ସେଇ ହଜିଲା ଜିନିଷ

ଡ. ନରେନ୍ଦ୍ର ସେଠୀ

ହଜିଲା ଜିନିଷ ମିଳିଗଲେ ଆମ ସମସ୍ତଙ୍କୁ ଖୁସି ଲାଗେ। ସେହିପରି ବିଶ୍ୱର ବୈଜ୍ଞାନିକମାନେ ବହୁଦିନ ଧରି ଖୋଜୁଥିବା ବ୍ରହ୍ମାଣ୍ଡର ଏକ ଲୁକ୍କାୟିତ ହଜିଲା ତଥ୍ୟକୁ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି। ମିଳିଯାଇଥିବା ବିଶ୍ୱର ସେହି ସବୁଠୁ ଲୁକ୍କାୟିତ ତଥ୍ୟ ବିଷୟରେ ଆସନ୍ତୁ ତର୍ଜମା କରିବା।
ଆମେ ବିଶାଳ ବିଶ୍ୱର କଳ୍ପନାକରି ଆକାଶକୁ ଚାହିଁଲେ ଅନେକ ତାରା, ନେବୁଲା ଓ ଆକାଶଗଙ୍ଗା ଆମକୁ ଅଭିନନ୍ଦନ କରି ଆଖି ଆଗରେ ଦଣ୍ଡାୟମାନ ହୁଅନ୍ତି ଓ ଏମାନେ ସମସ୍ତ ଆଲୋକ ଗ୍ରହଣ ଓ ବିଚ୍ଛୁରିତ କରୁଥିବାରୁ ଏମାନଙ୍କୁ ଆମେ ଦେଖିପାରୁ।
ବିଗ୍‌ବ୍ୟାଙ୍ଗ୍‌ରୁ ବିଶ୍ୱର ଜନ୍ମର କଳ୍ପନାକରି ବର୍ତ୍ତମାନର ଆଧୁନିକ ସମୟରେ ପହଞ୍ଚତ୍ଲା ବେଳକୁ ବୈଜ୍ଞାନିକମାନେ ବିଶ୍ୱର ଅଧା ବସ୍ତୁତ୍ୱକୁ ଖୋଜି ପାଇବାରେ ଅସମର୍ଥ ହୋଇଥାନ୍ତି। ବୈଜ୍ଞାନିକ ନିୟମ ଓ ଗାଣିତିକ ମାପ ପ୍ରୟୋଗକରି ସହଜରେ ବିଗ୍‌ବ୍ୟାଙ୍ଗ୍‌ ସମୟରେ ବିଶ୍ୱର ବସ୍ତୁତ୍ୱ କେତେ ଥିଲା ତାହା କଳନା କରାଯାଇପାରେ। ଆଉ ଏକ ଉପାୟ ହେଲା ଆଲୋକ ଓ ବସ୍ତୁତ୍ୱ କିପରି ଏବଂ କେମିତି ମାଧ୍ୟାକର୍ଷଣ ବଳ ପ୍ରଭାବରେ ପ୍ରଭାବିତ ହେଉଛି ତାହା ନିରୀକ୍ଷଣକରି ମଧ୍ୟ ବିଶ୍ୱର ଓଜନ ବିଷୟରେ ଅନୁମାନ ଲଗାଯାଇପାରେ। କିନ୍ତୁ କିଛି ବର୍ଷ ହେଲା ସମଗ୍ର ବିଶ୍ୱର ବସ୍ତୁତ୍ୱ ଅଧ୍ୟୟନ କଲାବେଳେ ବୈଜ୍ଞାନିକମାନେ ବିଶ୍ୱର ଅଧାରୁ ଅଧିକ ବସ୍ତୁତ୍ୱ ଯାହା ବର୍ତ୍ତମାନ ରହିବା କଥା, ତାକୁ ଖୋଜି ପାଇବାରେ ଅସମର୍ଥ ହୋଇଥିଲେ। ଯଦି ଆମେ ବିଶ୍ୱର ବସ୍ତୁତ୍ୱ ହିସାବ କରିବା ତା’ହେଲେ ଆମେ ଦେଖିବା ଯେ ବ୍ଲାକ୍‌ହୋଲ୍‌, ସବୁ ତାରା ଓ ଗ୍ରହ ଏବଂ ଧୂଳିକଣାକୁ ମିଶାଇ ମାତ୍ର ବିଶ୍ୱର ୨ ପ୍ରତିଶତ ଓଜନ ବହନ କରନ୍ତି। ସେହିପରି ଉତ୍ତପ୍ତ ପ୍ରାକୃତିକ ଗ୍ୟାସ୍‌ ବିଶ୍ୱର ୬ ପ୍ରତିଶତ ଓଜନ ବହନ କରିଥାଏ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ତେବେ ଆକାଶଗଙ୍ଗା ଭିତରେ ଥିବା ପ୍ଳାଜ୍‌ମା ଓ ଅନ୍ୟ ଉତ୍ତପ୍ତ ବ୍ରହ୍ମାଣ୍ଡୀୟ ମାଧ୍ୟମ ୮ପ୍ରତିଶତ ଓଜନ ବହନ କରୁଛନ୍ତି। ଏସବୁ ମିଶାଇଲେ ଏହା ବିଶ୍ୱର ମାତ୍ର ୧୫ ପ୍ରତିଶତ ଓଜନର ହିସାବ ମିଳେ ଓ ଅବଶିଷ୍ଟ ଓଜନର ହିସାବ ମିଳେନାହିଁ।
୭୦ ଦଶକ ବେଳକୁ ଜ୍ୟୋତିର୍ବିଜ୍ଞାନୀମାନେ ସନ୍ଦେହ କରୁଥିଲେ ଯେ, ଅନ୍ଧକାରମୟ ପଦାର୍ଥ ଯାହା ବିଷୟରେ ଏବେ ମଧ୍ୟ ବିଶେଷ କିଛି ଜଣାପଡ଼େ ବିଶ୍ୱର ଅଧିକାଂଶ ବସ୍ତୁତ୍ୱର ଭାର ବହନ କରୁଛି ଓ ଅବଶିଷ୍ଟ ବସ୍ତୁତ୍ୱକୁ ବାରିୟନ (ପ୍ରୋଟନ ଓ ନ୍ୟୁଟ୍ରନରେ ଯୁକ୍ତ ପରମାଣୁରେ ତିଆରି ସାଧାରଣ ପଦାର୍ଥ ) ବୋଲି କହିଲେ। ୯୦ ଦଶକରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ୩ଜଣ ବୈଜ୍ଞାନିକ ଗବେଷଣାରୁ ଠିକ୍‌ ଅନୁମାନ କଲେ ଯେ ଏହି ବାରିୟନ ମାତ୍ର ବିଶ୍ୱର ୫ ପ୍ରତିଶତ ଓଜନ ବହନକରେ। ଯେହେତୁ ପଦାର୍ଥ ବିଜ୍ଞାନର ମୌଳିକ ନିୟମ ଅନୁସାରେ ପଦାର୍ଥକୁ ସୃଷ୍ଟି କରାଯାଇ ପାରିବନାହିଁ କି ତା’ର ବିନାଶ ମଧ୍ୟ କରାଯାଇପାରିବନାହିଁ; ତା’ହେଲେ ବିଶ୍ୱର ଏହି ହଜିଲା ବସ୍ତୁତ୍ୱ ନିଶ୍ଚୟ କୋଉଁଠି ଲୁକ୍କାୟିତ ହୋଇ ରହିଥିବ। ବିଶ୍ୱର ସେହି ନିଖୋଜ ବସ୍ତୁତ୍ୱ ବହୁଚର୍ଚ୍ଚିତ ଅନ୍ଧକାର ପଦାର୍ଥ ନୁହେଁ ବରଂ ପ୍ରୋଟନ ଓ ନ୍ୟୁଟ୍ରନରେ ଯୁକ୍ତ ପରମାଣୁରେ ତିଆରି ସାଧାରଣ ପଦାର୍ଥ ଯାହାକୁ ବୈଜ୍ଞାନିକ ଭାଷାରେ ବାରିୟନ କୁହାଯାଏ। ବହୁ ବର୍ଷ ପର୍ଯ୍ୟନ୍ତ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ବିଶ୍ୱର ଏହି ନିଖୋଜ ବସ୍ତୁତ୍ୱ ବା ବାରିୟନର ସନ୍ଧାନ ଅତି ଶକ୍ତିଶାଳୀ ଟେଲିସ୍କୋପ୍‌ ଜରିଆରେ ମଧ୍ୟ ମିଳି ନ ଥିଲା, ଯେହେତୁ ଏହି ନିଖୋଜ ବସ୍ତୁ ବିଶ୍ୱର ବିଶାଳତମ ଜାଗାରେ ଏଭଳି ଭାବରେ ପ୍ରସାରିତ ହୋଇ ସାରିଥିଲା ଯେପରି ଗୋଟିଏ ଘର ଭଳି ଆୟତନରେ ଦୁଇଟି ପରମାଣୁ ଥାଏ। ଏହି ନିଖୋଜ ବସ୍ତୁର ଅବଧାରଣା ସର୍ବପ୍ରଥମେ ୧୯୩୦ରେ ବୈଜ୍ଞାନିକ ମାନେ କରିଥିଲେ ଯେତେବେଳକୁ ବୈଜ୍ଞାନିକମାନେ ବୁଝିସାରିଥିଲେ ଯେ ସୂର୍ଯ୍ୟ ସମେତ ସମସ୍ତ ତାରକା କିପରି କାର୍ଯ୍ୟ କରୁଛନ୍ତି, ସେମାଙ୍କର ଆକାର ସମେତ ଆକାଶଗଙ୍ଗା ଗୁଡ଼ିକର ଗତି ଓ କାର୍ଯ୍ୟକାରିତା ବିଷୟରେ ମଧ୍ୟ ବିଜ୍ଞାନ ଧାରଣା କରି ସାରିଥିଲା। କିନ୍ତୁ ସେହି ନିଖୋଜ ପଦାର୍ଥ ଯାହା ଆମର ଦୃଶ୍ୟମାନ ସବୁ ଜିନିଷ ପରି ଅଣୁ ପରମାଣୁରେ ତିଆରି ତାକୁ ଖୋଜିପାରି ନ ଥିଲା।
ନିକଟରେ ମହାକାଶ ବିଜ୍ଞାନୀମାନଙ୍କ ଦ୍ୱାରା ପ୍ରସିଦ୍ଧ ନେଚର ପତ୍ରିକାରେ ପ୍ରକାଶିତ ଏକ ପ୍ରବନ୍ଧରେ ଏହି ନିଖୋଜ ବସ୍ତୁର ସନ୍ଧାନ ମିଳିଥିବାର ଚାଞ୍ଚଲ୍ୟକର ପ୍ରବନ୍ଧ ଆସିଛି। କୋଟି କୋଟି ଆଲୋକବର୍ଷ ଦୂରତାରୁ ଆସିଥିବା କ୍ଷିପ୍ର ରେଡିଓ ତରଙ୍ଗଗୁଚ୍ଛକୁ ଠାବକରି ବୈଜ୍ଞାନିକମାନେ ବିଶ୍ୱର ଏହି ନିଖୋଜ ବସ୍ତୁକୁ ଖୋଜି ପାଇଛନ୍ତି। ବୈଜ୍ଞାନିକମାନଙ୍କ ପୂର୍ବ ଅନୁମାନ ଅନୁସାରେ ଏହି ନିଖୋଜ ବସ୍ତୁ ଆକାଶ ଗଙ୍ଗାଗୁଡିକ ମଝିରେ ଥିବା ଖାଲି ଜାଗାରେ ଅଛି। ୨୦୨୦ରେ ଅଷ୍ଟ୍ରେଲିଆର ମହାକାଶ ବିଜ୍ଞାନୀ ଜେପି ମାକୁରେଟ ଆକାଶଗଙ୍ଗାର ଆରପାଖରୁ ଆସୁଥିବା ଏହି ବିଚ୍ଛୁରିତ କ୍ଷିପ୍ର ରେଡିଓ ତରଙ୍ଗକୁ ଅଧୟନକରି ବିଶ୍ୱର ନିଖୋଜ ବସ୍ତୁକୁ ଠାବକରିପାରିଲେ। ଯେହେତୁ ଏହି କ୍ଷିପ୍ର ରେଡିଓ ତରଙ୍ଗ ଆକାଶଗଙ୍ଗା ଆରପାଶର୍‌ବରୁ ଆସୁଅଛି, ଏହା ନିଶ୍ଚିତ ପୃଥିବୀରେ ପହଞ୍ଚିବା ପୂର୍ବରୁ ବାଟରେ ଆକାଶଗଙ୍ଗାଗୁଡିକ ମଝିରେ ଖାଲି ଜାଗାରେ ଥିବା ନିଖୋଜ ବସ୍ତୁ ସହ ଧକ୍କାଖାଇ ବିଚ୍ଛୁରିତ ହୋଇଥିବ। ଏହାହିଁ ଥିଲା ବିଶ୍ୱର ସବୁଠୁ ମୂଲ୍ୟବାନ୍‌ ହଜିଲା ଜିନିଷକୁ ଠାବ କରିବାର ଏକ ବହୁ ମୂଲ୍ୟ ଉପାୟ। ସୂଚନାଯୋଗ୍ୟ, ଏହି କ୍ଷିପ୍ର ବିଚ୍ଛୁରିତ ରେଡିଓ ତରଙ୍ଗ ଯାହା ଅନ୍ତରୀକ୍ଷରେ ଏକ ସାଧାରଣ ଘଟଣା, ଅଷ୍ଟ୍ରେଲିଆର ବିଶ୍ୱାଳ ପାଥ୍‌ ଫାଇଣ୍ଡର ଟେଲିସ୍କୋପ ପ୍ରଥମେ ଠାବକରିଥିଲା। ଏହି ରେଡିଓ ତରଙ୍ଗରେ କିଛି ମିଲି ସେକେଣ୍ଡରେ ଏତେ ଶକ୍ତି ନିର୍ଗତ କରିଥିଲା ଯେ ଯାହା ପାଇଁ ସୂର୍ଯ୍ୟକୁ ୩୦ ବର୍ଷ ଲାଗିପାରେ। ଯେଉଁ ଦ୍ରୁତ ରେଡିଓ ତରଙ୍ଗଗୁଚ୍ଛ ସାହାଯ୍ୟରେ ବୈଜ୍ଞାନିକମାନେ ସଂସାରର ଏହି ହଜିଲା ଜିନିଷର ଠିକଣା ପାଇଲେ ଓ ଏକ ବଡ଼ କଳ୍ପନାଜଳ୍ପନାର ପରିସମାପ୍ତି ଘଟିଲା, ତାହାକୁ ନେଇ ବୈଜ୍ଞାନିକମାନେ ବ୍ରହ୍ମାଣ୍ଡକୁ ଆହୁରି ଭଲ କରି ବୁଝିବାକୁ ଚେଷ୍ଟା କରିବେ।
ସଂସାରର ଅଜଣା ଇଲାକା ଓ କୋଟି କୋଟି ଆଲୋକବର୍ଷ ପୂର୍ବରୁ ଆସୁଥିବା ଏହି ଦ୍ରୁତ ରେଡିଓ ତରଙ୍ଗଗୁଚ୍ଛକୁ ବ୍ୟବହାରକରି ହୁଏତ ଅନେକ ଲୁକ୍କାୟିତ ଜିନିଷର ସନ୍ଧାନ ମିଳିବାକୁ ଯାଉଛି, ଯାହା ବିଷୟରେ ମଣିଷ ଏପର୍ଯ୍ୟନ୍ତ ଜାଣିପାରି ନାହିଁ। ଆକାଶଗଙ୍ଗାଗୁଡ଼ିକୁ ଯୋଡ଼ି ସମଗ୍ର ସଂସାରକୁ ବାନ୍ଧି ରଖିଥିବା ବ୍ରହ୍ମାଣ୍ଡୀୟ କସ୍ମିକ ଜାଲକୁ ବୈଜ୍ଞାନିକମାନେ ଆହୁରି ଭଲ ଭାବେ ମ୍ୟାପିଂ କରିପାରିବେ। ତେଣୁ ଭବିଷ୍ୟତରେ ବ୍ରହ୍ମାଣ୍ଡର ଅଧିକାଂଶ ଭାର ଓ ବସ୍ତୁତ୍ୱ ବହନ କରୁଥିବା ଅଦୃଶ୍ୟ ଅନ୍ଧକାର ପଦାର୍ଥ ଓ ଅନ୍ଧକାର ଶକ୍ତି ବିଷୟରେ ଆହୁରି ବିଶେଷ ତଥ୍ୟ ଉନ୍ମୋଚିତହୋଇ ବିଶ୍ୱବାସୀଙ୍କୁ ଚକିତ କରିବ।
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri