ସୁବିଧା ଦେଇଛି ଲକ୍‌ଡାଉନ୍‌:ଭିତରକନିକାରେ ବଢୁଛି ବେଆଇନ କାର୍ଯ୍ୟ

କେନ୍ଦ୍ରାପଡ଼ା ଅଫିସ, ୧୦।୪-କରୋନା ଭୂତାଣୁ ସଂକ୍ରମଣ ପାଇଁ ସାରାଦେଶରେ ତାଲା ବନ୍ଦ ହୋଇଛି। ଯାତାୟାତ ଠପ ହୋଇଥିବାରୁ ଜାତୀୟ ଉଦ୍ୟାନ ଭିତରକନିକାକୁ ପର୍ଯ୍ୟଟକ ଆସୁନାହାନ୍ତି। ସେହିପରି ତାଲାବନ୍ଦ ଯୋଗୁ ଆଖପାଖ ଅଞ୍ଚଳବାସୀ ଘରେ ଆବଦ୍ଧ ଅଛନ୍ତି। ଏହାର ସୁବିଧା ଏବେ କେତେକ ଦୁର୍ବୃତ୍ତ ନେଉଥିବା ଜଣାପଡ଼ିଛି। ଜାତୀୟ ଉଦ୍ୟାନ ଭିତରକନିକା ନିଷିଦ୍ଧାଞ୍ଚଳ ହୋଇଥିଲେ ମଧ୍ୟ ଅବାଧରେ ଅନୈତିକ କାର୍ଯ୍ୟ ଚାଲୁଥିବା ଜଣାପଡ଼ିଛି। ଭିତରକନିକା ବନାଞ୍ଚଳରୁ ହରିଣ ଶିକାର କରିଥିବା ଅଭିଯୋଗରେ ଗୁପ୍ତି ଗ୍ରାମର ପତିତପାବନ ଦାସ ଓ ଦୀନବନ୍ଧୁ ଦାସଙ୍କୁ କେନ୍ଦ୍ରାପଡା ଜିଲା ରାଜନଗର ରେଞ୍ଜ ଅଫିସର ସୁଜିତ ସାହୁ ଓ ବନ ବିଭାଗ କର୍ମଚାରୀ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତାଙ୍କ ନିକଟରୁ ୪୦ କି.ଗ୍ରା. ହରିଣ ମାଂସ ଜବତ ହୋଇଛି। ସେହିପରି ମାର୍ଚ୍ଚ ୨୫ ତାରିଖରେ ଏହି ନିଷିଦ୍ଧାଞ୍ଚଳରେ ଅଗ୍ନିକାଣ୍ଡ ଘଟି ହଜାରରୁ ଅଧିକ ଗଛ ପୋଡିଯାଇଛି। ଏ ସମ୍ପର୍କରେ ବନବିଭାଗ ପକ୍ଷରୁ ତଦନ୍ତ କରାଯିବା ପରେ ମହୁ ସଂଗ୍ରହ ସମୟରେ ଦୁର୍ବୃତ୍ତମାନେ ଅଗ୍ନିର ସାହାରା ନେଇଥିବା ପ୍ରକାଶ କରିଛନ୍ତି। ତାଲାବନ୍ଦ ସମୟରେ ଭିତରକନିକା ନିଷିଦ୍ଧାଞ୍ଚଳରେ ପଶୁପକ୍ଷୀ ଶିକାର, ମହୁ ସଂଗ୍ରହ ସହିତ ବେଆଇନ କାଠ, କୋଇଲା ଚାଲାଣ, ଚିଙ୍ଗୁଡ଼ି ଚାଷ ସହିତ ଅବୈଧ ଭାବରେ ବସତି ଆରମ୍ଭ ହୋଇଥିବା ବହୁ ପରିବେଶବିତ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ କୁହନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ଜୈବବିବିଧତା, ଲୁଣା କୁମ୍ଭୀର, ବିରଳ ପଶୁପକ୍ଷୀଙ୍କ ସମାହାର, ବିରଳ ଅଲିଭ ରିଡ୍‌ଲେଙ୍କ ପ୍ରଜନନ ସ୍ଥଳ ଆଦି ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହାର ରକ୍ଷଣାବେକ୍ଷଣ ଦ୍ୱାରା ସୁନାମି, ଝଡ଼ବାତ୍ୟା ଆଦି ପ୍ରାକୃତିକ ବିପର୍ଯୟରୁ ରକ୍ଷା ମିଳିବ। ତେବେ କେତେଜଣ ଦୁର୍ବୃତ୍ତଙ୍କ ପାଇଁ ଏହା ଏବେ ବିପଦରେ ପଡିଛି। ଶିକାରୀମାନେ ଏଠାରେ ହରିଣ, କୁଟ୍ରା ଆଦି ବନ୍ୟଜୀବ ଓ ପକ୍ଷୀଙ୍କୁ ଶିକାର କରୁଥିବା ବେଳେ ଜଙ୍ଗଲଜମିରୁ ଅବାଧରେ କାଠ କାଟି ନେଉଛନ୍ତି। ସେହିପରି ଗହୀରମଥାକୁ ଆସିଥିବା ଅଲିଭ୍‌ରିଡ୍‌ଲେଙ୍କ ସୁରକ୍ଷା ପାଇଁ ନଭେମ୍ବରରୁ ମେ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବନବିଭାଗ ପକ୍ଷରୁ କଟକଣା ଜାରି ହୋଇଛି। ଗତ ୫ ମାସ ମଧ୍ୟରେ ଏହି କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ୮୩ ବୋଟ୍‌, ଟ୍ରଲର ସମେତ ୪୫୦ରୁ ଅଧିକ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି। ନିଷିଦ୍ଧାଞ୍ଚଳ ଓ ତାଲାବନ୍ଦର ସୁଯୋଗ ନେଇ ଦୁର୍ବୃତ୍ତମାନେ ଭିତରକନିକା ବନାଞ୍ଚଳରେ ବେଆଇନ କାରବାର ବଢ଼ାଇଥିବା ସେ ମତ ଦେଇଛନ୍ତି। ସେହିପରି ପରିବେଶବିତ୍‌ ଅଶୋକ କୁମାର ସ୍ବାଇଁ କୁହନ୍ତି ଯେ, ଦୁର୍ବୃତ୍ତଙ୍କ ଅବୈଧ କାରବାର ବୃଦ୍ଧି ହେତୁ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ହ୍ରାସ ହେଉଥିବା ବେଳେ ସେମାନେ ବସା ବାନ୍ଧିବା ସ୍ଥାନ ବାରମ୍ବାର ପରିବର୍ତ୍ତନ କରୁଛନ୍ତି। ପ୍ରତିବର୍ଷ ଏଠାରେ ଡଲଫିନଙ୍କ ସଂଖ୍ୟା ହ୍ରାସ ପାଉଛି। ଜଙ୍ଗଲ ଜମିକୁ ଜବରଦଖଲ କରି ବସତି ସ୍ଥାପନ କରୁଛନ୍ତି। ତାଲାବନ୍ଦ ପାଇଁ ଲୋକଙ୍କ ଯାତାୟାତ ବନ୍ଦ ରହୁଥିବାରୁ ଅବୈଧ କାରବାର ପ୍ରତି ନଜର ରହୁନି। ପର୍ଯ୍ୟାପ୍ତ ବନ କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କ ନିଯକ୍ତି ହିଁ ଏହାର ପ୍ରତିକାର ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ବିକାଶ ରଞ୍ଜନ ଦାସ କହିଛନ୍ତି, କର୍ମଚାରୀମାନେ ବନାଞ୍ଚଳରେ ହେଉଥିବା ଅନୁପ୍ରବେଶକୁ ସତର୍କ ଦୃଷ୍ଟି ରଖିଛନ୍ତି। ବିଭିନ୍ନ ସମୟରେ ଅବୈଧ କାରବାରରେ ଲିପ୍ତ ବ୍ୟକ୍ତିମାନଙ୍କୁ ଗିରଫ ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri