ସୁନ୍ଦରୀର ଚର୍ବି ବଢ଼ାଉଛି ଘୁଷୁରି ମାଂସ

ବନ୍ତଳା, ୧୫ା୩(ଦିନେଶ ଦେହୁରୀ) – ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଏନ୍‌କ୍ଲୋଜର ମଧ୍ୟରେ ବର୍ଷେ ୩ ମାସ ହେଲା ବନ୍ଦୀ ଜୀବନ କାଟୁଥିବା ବାନ୍ଧବଗଡ଼ର ବାଘୁଣୀ ସୁନ୍ଦରୀ ଶରୀରରେ ଚର୍ବି ବଢ଼ାଉଛି ଘୁଷୁରି ମାଂସ। ଏନ୍‌କ୍ଲୋଜରରେ ରହିବା ପରଠାରୁ ସେ ୪୦ଟି ଘୁଷୁରି ଖାଇ ସାରିଥିବାରୁ ଶରୀରର ଓଜନ ଆବଶ୍ୟକତାଠାରୁ ଅଧିକ ବଢ଼ିଯାଇଛି। ମଧ୍ୟପ୍ରଦେଶରୁ ସାତକୋଶିଆ ଆସିବା ବେଳେ ବାଘୁଣୀର ଓଜନ ୧୩୪ କେଜି ଥିବାବେଳେ ଏବେ ତାହା ବୃଦ୍ଧିପାଇ ୨ କୁଇଣ୍ଟାଲ ୧୦ କେଜିରେ ପହଞ୍ଚିଯାଇଛି। ଦିନକୁ ଦିନ ଅଧିକ ମୋଟୀ ହେଉଥିବାରୁ ଭବିଷ୍ୟତରେ ତାହା ସୁନ୍ଦରୀର ସ୍ବାସ୍ଥ୍ୟାବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ପରିବେଶବିତ୍‌ଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।
୨୦୧୮ ଜୁନ ୨୮ରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’କୁ ସାତକୋଶିଆ ଅଣାଯାଇଥିଲା। ସେହିବର୍ଷ ଅଗଷ୍ଟ ୧୭ରେ ଜଙ୍ଗଲ ମଧ୍ୟକୁ ଛଡ଼ାଯିବା ପରଠାରୁ ସୁନ୍ଦରୀ ଜନବସତିର ନିକଟତର ହୋଇ ଆତଙ୍କ ଖେଳାଇଥିଲା। ଏପରି କି ୨ଟି ମଣିଷ ମାରିଥିବା ଅଭିଯୋଗ ଆସିବା ପରେ ୨୦୧୮ ନଭେମ୍ବର ୬ରେ ଟିକରପଡା ରେଞ୍ଜ ମଝିପଡା ରିଜର୍ଭ ଜଙ୍ଗଲ ମହାନଦୀ କୂଳ ଶିବମନ୍ଦିର ନିକଟରେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ସେବେଠାରୁ ରାଇଗୁଡା ରେଞ୍ଜ୍‌ ନିକଟ ୫ ଏକରର ଏନ୍‌କ୍ଲେଜର ମଧ୍ୟରେ ସୁନ୍ଦରୀକୁ ରଖାଯାଇଛି। ମଝିରେ ମଝିରେ ବାହାରୁ ତାକୁ ଶିକାର ଯୋଗାଇ ଦିଆଯାଉଛି। ବିଶେଷକରି ଅଧିକ ମାତ୍ରାରେ ଘୁଷୁରି ମାଂସ ଦିଆଯାଉଥିବାରୁ ସୁନ୍ଦରୀ ମୋଟୀ ହୋଇଯାଉଥିବା କୁହାଯାଉଛି। ବୟସ ତୁଳନାରେ ଓଜନ ଅଧିକ ବଢୁଥିବା ବନ ବିଭାଗ ଓ ପ୍ରାଣୀ ବିଶେଷଜ୍ଞ ଜାଣିବା ପରେ ଗତ ଫେବୃୟାରୀ ୨୧ରେ ବେକରେ ବନ୍ଧା ଯାଇଥିବା ରେଡିଓ କୋଲାରକୁ ଖୋଲି ଦିଆଯାଇଛି। ସାଧାରଣତଃ ଜଙ୍ଗଲରେ ମୁକ୍ତ ଭାବେ ବୁଲୁଥିବା ବାଘ ଦିନକୁ ପ୍ରାୟ ୧୦ କେଜି ମାଂସ ଖାଉଥିଲେ ବି ବୁଲାବୁଲି ଯୋଗୁ ଶରୀର ଓଜନ ଠିକ୍‌ ରହିଥାଏ। ହେଲେ ଏନ୍‌କ୍ଲୋଜର ଭିତରେ ଥିବାରୁ ସୁନ୍ଦରୀକୁ ଦିନକୁ ୫ କେଜି ହିସାବରେ ଘୁଷୁରି ଓ ଅନ୍ୟାନ୍ୟ ମାଂସ ଦିଆଯାଉଛି। ତେଣୁ ବର୍ତ୍ତମାନ ସୁଦ୍ଧା ୪୮ଟି ଜୀବ ବାଘୁଣୀ ଖାଇସାରିଛି। ସେଥିମଧ୍ୟରୁ ୪୦ଟି ଘୁଷୁରି ହୋଇଥିବା ବେଳେ ଅନ୍ୟ ୮ଟି ହରିଣ ଓ ଶମ୍ବର ରହିଛି। ଶିକାର ସହଜ ହେଉଥିବାରୁ ବାଘ ମୁଖ୍ୟତଃ ବାର୍‌ହା ଓ ଶମ୍ବରକୁ ଟାର୍ଗେଟ୍‌ କରି ଖାଇଥାଏ। କିନ୍ତୁ ସହରରୁ ଘୁଷୁରି ନେଇ ଖାଇବାକୁ ଦିଆଯିବା ଦ୍ୱାରା ସୁନ୍ଦରୀର ଓଜନ ବଢ଼ୁଛି ଓ ଏହା ବିଭିନ୍ନ ସଂକ୍ରାମକ ରୋଗ ସୃଷ୍ଟି କରିପାରେ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ବିଷୟରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କୁହନ୍ତି, ଘୁଷୁରି ମାଂସ ଚର୍ବିଜାତୀୟ। ଏହି ଖାଦ୍ୟ ଖାଇ ସୁନ୍ଦରୀର ମୋଟାପଣ ବଢିଛି। ତେଣୁ ଓଜନ କମାଇବା ପାଇଁ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରିଶଙ୍କର ଉପାଧ୍ୟାୟଙ୍କୁ ଚିଠି କରାଯାଇଥିଲା। ଶନିବାର ଅପରାହ୍ନରେ ଉପାଧ୍ୟାୟ ସାତକୋଶିଆରେ ପହଞ୍ଚି ସିସିଟିଭିରେ ସୁନ୍ଦରୀର ଚାଲିଚଳଣ ଅନୁଧ୍ୟାନ କରିଛନ୍ତି। ବ୍ୟାଘ୍ର ପ୍ରକଳ୍ପରୁ ଶିକାର କରି ସୁନ୍ଦରୀକୁ ଖାଦ୍ୟ ଦେଇହେବ ନାହିଁ। ଏହାଦ୍ୱାରା ସମସ୍ୟା ଦେଖାଦେବ। ଏଥିପାଇଁ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି କରାଟେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri