ସୁନ୍ଦରୀର ଚର୍ବି ବଢ଼ାଉଛି ଘୁଷୁରି ମାଂସ

ବନ୍ତଳା, ୧୫ା୩(ଦିନେଶ ଦେହୁରୀ) – ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଏନ୍‌କ୍ଲୋଜର ମଧ୍ୟରେ ବର୍ଷେ ୩ ମାସ ହେଲା ବନ୍ଦୀ ଜୀବନ କାଟୁଥିବା ବାନ୍ଧବଗଡ଼ର ବାଘୁଣୀ ସୁନ୍ଦରୀ ଶରୀରରେ ଚର୍ବି ବଢ଼ାଉଛି ଘୁଷୁରି ମାଂସ। ଏନ୍‌କ୍ଲୋଜରରେ ରହିବା ପରଠାରୁ ସେ ୪୦ଟି ଘୁଷୁରି ଖାଇ ସାରିଥିବାରୁ ଶରୀରର ଓଜନ ଆବଶ୍ୟକତାଠାରୁ ଅଧିକ ବଢ଼ିଯାଇଛି। ମଧ୍ୟପ୍ରଦେଶରୁ ସାତକୋଶିଆ ଆସିବା ବେଳେ ବାଘୁଣୀର ଓଜନ ୧୩୪ କେଜି ଥିବାବେଳେ ଏବେ ତାହା ବୃଦ୍ଧିପାଇ ୨ କୁଇଣ୍ଟାଲ ୧୦ କେଜିରେ ପହଞ୍ଚିଯାଇଛି। ଦିନକୁ ଦିନ ଅଧିକ ମୋଟୀ ହେଉଥିବାରୁ ଭବିଷ୍ୟତରେ ତାହା ସୁନ୍ଦରୀର ସ୍ବାସ୍ଥ୍ୟାବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ପରିବେଶବିତ୍‌ଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।
୨୦୧୮ ଜୁନ ୨୮ରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’କୁ ସାତକୋଶିଆ ଅଣାଯାଇଥିଲା। ସେହିବର୍ଷ ଅଗଷ୍ଟ ୧୭ରେ ଜଙ୍ଗଲ ମଧ୍ୟକୁ ଛଡ଼ାଯିବା ପରଠାରୁ ସୁନ୍ଦରୀ ଜନବସତିର ନିକଟତର ହୋଇ ଆତଙ୍କ ଖେଳାଇଥିଲା। ଏପରି କି ୨ଟି ମଣିଷ ମାରିଥିବା ଅଭିଯୋଗ ଆସିବା ପରେ ୨୦୧୮ ନଭେମ୍ବର ୬ରେ ଟିକରପଡା ରେଞ୍ଜ ମଝିପଡା ରିଜର୍ଭ ଜଙ୍ଗଲ ମହାନଦୀ କୂଳ ଶିବମନ୍ଦିର ନିକଟରେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ସେବେଠାରୁ ରାଇଗୁଡା ରେଞ୍ଜ୍‌ ନିକଟ ୫ ଏକରର ଏନ୍‌କ୍ଲେଜର ମଧ୍ୟରେ ସୁନ୍ଦରୀକୁ ରଖାଯାଇଛି। ମଝିରେ ମଝିରେ ବାହାରୁ ତାକୁ ଶିକାର ଯୋଗାଇ ଦିଆଯାଉଛି। ବିଶେଷକରି ଅଧିକ ମାତ୍ରାରେ ଘୁଷୁରି ମାଂସ ଦିଆଯାଉଥିବାରୁ ସୁନ୍ଦରୀ ମୋଟୀ ହୋଇଯାଉଥିବା କୁହାଯାଉଛି। ବୟସ ତୁଳନାରେ ଓଜନ ଅଧିକ ବଢୁଥିବା ବନ ବିଭାଗ ଓ ପ୍ରାଣୀ ବିଶେଷଜ୍ଞ ଜାଣିବା ପରେ ଗତ ଫେବୃୟାରୀ ୨୧ରେ ବେକରେ ବନ୍ଧା ଯାଇଥିବା ରେଡିଓ କୋଲାରକୁ ଖୋଲି ଦିଆଯାଇଛି। ସାଧାରଣତଃ ଜଙ୍ଗଲରେ ମୁକ୍ତ ଭାବେ ବୁଲୁଥିବା ବାଘ ଦିନକୁ ପ୍ରାୟ ୧୦ କେଜି ମାଂସ ଖାଉଥିଲେ ବି ବୁଲାବୁଲି ଯୋଗୁ ଶରୀର ଓଜନ ଠିକ୍‌ ରହିଥାଏ। ହେଲେ ଏନ୍‌କ୍ଲୋଜର ଭିତରେ ଥିବାରୁ ସୁନ୍ଦରୀକୁ ଦିନକୁ ୫ କେଜି ହିସାବରେ ଘୁଷୁରି ଓ ଅନ୍ୟାନ୍ୟ ମାଂସ ଦିଆଯାଉଛି। ତେଣୁ ବର୍ତ୍ତମାନ ସୁଦ୍ଧା ୪୮ଟି ଜୀବ ବାଘୁଣୀ ଖାଇସାରିଛି। ସେଥିମଧ୍ୟରୁ ୪୦ଟି ଘୁଷୁରି ହୋଇଥିବା ବେଳେ ଅନ୍ୟ ୮ଟି ହରିଣ ଓ ଶମ୍ବର ରହିଛି। ଶିକାର ସହଜ ହେଉଥିବାରୁ ବାଘ ମୁଖ୍ୟତଃ ବାର୍‌ହା ଓ ଶମ୍ବରକୁ ଟାର୍ଗେଟ୍‌ କରି ଖାଇଥାଏ। କିନ୍ତୁ ସହରରୁ ଘୁଷୁରି ନେଇ ଖାଇବାକୁ ଦିଆଯିବା ଦ୍ୱାରା ସୁନ୍ଦରୀର ଓଜନ ବଢ଼ୁଛି ଓ ଏହା ବିଭିନ୍ନ ସଂକ୍ରାମକ ରୋଗ ସୃଷ୍ଟି କରିପାରେ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ବିଷୟରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କୁହନ୍ତି, ଘୁଷୁରି ମାଂସ ଚର୍ବିଜାତୀୟ। ଏହି ଖାଦ୍ୟ ଖାଇ ସୁନ୍ଦରୀର ମୋଟାପଣ ବଢିଛି। ତେଣୁ ଓଜନ କମାଇବା ପାଇଁ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରିଶଙ୍କର ଉପାଧ୍ୟାୟଙ୍କୁ ଚିଠି କରାଯାଇଥିଲା। ଶନିବାର ଅପରାହ୍ନରେ ଉପାଧ୍ୟାୟ ସାତକୋଶିଆରେ ପହଞ୍ଚି ସିସିଟିଭିରେ ସୁନ୍ଦରୀର ଚାଲିଚଳଣ ଅନୁଧ୍ୟାନ କରିଛନ୍ତି। ବ୍ୟାଘ୍ର ପ୍ରକଳ୍ପରୁ ଶିକାର କରି ସୁନ୍ଦରୀକୁ ଖାଦ୍ୟ ଦେଇହେବ ନାହିଁ। ଏହାଦ୍ୱାରା ସମସ୍ୟା ଦେଖାଦେବ। ଏଥିପାଇଁ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି କରାଟେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri