ସୁଗାର ଫ୍ରି ଖାଦ୍ୟ ଓ ଦାନ୍ତ

ଡାଇବେଟିସ ରୋଗୀ ବିଶେଷ ଭାବରେ ଖାଦ୍ୟପେୟ ପ୍ରତି ସଚେତନ ରହିଥାଆନ୍ତି।  ସେମାନଙ୍କୁ ମିଠାଜାତୀୟ ଏବଂ କେତେକ ଖାଦ୍ୟଠାରୁ ଦୂରତା ଅବଲମ୍ବନ କରିବାକୁ ପଡ଼ିଥାଏ। ହେଲେ ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ସୁଗାର ଫ୍ରି ଖାଦ୍ୟ ଉପଲବ୍ଧ, ଯାହାର ମଧ୍ୟ ଢେର୍‌ ଚାହିଦା ରହିଛି। ହେଲେ ଏପରି ଖାଦ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ଦାନ୍ତଜନିତ ସମସ୍ୟା ସୃଷ୍ଟି କରିପାରେ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଏପରି ବିଷୟବସ୍ତୁ ଉପରେ ଅଷ୍ଟ୍ରେଲିଆସ୍ଥିତ ସିଡ୍‌ନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ଗବେଷଣା କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ସୁଗାର ଫ୍ରି ମିଠା ହେଉ କି ପାନୀୟ ଡାଇବେଟିସ ରୋଗୀଙ୍କର ଦାନ୍ତ ପାଇଁ ୩୦-୫୦ ପ୍ରତିଶତ କ୍ଷତିକାରକ। ପାଖାପାଖି ୨୩ ପ୍ରକାର ସୁଗାର ଫ୍ରି ଖାଦ୍ୟ ଏବଂ ପାନୀୟ ଉପରେ ସେମାନେ ଗବେଷଣା କରି ଏକଥା ଜାଣିପାରିଥିଲେ। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏପରି ଖାଦ୍ୟରେ ଥିବା ଏସିଡିକ୍‌ କଲର ଦାନ୍ତ ପାଇଁ କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗଡ଼ା- କଚୋଡ଼ି ପ୍ରେମୀ ସାବଧାନ! FSSAI ଜାରି କଲା ବଡ଼ ଚେତାବନୀ, ହୋଇପାରେ ମାରାତ୍ମକ ରୋଗ!

ଭାରତ ଏମିତି ଏକ ଦେଶ ଯେଉଁଠି ଖାଇବା ପିଇବା ପଛରେ ପ୍ରଚୁର ପଇସା ଖର୍ଚ୍ଚ କରାଯାଏ। ଲୋକମାନେ ସ୍ବାସ୍ଥ୍ୟ ଅପେକ୍ଷା ସ୍ବାଦକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଚା’…

ମେଷ ସମେତ ୩ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ମିଳିପାରେ ବଡ଼ ସଫଳତା

ଆଜିଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ନବମୀ ତିଥି । ନବମୀ ତିଥି ଆଜି ବିଳମ୍ବିତ ରାତି ୨:୩୫ ପର୍ଯ୍ୟନ୍ତ ଜାରି ରହିବ। ‘ପ୍ରୀତି ଯୋଗ’ ୮:୧୯ ପର୍ଯ୍ୟନ୍ତ…

ଗଣ୍ଠି ଯନ୍ତ୍ରଣା ପାଇଁ ରୋବୋଟିକ୍‌ ସର୍ଜରି

ସାଧାରଣତଃ ଗଣ୍ଠି ଯନ୍ତ୍ରଣାକୁ ଅଧିକାଂଶ ବାର୍ଦ୍ଧକ୍ୟର ଏକ ଅପରିହାର୍ଯ୍ୟ ଅଂଶ ବୋଲି ଗ୍ରହଣ କରିଥା’ନ୍ତି। ହେଲେ ବାସ୍ତବରେ ବିଭିନ୍ନ କାରଣରୁ ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି ଅନ୍ୟମାନଙ୍କଠାରେ…

ଆଜିଠାରୁ ‘ମୃତ୍ୟୁ ପଞ୍ଚକ’ ଆରମ୍ଭ: ସ୍ବପ୍ନରେ ଏହି ୭ଟି ଜିନିଷ ଦେଖିଲେ ହୋଇଯାଆନ୍ତୁ ସାବଧାନ, ଘଟିପାରେ ବଡ଼ ଅଘଟଣ!

ସନାତନ ଧର୍ମରେ ମୃତ୍ୟୁ ପଞ୍ଚକର ଏକ ବିଶେଷ ମହତ୍ତ୍ୱ ରହିଛି, ଯାହାକୁ କ୍ଷତିକାରକ ଓ କଷ୍ଟଦାୟକ ବୋଲି ମାନିଥାନ୍ତି। ଯେତେବେଳେ ବି ପଞ୍ଚକ ଶନିବାର ଦିନରୁ ଆରମ୍ଭ…

ଆଜି ବିଶ୍ବ ପରିବେଶ ଦିବସ: ସବୁଜ ଯୋଦ୍ଧାଙ୍କୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା

ଗଛ କଟା, ପ୍ରଦୂଷଣ, ଜଳ ସଙ୍କଟ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ମଣିଷ ଏବଂ ପ୍ରକୃତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଥିବାବେଳେ ପରିବେଶ ସୁରକ୍ଷା ଏବେ…

ସାବଧାନ! ଏହି ୫ ରାଶି ଉପରେ ମାଡ଼ି ଆସୁଛି ମହାସଙ୍କଟ, ଜୁନ ମାସରେ ଘଟିବ…

୨୭ଟି ଦୈନିକ ଯୋଗ ମଧ୍ୟରୁ ବୈଦୃତି ଯୋଗ ୨୭ତମ ସ୍ଥାନରେ ଅଛି, ଯାହା ପ୍ରାୟତଃ ମାନବ ଜୀବନ ଉପରେ ଅଶୁଭ ପ୍ରଭାବ ପକାଇଥାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ,…

ମଙ୍ଗଳବାରରେ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ସବୁ କାର୍ଯ୍ୟରେ ସଫଳତା

ଆଜି ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ଦ୍ୱିତୀୟା ତିଥି ପାଳନ କରାଯାଏ । ଏହି ମଙ୍ଗଳବାର ଦିନ ଜ୍ୟେଷ୍ଠ ମାସ ମଧ୍ୟରେ ପଡୁଥିବାରୁ, ଏହାକୁ ବଡ଼ ମଙ୍ଗଳ…

କାର୍ଯ୍ୟଦକ୍ଷତା ବଢ଼ାଏ ପଢ଼ାପଢ଼ି

ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ପଢ଼ାପଢ଼ି କରନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ କରିଛନ୍ତି ଟୋକିଓ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri