ସୂର୍ଯ୍ୟମନ୍ଦିର ଅନୁଧ୍ୟାନ କଲେ ଆମିକସ୍‌ କ୍ୟୁରି

କୋଣାର୍କ,୧୪ା୯(ଡି.ଏନ.ଏ): ଶୁକ୍ରବାର ଆମିକ୍‌ସ କ୍ୟୁରି ଆଡଭୋକେଟ୍‌ ଏନ୍‌.କେ. ମହାନ୍ତି ଦ୍ୱିତୀୟଥର ପାଇଁ କୋଣାର୍କ ଗସ୍ତରେ ଆସି ସୂର୍ଯ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂର୍ଯ୍ୟ ମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ଗଣମାଧ୍ୟମକୁ ମନ୍ଦିର ଶତପ୍ରତିଶତ ସୁରକ୍ଷିତ ଥିବା କହିବା ସହ କେନ୍ଦ୍ରୀୟ କୋଠା ଗବେଷଣା କେନ୍ଦ୍ର(ସିବିଆରଆଇ)ର ରିପୋର୍ଟ ଅନୁଯାୟୀ ଜଗମୋହନ ଗର୍ଭଗୃହ ଭିତରେ ଥିବା ବାଲି ୧୭ଫୁଟ୍‌ ତଳକୁ ଦବିଥିବା ସୂଚନା ଦେଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଆମିକସ୍‌ କ୍ୟୁରି ମହାନ୍ତି କୋଣାର୍କରେ ପହଞ୍ଚତ୍ଥିଲେ। ପରିଦର୍ଶନ ବେଳେ ସେ ଅଧିକାରୀମାନଙ୍କଠାରୁ ମନ୍ଦିରର ଉନ୍ନତି ଓ ରୂପରେଖ ବଢ଼ାଇବା ନେଇ କିଭଳି କାର୍ଯ୍ୟ ଚାଲୁଛି ସେ ବିଷୟରେ ପଚାରି ବୁଝିଥିଲେ। ତେବେ ଗର୍ଭଗୃହର ୧୭ଫୁଟ ଦବିଥିବା ଖାଲି ସ୍ଥାନର ପରିପୂର୍ତ୍ତି ନିମନ୍ତେ ପୁନର୍ବାର ବାଲି ଭର୍ତ୍ତି କରିବା ପାଇଁ ସିବିଆରଆଇର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଗର୍ଭଗୃହ ଭିତରେ କେଉଁ କିସମର ବାଲି ଭର୍ତ୍ତି କରାଯିବ, ସେ ସମ୍ପର୍କରେ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ। ଏଥିସହ ଆସନ୍ତା ଜାନୁୟାରୀ ସୁଦ୍ଧା ଜଗମୋହନ ଚାରିପଟେ ଲାଗିଥିବା ଲୁହା ପାଇପ ଭାରାକୁ କଢାଯାଇ ନୂଆ ସିଷ୍ଟମର ଭାରା ଲାଗିବ। ଯାହାଦ୍ୱାରା ଜଗମୋହନର ସମ୍ବେଦନଶୀଳ ଅଞ୍ଚଳକୁ ସୁରକ୍ଷା ଦିଆଯିବା ସହ ପର୍ଯ୍ୟଟକମାନେ ମନ୍ଦିରର ଭାସ୍କର୍ଯ୍ୟକୁ ଠିକ ରୂପେ ଦେଖିବାର ସୁଯୋଗ ପାଇବେ। ୧୯୦୨ ମସିହାରେ ୧୦ହଜାର ମେଟ୍ରିକ୍‌ ଟନ୍‌ ବାଲି ଗର୍ଭଗୃହରେ ଭର୍ତ୍ତି କରାଯାଇଥିଲା। ଏବେ ସାମାନ୍ୟ ଦବିଥିବା ସତ୍ତ୍ୱେ ଜଗମୋହନ ସୁରକ୍ଷିତ ଥିବାବେଳେ ମନ୍ଦିର ପ୍ରତି କୌଣସି ବିପଦ ନ ଥିବା ଆମିକସ କ୍ୟୁରି କହିଛନ୍ତି। ତାଙ୍କ ସହ ଭୁବନେଶ୍ୱର ସର୍କଲ ଇଞ୍ଜିନିୟର ଅନଙ୍ଗ ଦାସ, ଭୁବନେଶ୍ୱର ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ ଥିବାବେଳେ କୋଣାର୍କ ମନ୍ଦିର ଦାୟିତ୍ୱରେ ଥିବା ଅଧିକାରୀ ସୁଶାନ୍ତ କୁମାର ଗୋଚ୍ଛାୟତ ଓ ଅନ୍ୟ ଅଧିକାରୀମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri