ସୁଧୁରୁନି ବ୍ୟାସନଗର ସହରରେ ବିଦ୍ୟୁତ୍‌ ସେବା : ଚାନ୍ଦାମା, ମୁଣ୍ଡୋମାଳ ସବ୍‌ଷ୍ଟେଶନ ଅଧପନ୍ତରିଆ

ଯାଜପୁର ଅଫିସ,୧୮ା୯ :  ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ୨୬ ୱାର୍ଡ଼ ବିଶିଷ୍ଟ କ୍ରୋମନଗରୀ ବ୍ୟାସନଗର ପୌରାଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଭାରତ ସରକାରଙ୍କ ଶକ୍ତିି ମନ୍ତ୍ରଣାଳୟର ନୋଟିଫାଏଡ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ବ୍ୟାସନଗର ସହରାଞ୍ଚଳର ବ୍ୟାସ ସରୋବର ନିକଟସ୍ଥ ମୁଣ୍ଡମାଳ ଏବଂ ଚାନ୍ଦମା ଜାତୀୟ ରାଜପଥ ଗୋଲେଇ ଛକ ନିକଟସ୍ଥ ରାଜପଥ ପାର୍ଶ୍ୱରେ ୨ଟି ବିଦ୍ୟୁତ୍‌ ସବଷ୍ଟେଶନ ଆଜକୁ ପ୍ରାୟ ୩ବର୍ଷ ଧରି ନିର୍ମାଣ ଚାଲିଛି। ହେଲେ କାର୍ଯ୍ୟକାରୀ ହେବାର ନାଁ ଧରୁନାହିଁ। ୨୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧିନ ୩୩/୧୧ କେଭି ବିଶିଷ୍ଟ ଏହି ଦୁଇ ସବ୍‌ଷ୍ଟେଶନ ମାର୍ଚ୍ଚ ୨୦୧୭ରୁ ନିର୍ମାଣ ଆରମ୍ଭ ହୋଇ ୧୮ ମାସ ମଧ୍ୟରେ ଶେଷ ହେବା କଥା। ହେଲେ ବ୍ୟାସ ସରୋବର ସବ୍‌ଷ୍ଟେଶନର ଅଧିକାଂଶ କାମ ଏବେ ବି ବାକି ରହିଛି। ଚାନ୍ଦମା ସବ୍‌ଷ୍ଟେଶନର ସିଭିଲ କାମ ଶେଷ ପର୍ଯ୍ୟାୟରେ ଥିଲେ ବି ଉଭୟ ସବଷ୍ଟେଶନର ନିର୍ମାଣ କାର୍ଯ୍ୟ ଏବେ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଷ୍ଟୋରରେ ଆବଶ୍ୟକୀୟ ମେଶିନ ଓ ଯନ୍ତ୍ରପାତିର ଅଭାବ ପରିଲ୍ଲକ୍ଷିତ ହୋଇଛି। ତାର ଟଣା କାମ ଆରମ୍ଭ ହୋଇନି। ଟ୍ରାନ୍ସଫରମର ଚାର୍ଜ ହେବାକୁ ଆଉ କେତେ ସମୟ ଲାଗିବ ତାହାର ହିସାବ କାହା ପାଖରେ ନାହିଁ। ଏହାଦ୍ୱାରା ପ୍ରାୟ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ବ୍ୟାସନଗର ସହରବାସୀ ପୂର୍ବଭଳି ବିପର୍ଯ୍ୟସ୍ତ ବିଜୁଳି ସମସ୍ୟାରେ ପେଷି ହେଉଛନ୍ତି। ଉଭୟ ସବ୍‌ଷ୍ଟେଶନ ନିର୍ମାଣ ସମ୍ପନ୍ନ ହେଲେ ସହରର ୯୦ପ୍ରତିଶତରୁ ଅଧିକ ବିଜୁଳି ସମସ୍ୟା ଦୂର ହେବାର ଲକ୍ଷ୍ୟ ରଖି ଏଭଳି ବ୍ୟୟବରାଦ କରାଯାଇଥିଲା। ମାତ୍ର ବିଭାଗୀୟ ସ୍ଥାଣୁତା ଯୋଗୁ ସବ୍‌ଷ୍ଟେଶନ ନିର୍ମାଣ କାର୍ଯ୍ୟ ଶେଷ ହେବାର ନା ନେଉନାହିଁ।
ସୂଚନାଯୋଗ୍ୟ ଯେ, ସହରାଞ୍ଚଳରେ ବିଦ୍ୟୁତ ସଂସ୍କାର, ସବ୍‌ ଟ୍ରାନ୍ସମିଶନ ଓ ବିଦ୍ୟୁତ୍‌ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଶକ୍ତି ବିଭାଗ ୩ା୧୨ା୨୦୧୪ରେ ସମନ୍ବିତ ଶକ୍ତି ବିକାଶ ଯୋଜନା (ଆଇପିଡିଏସ୍‌) ପ୍ରଣୟନ କରିଥିଲେ। ଏହି ଯୋଜନାରେ ଯାଜପୁର ଜିଲାରେ କେବଳ ବ୍ୟାସନଗର ପାୈରାଞ୍ଚଳରେ ୨ଟି ସବଷ୍ଟେଶନ ନିର୍ମାଣ ପରିକଳ୍ପନା କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ଓଏସ୍‌ଆଇସି ସଂସ୍ଥା ଜରିଆରେ ବ୍ୟାକ୍‌ ଟୁ ବ୍ୟାକରେ ଲେଜର ପାୱାର ଆଣ୍ଡ ଇନ୍‌ଫ୍ରା ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ ଠିକା ସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ମୁଣ୍ଡୋମାଳ ସବଷ୍ଟେଶନ କାର୍ଯ୍ୟକୁ ଏହି ଠିକାସଂସ୍ଥା ପୁଣି ଏକ ସ୍ଥାନୀୟ ଠିକାଦାରଙ୍କୁ ଦାୟିତ୍ୱ ଦେଇଛି। ଗୋଟିଏ ସମ୍ବେଦନଶୀଳ ସମୂହ ଆବଶ୍ୟକତା ଥିବା କାମକୁ କେତେ ଜଣଙ୍କୁ ସବ୍‌ଲେଟ କରାଯାଏ ତାହ ମଧ୍ୟ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଡ଼ ବଡ଼ କାମକୁ ଠିକ୍‌ ସମୟରେ ଶେଷ କରିବା ପାଇଁ ମାନ୍ୟତା ସମ୍ପନ୍ନ ତଥା ଅଭିଜ୍ଞ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥାଏ। କିନ୍ତୁ ଏଠାରେ ଏହାର ଓଲଟା ହୋଇଛି। ଏହାବାଦ ସବ୍‌ଷ୍ଟେଶନ କଂକ୍ରିଟ କାର୍ଯ୍ୟ ବହୁ ନିମ୍ନମାନର କରାଯାଇଥିବାବେଳେ ଯେଉଁ ଖୁଣ୍ଟ ସବୁ ପୋତାଯାଇଛି ତାହାର ମୂଳକୁ କଂକ୍ରିଟ କରାଯାଇ ନାହିଁ। ଏହାଛଡ଼ା ଗାତର ଗଭୀର ମଧ୍ୟ ନିୟମ ଅନୁଯାୟୀ ଖୋଳାଯାଇ ନାହିଁ। ଫଳତଃ ଏହି ସଂସ୍ଥା କଂକ୍ରିଟ ନାମରେ ବ୍ୟାପକ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ସବ୍‌ଷ୍ଟେଶନ କଂକ୍ରିଟର ସାମର୍ଥ କ’ଣ ରହିଛି ତାହାର କ୍ୟୁବ୍‌ ଟେଷ୍ଟ ଓ ମୋଲ୍ଡ ଟେଷ୍ଟ କରିବାକୁ ସାମାଜିକ କର୍ମୀ ଦୁଷ୍ମନ୍ତ ରାଉତ ଦାବି କରିଛନ୍ତି। ବ୍ୟାସ ସରୋବର ମୋରମବହୁଳ ଅଞ୍ଚଳ ହୋଇଥିଲେ ବି ଏହାର ମାଟି ପରୀକ୍ଷା ହୋଇ ନ ଥିବାରୁ ମାଟିର ପ୍ରତିରୋଧକ ଶକ୍ତି ଉପରେ ପ୍ରକୃତ ଆକଳନ କରା ନ ଯାଇ ଆର୍ଥିଂ ନିର୍ମାଣ ହେଉଛି। ମୋରମ ଅଞ୍ଚଳରେ ଅଧିକ ସଂଖ୍ୟାରେ ଇଲେକ୍‌ଟ୍ରୋଡ ଆଥିର୍ଂ ନିର୍ମାଣର ଆବଶ୍ୟକତା ଥିଲେ ବି ଏହାକୁ ଠିକାସଂସ୍ଥା ଅଣଦେଖା କରୁଥିବା ଜଣାଯାଇଛି। ବିଭିନ୍ନ ଆବଶ୍ୟକତା ଓ ନିୟମକୁ ଖୋଲାଖୋଲି ଜଳାଞ୍ଜଳି ଦେଇ ଲେଜର ସଂସ୍ଥା ଏଠାରେ ମନମାନି ଭାବେ ନିମ୍ନମାନର କାମ କରି ଖସିଯିବାକୁ ଉଦ୍ୟମ ରଖିଛି। ଏଭଳି ଅବ୍ୟବସ୍ଥା ନେଇ ଯାଜପୁରରୋଡ ନେସ୍କୋର ନିର୍ବାହୀ ଯନ୍ତ୍ରୀ ତପନ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଠିକାଦାର କାର୍ଯ୍ୟରେ ବିଳମ୍ବ କରୁଛି। ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ ଦାଗିଦ କରାଯାଇଛି। ନିର୍ମାଣା ସାମଗ୍ରୀ ଯଥା ମେଟାଲ ପାଇବାରେ ଅସୁବିଧା ଯୋଗୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଛି। ୩ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ହୋଇଛି ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?