ସୋଲାର ସିଷ୍ଟମ୍‌ ନଳକୂପ ଅଚଳ: ଫେଲ୍‌ ମାରିଛି ଯୋଜନା

ଝୁମ୍ପୁରା, ୧୭।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ଭାବେ ପ୍ରଥମ ଭାଗରେ ଚିହ୍ନଟ ହୋଇଥିବା ୫ଟି ପଞ୍ଚାୟତ (ବସନ୍ତପୁର, ମଲଦା, ନୟାଗଡ, କୁଟୁଗାଁ, ନିଶ୍ଚିନ୍ତପୁର) ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗଭୀର ନଳକୂପ ଖୋଳାଯାଇ ସୋଲାର ସିଷ୍ଟମ ଜରିଆରେ ଓଭରହେଡ ଟାଙ୍କିକୁ ପାଣି ଉଠାଯାଇ ପାନୀୟ ଜଳ ଯୋଗାଇ ଦେବାର ଯୋଜନା ୨ବର୍ଷ ପୂର୍ବରୁ କରାଯାଇଥିଲା।
ଖଣି କ୍ଷତିଗ୍ରସ୍ତ ଉକ୍ତ ପଞ୍ଚାୟତଗୁଡିକର ପ୍ରତ୍ୟେକ ସୋଲାର ସିଷ୍ଟମ ପାଇଁ ୧୦ଲକ୍ଷ ଟଙ୍କା ଜିଲା ଖଣିଜ ପାଣ୍ଠିରୁ ବ୍ୟୟ ବରାଦ କରାଯାଇଛି। ଭୁବନେଶ୍ୱରସି୍ଥତ ଓରେଡା କମ୍ପାନୀକୁ ଟେଣ୍ଡର ମଧ୍ୟ ଦିଆଗଲା। ସମୁଦାୟ ଅଞ୍ଚଳରେ ୨୦୦ରୁ ଊର୍ଦ୍ଧ୍ୱ ସୋଲାର ନଳକୂପ ପାଇଁ ଯୋଜନା ହେଲା, ହେଲେ ସୋଲାର ସିଷ୍ଟମ ଯୋଗେ ପାନୀୟ ଜଳ ଯୋଗାଇ ଦେବାପାଇଁ ହୋଇଥିବା ଯୋଜନା ଏବେ ଫେଲ ମାରିବାକୁ ବସିଛି। ବହୁ ସ୍ଥାନରେ ସୋଲାର ସିଷ୍ଟମ ନଳକୂପରୁ ପାଣି ବାହାରୁ ନାହିଁ। ସଜଡା ଗଲେ ୨ଦିନ ପାଣି ବାହାରୁଛି, ପୁଣି ବନ୍ଦ ହୋଇଯାଉଛି। ନିମ୍ନମାନର ଓଭରହେଡ ସିନଟେକ୍ସ ଟାଙ୍କି ଯୋଗୁ କେତେକ ସ୍ଥାନରେ ଟାଙ୍କି ପାଣି ଭର୍ତ୍ତି ରହିଲେ ଫାଟି ଯାଉଛି। କମ ପବନରେ ମଧ୍ୟ ସୋଲାର ପ୍ଲେଟ ଉଡିଯାଉଛି। ଅଭିଯୋଗ ପରେ ମଧ୍ୟ ସଜଡା ଯାଉ ନ ଥିବାରୁ ପଞ୍ଚାୟତ ବାସିନ୍ଦା ଅସନ୍ତୁଷ୍ଟ ହେଉଛନ୍ତି। ପାଣି ନ ମିଳିଲେ ପୂର୍ବପରି ଚୁଆ ପାଣିକୁ ଆଦରି ପାନୀୟ ଜଳ ଚାହିଦା ମେଣ୍ଟାଇବା ପାଇଁ ବାଧ୍ୟ ହେଉଛନ୍ତି ବସ୍ତି ବାସିନ୍ଦା। ବସନ୍ତପୁର ପଞ୍ଚାୟତର ଜଡପଦା, ପେଣ୍ଠେଇ ସାହି, ଜରଡି ସାହି, କାଇଯୋଡା ଗ୍ରାମର ସୋଲାର ସିଷ୍ଟମ ଅଚଳ ହୋଇ ପଡିଥିବାବେଳେ ପୂର୍ବରୁ ଥିବା ନଳକୂପ ଗୁଡିକ ମଧ୍ୟ ଅଚଳ ହୋଇ ପଡିଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ଯନ୍ତ୍ରୀ ମୋହନ ସିଂଙ୍କୁ ପଚାରିବାରୁ ସୋଲାର ସିଷ୍ଟମ ସଜାଡିବା ପାଇଁ ସମ୍ପୃକ୍ତ କମ୍ପାନୀକୁ କୁହାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri