Posted inରାଜ୍ୟ

ସୁରକ୍ଷା କର୍ମୀ ନାହାନ୍ତି: ଏଟିଏମ୍‌ ପାଲଟିଛି ମାନସିକ ଦିବ୍ୟାଙ୍ଗଙ୍କ ଆଶ୍ରୟ

ନିରାକାରପୁର,୬ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ୭ଟିି ଏଟିଏମ୍‌ କେନ୍ଦ୍ର ରହିଛି । ସେଥିରୁ ମାତ୍ର ଗୋଟିଏ ଏଟିଏମ୍‌ରେ ସୁରକ୍ଷା କର୍ମୀ ଥିବାବେଳେ ଆଉ ୬ଟିରେ କେହିନାହାନ୍ତି । ତେଣୁ ପୂର୍ବରୁ ଏସବୁ ବୁଲା କୁକୁର ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟି ଥିବାବେଳେ ବର୍ତ୍ତମାନ ମାନସିକ ଦିବ୍ୟାଙ୍ଗଙ୍କ ଆଶ୍ରୟସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଏହି କେନ୍ଦ୍ରଗୁଡ଼ିକରେ ଯେଉଁ ସିସି କ୍ୟାମେରା ବ୍ୟବସ୍ଥା ହୋଇଛି ତାହା ଠିକ୍‌ ଭାବେ କାମ କରୁ ନ ଥିବା ଯୋଗୁ ବିଭିନ୍ନ ସମୟରେ ଚୋରି ଏବଂ ଠକେଇ ଭଳି ବିିଭିନ୍ନ ଘଟଣା ନେଇ ଅଭିଯୋଗ ହୋଇଆସୁଛି। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଗ୍ରୀଷ୍ମ ପ୍ରବାହ ବେଳେ କୁକୁର ଓ ଅନ୍ୟମାନେ ଏଟିଏମ୍‌ ପରିସରରେ ବିଶ୍ରାମ ନେଉଥିବାବେଳେ ଏବେ ଝିପିଝିପ ବର୍ଷା ଯୋଗୁ ଏହା ମାନସିକ ଦିବ୍ୟାଙ୍ଗଙ୍କ ଆଶ୍ରୟସ୍ଥଳ ପାଲଟିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ହେବାମାନେ ଏଟିଏମ୍‌ ମେଶିନ ଉପରେ ନିଜର ଗାମୁଛା ଘୋଡ଼େଇ ଦେବା ସହ ଏଠାରେ ଶୋଇ ପଡ଼ୁଛନ୍ତି। ଭୟରେ ଅନେକେ ଟଙ୍କା ଉଠାଇବାକୁ ସାହସ କରିପାରୁନାହାନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଫାଶୀ ଦିଅ କିମ୍ବା ଜେଲ ପଠାଅ, ମୁଁ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ

ନୂଆଦିଲ୍ଲୀ, ୧୮।୮: ବନ୍ଦେ ମାତରମ’ର ସମ୍ପୂର୍ଣ୍ଣ ଛନ୍ଦ ଗାନକୁ ନେଇ ଜାରି ରହିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ କର୍ନାଟକ କଂଗ୍ରେସ ସଭାପତି ବି.କେ. ହରିପ୍ରସାଦ ବଡ଼ ବୟାନ…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସହାୟତା ଘୋଷଣା: ବାସନକୁସନ-ପୋଷାକ ବାବଦକୁ ମିଳିବ…

ଭୁବନେଶ୍ୱର,୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କ୍ଷୁଦ୍ର ଚାଷୀଙ୍କୁ ହେକ୍ଟର ପିଛା…

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

କଂଗ୍ରେସର ‘ବନ୍ଦେ ମାତରମ’ ଭିଡିଓକୁ ନେଇ ବର୍ଷିଲେ କଙ୍ଗନା, ପାକିସ୍ତାନ ସହ ତୁଳନା କରି କହିଲେ…

ନୂଆଦିଲ୍ଲୀ, ୧୮।୮: ହିମାଚଳ ପ୍ରଦେଶର ମଣ୍ଡିରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରଣାୱତ କଂଗ୍ରେସ ନେତୃତ୍ୱ ଉପରେ ବଡ଼ ବୟାନ ଦେଇଛନ୍ତି। ଅଗଷ୍ଟ ୧୫…

ବାପାକୁ ଆକ୍ରମଣ କଲେ ପୁଅ, ଗିରଫ କରିବାକୁ ଯାଇ ପୋଲିସ ହଟହଟା

ଗୋପ,୧୮।୮( ଭାରତୀ ଭୂଷଣ ଉପାଧ୍ୟାୟ): ମଙ୍ଗଳବାର ଭୋର ସମୟରେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମରେ ଛୁରାମାଡ଼ ହୋଇଛି । ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁତ୍ର ବିକି…

ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଫସଲ ନଷ୍ଟ ହୋଇଥିଲେ ମିଳିବ ଏତେ…

ଭୁବନେଶ୍ୱର , ୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହଜାରେ କୋଟି…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରୁ ଆସିଲା ଭୟଙ୍କର ଖବର; ଅଭିଜ୍ଞ ଖେଳାଳି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଦୁଃଖଦ ଦୃଶ୍ୟ ଦେଖାଦେଇଛି। ଶ୍ରୀଲଙ୍କା କ୍ରିକେଟର ଦିନେଶ ଚାନ୍ଦିମଲ ଫିଲ୍ଡିଂ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri