ସୋମବାରଠାରୁ ଗଡ଼ିବ ‘ମୋ ସାଇକେଲ’: ଜୁନ୍‌ ୩୦ ଯାଏ ଅଧଘଣ୍ଟା ମାଗଣା

ଭୁବନେଶ୍ୱର, ୧୭।୫(ବ୍ୟୁରୋ): କରୋନା କଟକଣା ଓ ଲକ୍‌ଡାଉନ୍‌ ସମୟରେ ସାଇକେଲର ଆବଶ୍ୟକତା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଆସନ୍ତା ସୋମବାରଠାରୁ ପୁଣି ‘ମୋ ସାଇକେଲ’ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଲୋକଙ୍କ ସୁବିଧା ପାଇଁ ରିହାତି ବ୍ୟବସ୍ଥା କରିଛି। ଲୋକେ ଜୁନ୍‌ ୩୦ ଯାଏ ଦିନକୁ ସର୍ବାଧିକ ଅଧଘଣ୍ଟା (ପ୍ରଥମ ରାଇଡ୍‌) ମାଗଣା ସେବା ପାଇପାରିବେ। ଏହାଠାରୁ ଅଧିକ ସମୟ ମୋ ସାଇକେଲ ଚଲାଇଲେ ଭଡ଼ା ଲାଗୁ ହେବ। ଏ ସମ୍ପର୍କରେ ସୂଚନା ଦେଇ ‘ମୋ ସାଇକେଲ’ ସେବା ଦାୟିତ୍ୱରେ ଥିବା କ୍ରୁଟ୍‌ର ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର କହିଛନ୍ତି, ଏବେ ନିଜ ସ୍ବାସ୍ଥ୍ୟକୁ ସୁସ୍ଥ ତଥା ସମୃଦ୍ଧ ରଖିବା ଓ ମାନସିକ ସ୍ବାସ୍ଥ୍ୟ ରକ୍ଷା ପାଇଁ ସାଇକଲ ଚଲାଇବା ଲାଭଦାୟକ। କିଛିଦିନ ହେବ ଏହି ସେବାକୁ ବନ୍ଦ ରଖାଯାଇଥିଲା। ଜନସାଧାରଣଙ୍କ ଅନୁରୋଧକୁ ଆଧାର କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଅନୁମତି ମିଳିଛି। ଭୁବନେଶ୍ୱରବାସୀ ମା ସାଇକେଲ ରାଇଡ୍‌ର ସୁବିଧା ପାଇବା ସହ ସହ ଫ୍ରି ରାଇଡ୍‌ ଅଫରର ଲାଭ ଉଠାଇବା ଦରକାର ବୋଲି ସେ କହିଛନ୍ତି।

ତେବେ ପ୍ରାଥମିକ ପର୍ଯ୍ୟାୟରେ ୩୦୦ଟି ସାଇକେଲ (ୟାନା ଓ ୟୁଲୁ) ସହରରେ ଥିବା ୫୦ ପବ୍ଲିକ୍‌ ବାଇକ ସେୟାରିଂ ଷ୍ଟେଶନରେ ଉପଲବ୍ଧ ହେବ। ଉକ୍ତ ସାଇକଲଗୁଡିକୁ ବିଶୋଧନ କରାଯାଇଥିବାବେଳେ ଏହା ନିୟମିତ ହେବ। ସାଇକେଲ କେବେ ବିଶୋଧନ ହୋଇଥିଲା ବ୍ୟବହାରକାରୀମାନେ ଆପ୍‌ ମାଧ୍ୟମରେ ସୂଚନା ପାଇପାରିବେ। ଏହି ସେବା ପାଇଁ ଟେକ୍ନିକାଲ ଟିମ୍‌ କାର୍ଯ୍ୟରତ ଥିବାବେଳେ ପ୍ରତି ବ୍ୟବହାର ପରେ ସାଇକେଲକୁ ପୁଣିଥରେ ପୂର୍ଣ୍ଣ ବିଶୋଧନ କରାଯାଇ ବ୍ୟବହାର ପାଇଁ ରଖାଯିବ। ତେବେ ମୋ ସାଇକେଲ ବ୍ୟବହାର ସମୟରେ ମାସ୍କ ଓ ଗ୍ଲୋବ୍‌ସର ବ୍ୟବହାର କରିବାକୁ ହେବ। ସାଇକେଲ ଷ୍ଟେଶନରେ ଭିଡ଼ ନ କରି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କ୍ରୁଟ୍‌ର ମହାପ୍ରବନ୍ଧକ ମହାପାତ୍ର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯(ପ୍ରଭୁକଲ୍ୟାଣ ପାଲ): କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri