ଅସୁରକ୍ଷିତ ବାହାବଳପୁର ଜେଟି

ରୂପ୍‌ସା, ୨୯।୧୧-ଶତାଧିକ ମତ୍ସ୍ୟଜୀବୀଙ୍କୁ ଦାନାପାଣି ଯୋଗାଉଥିବା ବାହାବଳପୁର ମାଛଧରା ଜେଟି ଦିନକୁ ଦିନ ସ୍ଥିତି ହରାଇବାକୁ ବସିଛି। ଜଳକା ନଦୀର ଶାଖା ନାଳ ସଂଲଗ୍ନ ମୁହାଣରେ ଥିବା ଜେଟିଠାରୁ ସମୁଦ୍ରର ଦୂରତା ପ୍ରାୟ ୨ କି.ମି. ହେବ। ଏହା ନିକଟରେ ରହିଛି ଏକ ମତ୍ସ୍ୟ ଅବତରଣ କେନ୍ଦ୍ର। ଏକଦା ଏହି ମୁହାଣ ପଥ ଦେଇ ସାଧବପୁଅମାନେ ନୌବାଣିଜ୍ୟ କାରବାର କରୁଥିଲେ। ସେଦିନର ସ୍ମୃତି ଆଜି ହଜିଯାଇଥିଲେ ବି ୧୯୯୨ ମସିହାରେ ଏଠାରେ ଜେଟି ନିର୍ମାଣ ହେବା ପରେ ଦୈନିକ ୧୬ହଜାରରୁ ଅଧିକ ମତ୍ସ୍ୟଜୀବୀ ଭୁଟୁଭୁଟି, ଲଞ୍ଚ, ଟ୍ରଲର ଓ ବୋଟ୍‌ ନେଇ ସମୁଦ୍ରକୁ ମାଛ ଧରିବାକୁ ଯାଉଥାନ୍ତି। ଏହି ମୁହାଣ ଜଳପଥ କ୍ରମଶଃ ପୋତିହୋଇପଡିବାରୁ ଏହାର ଗଭୀରତା ହ୍ରାସ ପାଇଛି। ଅନ୍ୟପକ୍ଷେ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏହି ମାଛଧରା ଜେଟି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଜେଟିର କଂକ୍ରିଟ ଅଂଶରେ ଫାଟ ସୃଷ୍ଟି ହୋଇଥିବାରୁ ଏହା ଯେକୌଣସି ମୁହୂର୍ତ୍ତରେ ଭୁଶୁଡି ପଡିବା ଆଶଙ୍କା ରହିଛି। ମତ୍ସ୍ୟଜୀବୀ ଓ ବ୍ୟବସାୟୀ ସଂଘ ପକ୍ଷରୁ ବାରମ୍ବାର ଦାବି କରାଯିବା ସତ୍ତ୍ୱେ ଏହାର ମରାମତି ତଥା ପୁନରୁଦ୍ଧାର କରାଯାଉନାହିଁ।
ବାଲେଶ୍ୱର ଜିଲା ବଙ୍ଗୋପସାଗର ଉପକୂଳରେ ଥିବା ବିଭିନ୍ନ ଜେଟି ମଧ୍ୟରୁ ବାହାବଳପୁର ମତ୍ସ୍ୟ ଉତ୍ପାଦନ ଓ ବ୍ୟବସାୟ କ୍ଷେତ୍ରରେ ଆଗୁଆ ରହି ଜିଲାର ଅର୍ଥନୀତିକୁ ଦୃଢ କରିଆସିଛି। ପ୍ରତିଦିନ ଏହି ଜେଟିରେ ଶତାଧିକ ଲଞ୍ଚ, ବୋଟ୍‌ ଆସି ଲାଗିବା ପରେ ବ୍ୟବସାୟୀମାନେ ମାଛ କିଣି ଏଠାରୁ ମାଡ୍ରାସ, କେରଳ, କଲିକତା, ବମ୍ବେ, ଦିଲ୍ଲୀ ଓ ଗୋଆ ଆଦି ସ୍ଥାନକୁ ରତ୍ପାନି କରିଥାନ୍ତି। ବାହାର ଅଞ୍ଚଳରୁ ଅନେକ ବ୍ୟବସାୟୀ ମଧ୍ୟ ଆସିଥାନ୍ତି। ବୋଟ୍‌ ମାଲିକମାନେ ପ୍ରାୟ ୮୦ ପ୍ରତିଶତ ମାଛ ବାହାରକୁ ରପ୍ତାନି କରିଥାନ୍ତି। ଜେଟି ଓ ଏହା ସଂଲଗ୍ନ ମୁହାଣ ପୋତି ହୋଇଯାଉଥିବାରୁ ସମୁଦ୍ର ଭିତରକୁ ଜଳଯାନ ଯାତାୟାତ କରିବା ବନ୍ଦ ହେବା ଭଳି ପରିସ୍ଥିତି ଦେଖାଦେଇଛି। ସାମୁଦ୍ରିକ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ବାହାବଳପୁର ମୁହାଣ ଜେଟି ସଂଲଗ୍ନ ଅଞ୍ଚଳରେ ୩୫୨ଟି ଭୁଟୁଭୁଟି, ୧୮୫ ଟ୍ରଲର, ୧୩୫ ଗୀଲନେଟର (ବଡ଼ଲଞ୍ଚ), ୧୨୯ଟି ଦେଶୀଡଙ୍ଗା ମିଶି ମୋଟ ୮୦୧ଟି ଜଳଯାନ ରହିଛି। ଏସବୁ ଜଳଯାନ ପଞ୍ଜୀକୃତ ଓ ଲାଇସେନ୍ସପ୍ରାପ୍ତ। ଏଠାରେ ଦଳିତ, ଅନୁସୂଚିତ ଜାତି ଓ ଉପଜାତି ସମେତ ଅନ୍ୟାନ୍ୟ ବର୍ଗର ମହିଳା, ପୁରୁଷ ମତ୍ସ୍ୟଜୀବୀଙ୍କ ସଂଖ୍ୟା ପ୍ରାୟ ୧୬ହଜାର। ପୂର୍ବରୁ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ରାଜ୍ୟ କୃଷି, ମତ୍ସ୍ୟ, ପ୍ରାଣୀସମ୍ପଦ ମନ୍ତ୍ରୀ ଡା. ଦାମୋଦର ରାଉତ ଓ ପ୍ରଦୀପ ମହାରଥୀ ପ୍ରମୁଖ ଏଠାକୁ ଗସ୍ତରେ ଆସିଥିବା ବେଳେ ମତ୍ସ୍ୟଜୀବୀମାନେ ଜେଟିର ପୁନରୁଦ୍ଧାର ସହ ଏକ ମାଛଧରା ବନ୍ଦର ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ସେସବୁ ଦାବି ଏବଂ ନେତା ଓ ପ୍ରଶାସନଠାରୁ ମିଳିଥିବା ପ୍ରତିଶ୍ରୁତି ଆଜି ସ୍ବପ୍ନ ହୋଇରହିଥିବା ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି।
ଏମାନେ କୁହନ୍ତି,
ବୋଟ୍‌ ମାଲିକ ପ୍ରବୀର ସାହୁ କହନ୍ତି, ଅଧିକ ଜଳଯାନ ରଖିବା ପାଇଁ ମୁହାଣରେ ବ୍ୟବସ୍ଥା ନାହିଁ। ନାଳି ପୋତି ହୋଇଯାଉଥିବାରୁ ଜୁଆର କମିଗଲେ ଲଞ୍ଚ ଓ ବୋଟ୍‌ କୂଳକୁ ଆସିପାରୁନାହିଁ। ଏଭଳି ସ୍ଥିତିରେ କେତେକ ସମୁଦ୍ରରେ ଅସ୍ଥାୟୀ ନଙ୍ଗର ପକାଇ ରହୁଛନ୍ତି। ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀ ସଂଘ ସଭାପତି ବିକାଶ ଦାସ ଓ ସମ୍ପାଦକ ଗୋରାଚାନ୍ଦ ଜେନା କହନ୍ତି, ଏହି ମାଛଧରା କେନ୍ଦ୍ରର ସାମଗ୍ରିକ ବିକାଶ ପାଇଁ ୧୫ବର୍ଷ ହେବ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଦୃଷ୍ଟିଆକର୍ଷଣ କରାଯାଇଆସୁଛି। ହେଲେ ଜେଟିର ଭାଗ୍ୟ ବଦଳୁନାହିଁ। ଭାଜପା ଜିଲା ସାଧାରଣ ସମ୍ପାଦକ ଦେବାଶିଷ ମହାପାତ୍ର ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ମତ୍ସ୍ୟଜୀବୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ହଳଦୀପଦା-ବାହାବଳପୁର ରାସ୍ତାର ସ୍ଥାୟୀ ନିର୍ମାଣ ଆବଶ୍ୟକ। ସମୁଦ୍ର ସଂଲଗ୍ନ ନଦୀ ମୁହଁରେ ସ୍ଲୁଇସ ଗେଟ୍‌ ନ ଥିବାରୁ ସାର୍ଥା, କଷାଫଳ, ଛାନୁଆ, ବାହାବଳପୁର ଆଦି ପଞ୍ଚାୟତର ଚାଷଜମିରେ ଜୁଆର ଲୁଣାଜଳ ମାଡ଼ି ଫସଲ ନଷ୍ଟ ହେଉଛି। ଫିଶ୍‌ଫେଡ୍‌ ଇନଚାର୍ଜ କାଳୀପ୍ରସାଦ ବିଶ୍ୱାଳ କହନ୍ତି, ଫିଶେରୀ ଇଞ୍ଜିନିୟର ଡିଭିଜନ ଦ୍ୱାରା ୨୦୧୮-୧୯ ବର୍ଷରେ ଜେଟିର କିଛି ଅଂଶ ମରାମତି କରାଯାଇଥିଲା। ସେବେଠାରୁ ଏହାର ପୁନରୁଦ୍ଧାର ଓ ସମ୍ପ୍ରସାରଣ କାର୍ଯ୍ୟ ଯୋଜନାରେ ଅଟକି ରହିଛି। ସହକାରୀ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ନଳିନୀକାନ୍ତ ଦାସ କହିଛନ୍ତି, ରକ୍ଷଣାବେକ୍ଷଣ ଅଭାବରୁ ୧୨୦ମିଟର ଲମ୍ବ ବିଶିଷ୍ଟ ଜେଟି ଭୁଶୁଡ଼ିବା ଅବସ୍ଥାରେ ଅଛି। ୪୫୦ମିଟର ନୂତନ ଜେଟି ନିର୍ମାଣ ପାଇଁ ୨୦୦୯-୧୦ରେ କେରଳରୁ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କୋଷ୍ଟାଲ ଫିଶେରୀ ଇଞ୍ଜିନିୟରିଂ ଫେଡେରେଶନ ତରଫରୁ ସର୍ଭେ ସରିଛି। ପ୍ଲାନ ଏଷ୍ଟିମେଟ ସହ ରିପୋର୍ଟ ଦାଖଲ ହୋଇଛି। ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ମିଳିଲେ ଯାହା ପଦକ୍ଷେପ ନିଆଯିବ।

(ବାଞ୍ଛାନିଧି ଦେ)


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?