର ବେହେରା): ସ୍ବସ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍‌ (ଏସ୍‌ଆଇଏମ୍‌ଏସ୍‌ଏସ୍‌)ର ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ଥାନୀୟ ଏକ ହେଟେଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବାଗତ…

ଅନ୍ତର୍ଜାତୀୟ ବଜାରରେ ବଢୁଛି ଭାରତ ମସଲା ଚାହିଦା

କଟକ,୩ା୯: ଅନ୍ତର୍ଜାତୀୟ ବଜାରରେ ଭାରତୀୟ ମସଲାର ଚାହିଦା ବଢୁଥିବାବେଳେ ଭାରତୀୟ ମସଲା ଉତ୍ପାଦନକାରୀ ଉଦ୍ୟୋଗ, ରପ୍ତାନିକାରୀ ଏବଂ କୃଷକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏହିକ୍ରମରେ…

ଆବାସ ଆଶା: କଟିଲେଣି ୨୦୦

ଭୁବନେଶ୍ୱର,୩ା୯(ରବିନାରାୟଣ ଜେନା): ରାଜଧାନୀର ନିମ୍ନବର୍ଗଙ୍କୁ ସୁଲଭ ମୂଲ୍ୟରେ ଆବାସ ଯୋଗାଇଦେବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଗ୍ରହଣ କରାଯାଇଥିବା ଆବେଦନ ଉପରେ ଖୁବ୍‌ଶୀଘ୍ର ଲଟେରି ଉଠାଣ…

ବିଶ୍ୱକପ ୨୦୨୭ ପାଇଁ BCCIର ମାଷ୍ଟରପ୍ଲାନ୍‌! ବୁଝନ୍ତୁ ବଡ଼ ସମୀକରଣ

ନୂଆଦିଲ୍ଲୀ, ୩।୯: ଟିମ ଇଣ୍ଡିଆର ଆଗାମୀ ବଡ଼ ଲକ୍ଷ୍ୟ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ ଟ୍ରଫି ଜିତିବା। ଏହି ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

କ୍ଷେତରେ କାମ କରୁଥିବା ବୃଦ୍ଧାଙ୍କୁ ଦେଖି ଅଟକିଲା ବିଜୟଙ୍କ କାର୍‌! ତା’ପରେ ଯାହା କଲେ, ଭାଇରାଲ ହେଲା ଭିଡିଓ

ଚେନ୍ନାଇ,୩।୯: ତାମିଲନାଡୁର ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ବିଜୟ ଜଣେ ବୃଦ୍ଧା ମହିଳାଙ୍କୁ ଭେଟି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri