ସେବାରେ ଲାଗୁନି ମାର୍କୋଣା ଶାଖା ଡାକଘର

ସିମୁଳିଆ, ୨ା୮- କେନ୍ଦ୍ର ସରକାର ଡାକସେବାକୁ ଅଧିକ ଗୁରୁତ୍ୱ ଦେବା ସହିତ ଜନସାଧାରଣଙ୍କ ପାଇଁ ବିଭିନ୍ନ ଲାଭଦାୟକ ଯୋଜନା ପ୍ରଣୟନ କରିଛନ୍ତି| ତେବେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦର ମହକୁମା ମାର୍କୋଣାରେ ଗତ ୧୯୮୩ ମସିହାରୁ ପ୍ରତିଷ୍ଠିତ ଶାଖା ଡାକଘର ଜନସାଧାରଣଙ୍କ କାର୍ଯ୍ୟରେ ଲାଗିପାରୁନାହଁି। ଉପଭୋକ୍ତାମାନଙ୍କୁ ସେବା ଯୋଗାଇଦେବା ପାଇଁ ଏହି ଶାଖା ଡାକଘର ପରିସରରେ କମ୍ପ୍ୟୁଟର, ଓଜନ ମେଶିନ, ମନି ଟ୍ରାନ୍ସଫର ମେଶିନ, କରେଣ୍ଟ ବ୍ୟାକ୍‌ଅପ୍‌ ଯୋଗାଇବା ପାଇଁ ୟୁପିଏସ୍‌, ଜେନେରେଟର, ଇଣ୍ଟରନେଟ୍‌ ଉପକରଣ ଆଦି ରହିଛି ା ତେବେ କୌଣସି ଉପକରଣ ଏଠାରେ ଠିକ୍‌ଭାବେ କାର୍ଯ୍ୟ କରୁ ନ ଥିବା ସୂଚନା ମିଳିଛି। ଇଣ୍ଟରନେଟ୍‌ ପ୍ରୋସେସିଂରେ ବିଳମ୍ବ ହେଉଥିବାରୁ ୟୁପିଏସ୍‌ ମେଶିନ ବ୍ୟାକ୍‌ଅପ୍‌ ଯୋଗାଇ ପାରୁନାହିଁ। ଫଳରେ ବିଦ୍ୟୁତ୍‌ ଗଲାକ୍ଷଣି ଏହା ବନ୍ଦ ହୋଇଯାଉଛି। ସେହିପରି ଜେନେରେଟର ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତେଲର ବ୍ୟବସ୍ଥା ନ ଥିବାରୁ ଏହା ମଧ୍ୟ ବନ୍ଦହୋଇ ପଡ଼ିଛି। ଅପରପକ୍ଷେ ଏହି ଶାଖା ଡାକଘରେ ଡାକଟିକେଟ, ଆଇପିଓ ଆଦି କୌଣସି ସାମଗ୍ରୀ ମିଳୁ ନ ଥିବାରୁ ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଗତ ୪ ମାସ ପୂର୍ବେ ଶାଖା ଡାକଘର ପୋଷ୍ଟମାଷ୍ଟର କୈଳାସ ନାୟକଙ୍କ ବଦଳି ହେବା ପରେ ମାର୍କୋଣା ଉପଡାକଘର ସହକାରୀ କର୍ମୀ (ପୋଷ୍ଟାଲ ଆସିଷ୍ଟାଣ୍ଟ) ସାଜାଦ ବେଗ୍‌ ଏଠାକାର ଦାୟିତ୍ୱରେ ଅଛନ୍ତି ା ଭଦ୍ରକ ଜିଲାର ଘଣ୍ଟେଶ୍ୱର ଡାକଘର ପୋଷ୍ଟମାଷ୍ଟର କୈଳାସ ସିଂଙ୍କ ବଦଳି ଏଠାକୁ ହୋଇଥିଲେ ହେଁ ସେ ଏଠାରେ ଯୋଗଦେଇନାହାନ୍ତି। ଏପରି କି ସୁପରିଣ୍ଟେଣ୍ଡେଣ୍ଟଙ୍କ ନମ୍ବର କାନ୍ଥରେ ଲେଖା ନ ଥିବାବେଳେ ଅଭିଯୋଗ ରେଜିଷ୍ଟର ମଧ୍ୟ ନାହିଁ ା କୌଣସି ସାମଗ୍ରୀ ନ ମିଳିବା ଓ ସେବାରେ ଅବହେଳା ସମ୍ପର୍କରେ ଦାୟିତ୍ୱରେ ଥିବା ସାଜାଦ ବେଗ୍‌ଙ୍କୁ ପଚାରିବାରୁ ପୋଷ୍ଟାଲ ଆଇଡି (ପୋଷ୍ଟମାଷ୍ଟରଙ୍କ ଆଇଡି) ନ ଥିବାରୁ ସେ କୌଣସି କାମ କରିପାରୁ ନ ଥିବାବେଳେ କୌଣସି ସାମଗ୍ରୀ ଯୋଗାଇବାରେ ଅସୁବିଧା ହେଉଥିବା ସେ କହିଛନ୍ତି ା
ଉଲ୍ଲେଖଯୋଗ୍ୟ ଯେ, ଭଦ୍ରକ ହେଡ୍‌ ପୋଷ୍ଟଅଫିସ ଅଧୀନରେ ୧୯୪୪ ମସିହାରୁ ମାର୍କୋଣା ଷ୍ଟେଶନ ବଜାରରେ ଉପଡାକଘର ପ୍ରତିଷ୍ଠା ହୋଇଛି। ଏହା ଅଧୀନରେ ସିମୁଳିଆ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ବରିହା, ଆନନ୍ଦପୁର, ବରି, ବାଟି, ଗୋବିନ୍ଦପୁର, ଜାମୁଝାଡ଼ି, ମହମ୍ମଦପୁର, ଗାଁ ମାର୍କୋଣା, ରୁଢୁଙ୍ଗା ଓ ସହିଗାଁରେ ୧୦ଟି ଶାଖା ଡାକଘର ରହିଛି। ତେବେ ଉପଡାକଘରର କାର୍ଯ୍ୟଭାର କମ୍‌ କରିବା ସହିତ ଉପଭୋକ୍ତାଙ୍କ ଭିଡ଼ କମାଇବା ପାଇଁ ୧୯୮୩ ମସିହାରେ ଉପଡାକଘରଠାରୁ ୧କି.ମି. ଦୂର ସିମୁଳିଆ ବ୍ଲକ କାର୍ଯ୍ୟାଳୟ ନିକଟରେ ଏନ୍‌ଡିଟିଏସ୍‌ଓ (ନନ୍‌ ଡେଲିଭରି ଟାଉନ ସବ୍‌-ଅଫିସ) ଯୋଜନାରେ ଏକ ଶାଖା ଡାକଘର ଖୋଲାଯାଇଥିଲା। ଏହା ଖୋଲାଯିବାର ୨୦ବର୍ଷ ପରେ ତତ୍କାଳୀନ ପୋଷ୍ଟମାଷ୍ଟର ଏହାକୁ ମାର୍କୋଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ବନ୍ଦ ପଡ଼ିଥିବା ଏକ ମିଲ୍‌ ପରିସରକୁ ସ୍ଥାନାନ୍ତର କରିଥିଲେ। ତେବେ କୌଣସି ସୂଚନା ଫଳକ କିମ୍ବା ଗମନାଗମନର ସୁବିଧା ନ ଥିବାରୁ ଅଧିକାଂଶ ଏହି ଶାଖାଡାକଘର ସମ୍ପର୍କରେ ଅଜ୍ଞ ଥିଲେ।
ପୁନଶ୍ଚ ଏହା ବ୍ଲକ ନିକଟକୁ ସ୍ଥାନାନ୍ତରିତ ହେଲେ ଅଧିକ ରାଜସ୍ବ ଆଦାୟ ହେବା ସହ ଉପଭୋକ୍ତାମାନେ ସୁବିଧା ପାଇପାରିବେ ନେଇ ଦାବି ସମ୍ପର୍କରେ ‘ଧରିତ୍ରୀ’ରେ ଗତ ୧୬ା୬ା୨୦୧୪ରେ ‘ଦୃଷ୍ଟି ଆଢୁଆଳରେ ମାର୍କୋଣା ଶାଖା ଡାକଘର’ ଶୀର୍ଷକରେ ଖବର ପ୍ରକାଶ ପାଇଥିଲା। ପରେ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଅନ୍ୟ ଏକ ଭଡ଼ାଘରକୁ ଏହା ସ୍ଥାନାନ୍ତର ହୋଇଥିଲେ ହେଁ ସମସ୍ୟାରେ ସୁଧାର ଆସିପାରିନାହିଁ ା ବର୍ତ୍ତମାନ ଏହା ୨ ଜଣ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି ା

(ସନ୍ତୋଷ କୁମାର ନାୟକ)


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri