ସୁସ୍ଥ ଶିଶୁ ପାଇଁ…

ଗର୍ଭାବସ୍ଥାରେ ମହିଳାମାନେ ଉତ୍ତମ ଖାଦ୍ୟପେୟ ସହିତ ସ୍ବାସ୍ଥ୍ୟର ସଠିକ୍‌ ଯତ୍ନ ନେବାର ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ତ୍ରୁଟି ମା’ ଓ ଛୁଆ ଉଭୟଙ୍କୁ କ୍ଷତି ପହଞ୍ଚାଇଥାଏ। ରକ୍ତ ଶର୍କରା, ବ୍ଲଡ୍‌ ପ୍ରେସର ଓ ଶରୀରର ଓଜନ ଆଦି ଦିଗ ପ୍ରତି ଏହି ସମୟରେ ବିଶେଷ ଦୃଷ୍ଟି ଦିଆଯିବା ଆବଶ୍ୟକ । ବହୁ ସମୟରେ ଗର୍ଭବତୀ ମହିଳାମାନେ ଅଜାଣତରେ ଏପରି ଜିନିଷ ଖାଇଥାନ୍ତି ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବଡ଼ ବିପଦ ଆଣିଥାଏ । ଗର୍ଭବତୀ ମହିଳା ଏପରି କିଛି ଜିନିଷ ଖାଇବା ଅନୁଚିତ ଯାହା ଗର୍ଭରେ ଥିବା ଶିଶୁକୁ ହାନି ପହଞ୍ଚାଇବ। ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟପେୟ ଗ୍ରହଣ କଲେ ଏହି ସମୟରେ ବିଶେଷ ଲାଭଦାୟୀ ହୋଇଥାଏ । ଗର୍ଭାବସ୍ଥା ସମୟରେ ବହୁ ମହିଳା ମୃଦୁପାନୀୟ ପିଇଥାନ୍ତି। ଏହି ସମୟରେ ମୃଦୁପାନୀୟ ପିଇବା ବହୁତ କ୍ଷତିକାରକ । ଗର୍ଭାବସ୍ଥାରେ ମୃଦୁପାନୀୟ, ସୋଡ଼ା କିମ୍ବା ଶର୍କରା ଥିବା ଯେକୌଣସି  ପାନୀୟ ପିଇବା ଦ୍ୱାରା ଶିଶୁ ମୋଟାପାର ଶିକାର ହେବାର ଆଶଙ୍କା ରହିଥାଏ। ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଗର୍ଭାବସ୍ଥାରେ ଯେଉଁ ମହିଳାମାନେ ନିୟମିତ ମୃଦୁପାନୀୟ ପିଇଥାନ୍ତି ସେମାନଙ୍କଠାରୁ ଜନ୍ମ ନେବାକୁ ଯାଉଥିବା ଶିଶୁର ବଡି ମାସ୍‌ ଇଣ୍ଡେକ୍ସ ବହୁତ ଅଧିକ ହୋଇଥାଏ। ଗର୍ଭାବସ୍ଥାରେ ମୃଦୁପାନୀୟ ପିଉଥିବା ମହିଳାମାନଙ୍କ ସନ୍ତାନମାନେ ଖୁବ୍‌ କମ୍‌ ବୟସରେ ପାଚନ ଓ ଓଜନ ସହ ଜଡିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ଜୁଲାଇ ୨୦ରୁ ଚମକିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ରାଶି ପରିବର୍ତ୍ତନ ସହିତ ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ନକ୍ଷତ୍ରରେ ପରିବର୍ତ୍ତନ ଗ୍ରହ ପ୍ରଭାବରେ ସୂକ୍ଷ୍ମ କିନ୍ତୁ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା

କିଛି ବର୍ଷ ମଧ୍ୟରେ ମଦ ନିଶା ଏକ ଗମ୍ଭୀର ସମସ୍ୟାରେ ପରିଣତ ହୋଇଯାଇଛି। ମଦ ନିଶା ଯୋଗୁ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଖରାପ…

ରକ୍ତ ସଞ୍ଚାଳନକୁ ସକ୍ରିୟ କରେ ମହୁ, ଆହୁରି ଅନେକ ସମସ୍ୟା ଦୂର କରିବାରେ…

ମହୁରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଥଣ୍ଡା ସମସ୍ୟାରୁ ଉପଚାର ପାଇଁ ଏହା ବେଶ୍‌ ସହାୟକ ହୋଇଥାଏ। ତେବେ ଏଥିରେ ଏଭଳି ତତ୍ତ୍ୱ…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri