ସିଡିଏମ୍‌ଓ ସ୍ତରରେ ଅଦଳବଦଳ: ଡା. ଲକ୍ଷ୍ମୀଧର ସାହୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

କଟକ ଅଫିସ,୧୯ା୬: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ), ସ୍ପେଶାଲିଷ୍ଟ ଏବଂ ଅନ୍ୟାନ୍ୟ ପଦପଦବୀରେ ବଡ ଧରଣର ଅଦଳବଦଳ କରାଯାଇଛି। ଏ ନେଇ ଗୁରୁବାର ସରକାରଙ୍କ ପକ୍ଷରୁ ପ୍ରେସ୍‌ ବିବୃତ୍ତି ଜାରିହୋଇଛି। ବୌଦ୍ଧ ସିଡିଏମ୍‌ଓ ଡା. ଲକ୍ଷ୍ମୀଧର ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏବଂ ପୁରୀ ସିଡିଏମ୍‌ଓ ଡା.ନୀଳକଣ୍ଠ ମିଶ୍ରଙ୍କୁ ରାଉରକେଲା ଜେନେରାଲ ହସ୍ପିଟାଲର ନିର୍ଦ୍ଦେଶକ ଭାବେ ପଦୋନ୍ନତି ମିଳିଛି। କେନ୍ଦ୍ରାପଡା ସିଡିଏମ୍‌ଓ ଡା.ଉର୍ମିଳା ମିଶ୍ର ଏବଂ ଗଜପତି ସିଡିଏମ୍‌ଓ ଡା.ଗୁନୁରାଣୀ ପଟ୍ଟନାୟକଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଭାବେ ପଦୋନ୍ନତି ଦିଆଯାଇଛି। ଢେଙ୍କାନାଳ ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ରଙ୍କୁ ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ବିରଞ୍ଚତ୍ ନାରାୟଣ ବାରିକଙ୍କୁ କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଭାବେ ପଦୋନ୍ନତି ଦିଆଯାଇଛି।
ବାଲେଶ୍ୱର ସିଡିଏମ୍‌ଓ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କୁ ଯାଜପୁର ସିଡିଏମ୍‌ଓ ଭାବେ ବଦଳି କରାଯାଇଛି। ସିଟି ହସ୍ପିଟାଲର ଡା. ଶକ୍ତି ପ୍ରକାଶ ମିଶ୍ରଙ୍କୁ ମାଲକାନାଗିରି ସିଡିଏମ୍‌ଓ, ଡା. ଅରୁଣ କୁମାର ପାତ୍ର ବଡଗଡ ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଡା. ପ୍ରଦୀପ କୁମାର ପାତ୍ର ଗଜପତି ସିଡିଏମ୍‌ଓ ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀ, ଡା. ଉମାଶଙ୍କର ମିଶ୍ର ଗଞ୍ଜାମ ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଡା.ସରୋଜ କୁମାର ମିଶ୍ର ସୁନ୍ଦରଗଡ ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ରୂପଭାନୁ ମିଶ୍ରଙ୍କୁ ମୟୂରଭଞ୍ଜ ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଭାବେ ବଦଳି କରାଯାଇଛି। ଡା. ଲାଲମୋହନ ରାଉତରାୟ ରାଉରକେଲା ଜେନେରାଲ ହସ୍ପିଟାଲ ଅଧୀକ୍ଷକ, ଡା.ରଞ୍ଜିତା ବିଶ୍ୱାଳ ନୟାଗଡ଼ ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଡା.ଦୁଲାଶେନ ଜଗତ ଦେଓ ବାଲେଶ୍ୱର ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଡା.ଅଭୟ କୁମାର ଦାସ ଅନୁଗୋଳ ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଡା.ସନ୍ତୋଷ କୁମାର ପାତ୍ର ଭଦ୍ରକ ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଡା. ଭୀମ ସାହୁ ବଲାଙ୍ଗୀର ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଡା.ପ୍ରତାପ କୁମାର ବେହେରା କଳାହାଣ୍ଡି ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଡା.ସୁଜାତା ରାଣୀ ମିଶ୍ର ଢେଙ୍କାନାଳ ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଡା.ମକରନ୍ଦ ବେଉରା କୋରାପୁଟ ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଡା.ଅନୀତା ପଟ୍ଟନାୟକ କେନ୍ଦ୍ରାପଡା ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଭାବେ ବଦଳି ହୋଇଛି। ଖୋର୍ଦ୍ଧା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁଜାତା ମିଶ୍ରଙ୍କୁ ପୁରୀ ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଏବଂ ଭଦ୍ରକ ଜିଲାର ଡା. ପ୍ରଫୁଲ କୁମାର ନନ୍ଦଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗ ସ୍ପେସାଲିଷ୍ଟ ଭାବେ ବଦଳି କରାଯାଇଛି।୧୯ା୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?