ଥରେ ଇଏ, ଥରେ ସିଏ

୨୦୨୩ ପ୍ରାରମ୍ଭରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଗ୍ରୁପ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ଭାରତୀୟ ପୁଞ୍ଜିବଜାର ଦୋହଲିଯାଇଥିଲା। ନିଜ ଷ୍ଟକ୍‌ ଓ ଆକାଉଣ୍ଟ୍‌ସରେ ଦୀର୍ଘବର୍ଷ ଧରି ଆଦାନୀ ଗ୍ରୁପ୍‌ ବ୍ୟାପକ ହେରଫେର କରିଥିବା ବିଷୟ ପ୍ରଘଟ ହେବା ପରେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଥିବା ଗୌତମ ଆଦାନୀ ୭ମ ସ୍ଥାନକୁ ଖସି ଯାଇଥିଲେ। ଆଦାନୀ ଗ୍ରୁପ୍‌ ପ୍ରତିଷ୍ଠାତା ଗୌତମ ଆଦାନୀ ଜାଣିଶୁଣି ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇ ୩ ବର୍ଷ ମଧ୍ୟରେ ୧୨୦ ବିଲିୟନ୍‌ ଡଲାର ଠୁଳ କରିଥିଲେ ବୋଲି ରିପୋର୍ଟ ଦର୍ଶାଇଥିଲା। ହିଣ୍ଡେନବର୍ଗର ଗୋଟିଏ ରିପୋର୍ଟ ଆଦାନୀଙ୍କ ବାସ୍ତବ ରୂପକୁ ପଦାରେ ପକାଇଦେଇଥିଲା। ଏହା ଏକ ବିରାଟକାୟ ଆର୍ଥିକ ଠକାମି। ଏହି ରିପୋର୍ଟରେ ଭାରତବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ସମୟରେ ଏହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ ହୋଇଥିଲା। ସେତେବେଳେ ସୁପ୍ରିମକୋର୍ଟ ଆଦାନୀ ଅର୍ଥ ହେରଫେରର ପୁନର୍ବିଚାରକୁ ଅସ୍ବୀକାର କରିବା ଫଳରେ ଦେଶବ୍ୟାପୀ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ, ସୁପ୍ରିମକୋର୍ଟ ସରକାରଙ୍କ ସହ ହାତ ମିଳାଇ ଦେଇଛନ୍ତି। ଏବେ ୮ ଜାନୁଆରୀରେ ଗୋଧ୍ରା ଦଙ୍ଗା ପୀଡ଼ିତା ବିଲ୍‌କିସ ବାନୋଙ୍କ ମାମଲାରେ ୧୧ ଜଣ ଦୋଷୀଙ୍କୁ ଗୁଜରାଟ ସରକାର ଜେଲରୁ ମୁକ୍ତ କରିବା ବିରୋଧରେ ଦାଖଲ ପିଟିଶନର ବିଚାର କରି ଶୀର୍ଷ ଅଦାଲତ ଯେଉଁ ଭିନ୍ନ ରାୟ ଦେଇଛନ୍ତି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ଉଲ୍ଲେଖନୀୟ ଯେ, ବିଲ୍‌କିସଙ୍କ ଗଣବଳାତ୍କାର ଓ ତାଙ୍କ ପରିବାରର ୭ଜଣଙ୍କ ହତ୍ୟା ଘଟଣାରେ ୧୧ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ତେବେ ଏକ ସରକାରୀ ଆଦେଶ ବଳରେ ଗୁଜରାଟ ସରକାର ୧୫ ଅଗଷ୍ଟ ୨୦୨୨ରେ ସେମାନଙ୍କୁ ଗୋଧ୍ରା ସବ୍‌ଜେଲରୁ ମୁକ୍ତ କରିଥିଲେ। ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଦେଶ ସ୍ବାଧୀନତାର ୭୫ତମ ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ଦୋଷୀମାନଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। କେବଳ ଏତିକି ନୁହେଁ ଜେଲରୁ ମୁକ୍ତ କରାଯାଇଥିବା ଦୋଷୀଙ୍କୁ ଫୁଲମାଳ ପନ୍ଧାଇ ମିଠା ଖୁଆଇବା ସହ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହି ସମୟରେ ଗୋଧ୍ରାର ଭାଜପା ବିଧାୟକ ସେମାନଙ୍କ ମୁକ୍ତି ସପକ୍ଷରେ ଯୁକ୍ତି ମଧ୍ୟ ବାଢ଼ିଥିଲେ। ଗୁଜରାଟ ସରକାରଙ୍କ ଏଭଳି ପଦକ୍ଷେପକୁ କେନ୍ଦ୍ରକରି ସେତେବେଳେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଯେ, ସରକାର କିଭଳି ଏହି ଜଘନ୍ୟ ବଳାତ୍କାରୀ ଓ ହତ୍ୟାକାରୀଙ୍କୁ ସହଜରେ ଛାଡ଼ି ଦେଉଛନ୍ତି। ବଡ଼ କର୍ପୋରେଟ ଠକେଇ କରି ଖସିଯିବା ଗୋଟିଏ ସ୍ତରର, ଗୋଟିଏ ପ୍ରକାର ଅପରାଧ। କିନ୍ତୁ ସମାଜକୁ ପ୍ରଭାବିତ କରୁଥିବା ହତ୍ୟା, ବଳାତ୍କାର ଭଳି ଅପରାଧରେ ଜଡ଼ିତ ଅପରାଧୀଙ୍କୁ ଯଦି ଦଣ୍ଡମୁକ୍ତ କରାଯାଏ ତେବେ ତାହା ତଳସ୍ତରରେ ବିପଜ୍ଜନକ ବାର୍ତ୍ତାଦିଏ। ସେ ଦୃଷ୍ଟିରୁ ବିଚାର କଲେ ବିଲ୍‌କିସ ମାମଲାରେ ସୁପ୍ରିମକୋର୍ଟ ୧୧ ଜଣ ଦୋଷୀଙ୍କୁ ପୁନର୍ବାର ଜେଲ ପଠାଇବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
୨୨ ବର୍ଷ ପୂର୍ବର ଗୁଜରାଟ ଦଙ୍ଗା ଇତିହାସକୁ ଲକ୍ଷ୍ୟ କଲେ ସବୁଠୁ ବର୍ବର ଆକ୍ରମଣ ହୋଇଥିଲା ବିଲ୍‌କିସ ବାନୋ ଓ ତାଙ୍କ ପରିବାର ଉପରେ। କିନ୍ତୁ ପ୍ରାରମ୍ଭିକ ତଦନ୍ତ ପ୍ରକ୍ରିୟାରେ ଏହି ମାମଲା ବନ୍ଦ କରିବାକୁ କୋର୍ଟରେ ପୋଲିସ ରିପୋର୍ଟ ଦାଖଲ କରିବା ପରେ ବିଲ୍‌କିସ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ସହ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ତାହାକୁ ମୁମ୍ବାଇ କୋର୍ଟକୁ ସ୍ଥାନାନ୍ତର କରିଥିଲେ। ଗ୍ରେଟର ମୁମ୍ବାଇ କୋର୍ଟ ସିବିଆଇ ଚାର୍ଜଶିଟରେ ଥିବା ୨୦ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଏହି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ପରେ ୨୦୧୭ରେ ମୁମ୍ବାଇ ହାଇକୋର୍ଟ ଏମାନଙ୍କ ଦଣ୍ଡାଦେଶକୁ କାଏମ ରଖିଲେ। କିନ୍ତୁ ୨୦୨୨ରେ ଏହି ଦୋଷୀମାନଙ୍କୁ ସରକାରୀ ଆଦେଶ କ୍ରମେ ମୁକ୍ତ କରାଯିବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟରେ ବିଲ୍‌କିସ ପିଟିଶନ ଦାଖଲ କରିଥିଲେ। ଏହାର ବିଚାର କରି ସୁପ୍ରିମକୋର୍ଟ ଦୋଷୀମାନଙ୍କୁ ପୁଣି ଜେଲ ପଠାଇଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ସେମାନେ ଜେଲରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦେଖିବାକୁ ଗଲେ ଆଇନର ଶାସନକୁ ଭରସା କରି ତିଷ୍ଠି ରହିଥିବା ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ଦୋଷୀମାନଙ୍କୁ ଏଭଳି ମୁକ୍ତ କରାଯିବା କେବେ ଶୁଣାଯାଇନାହିଁ। ତେବେ ଏତିକି କୁହାଯାଇପାରେ, କୋର୍ଟଙ୍କ ରାୟକୁ ସରକାରୀ ସ୍ତରରେ ବଦଳାଇବା ଏବଂ ସୁପ୍ରିମକୋର୍ଟ ସେହି କଥାକୁ ଓଲଟାଇବା ଫଳରେ ପୁଣି ଗୋଟିଏ ବିଶ୍ୱାସ ଉପୁଜିଛି ଯେ, ସମ୍ପୂର୍ଣ୍ଣ ଭାବେ ସବୁ ଜିନିଷ ଶେଷ ହୋଇନାହିଁ। ଏହି ରାୟରୁ ମଧ୍ୟ ସ୍ପଷ୍ଟ ହୋଇଛି ଯେ,ନ୍ୟାୟିକ ବ୍ୟବସ୍ଥାରେ ଧର୍ମ ସମ୍ପ୍ରଦାୟ ଭିତ୍ତିକ ପକ୍ଷପାତର ସ୍ଥାନ ନାହିଁ। ଏବେ ମଧ୍ୟ ନ୍ୟାୟିକ ପ୍ରକିୟା ଉପରେ ଅସ୍ଥା ରହିଛି। ଯାହା ଲାଗୁଛି ଆସନ୍ତା ଦିନରେ ଥରେ ଇଏ, ଥରେ ସିଏ କରିବେ।

ଏତିକି କୁହାଯାଇପାରେ, କୋର୍ଟଙ୍କ ରାୟକୁ ସରକାରୀ ସ୍ତରରେ ବଦଳାଇବା ଏବଂ ସୁପ୍ରିମକୋର୍ଟ ସେହି କଥାକୁ ଓଲଟାଇବା ଫଳରେ ପୁଣି ଗୋଟିଏ ବିଶ୍ୱାସ ଉପୁଜିଛି ଯେ, ସମ୍ପୂର୍ଣ୍ଣ ଭାବେ ସବୁ ଜିନିଷ ଶେଷ ହୋଇନାହିଁ। ଏହି ରାୟରୁ ମଧ୍ୟ ସ୍ପଷ୍ଟ ହୋଇଛି ଯେ,ନ୍ୟାୟିକ ବ୍ୟବସ୍ଥାରେ ଧର୍ମ ସମ୍ପ୍ରଦାୟ ଭିତ୍ତିକ ପକ୍ଷପାତର ସ୍ଥାନ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri