ସିଏଏ: ସୁନ୍ଦରଗଡ଼ରେ ହିଂସା; ୨ଗୋଷ୍ଠୀ ମୁହାଁମୁହିଁ, ପଥର ମାଡ଼ରେ ଆଇଆଇସିଙ୍କ ସମେତ ୧୦ ଆହତ

ସୁନ୍ଦରଗଡ଼,୧୫-୧(ଡି.ଏନ୍‌.ଏ.):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସୁନ୍ଦରଗଡ଼ରେ ସୋମବାର ଉତ୍ତେଜନା ସୃଷ୍ଟି ହୋଇଥିଲା। ମଙ୍ଗଳବାର ଏହା ହିଂସାର ରୂପ ନେଇଛି। ସ୍ଥାନୀୟ ରିଜେଣ୍ଟ ମାର୍କେଟ ଅଞ୍ଚଳରେ ମଙ୍ଗଳବାର ୨ ଗୋଷ୍ଠୀ ମୁହଁାମୁହିଁ ହେବା ସହ ପଥର ମାଡ଼ କରିଥିଲେ। ଏଥିରେ ଆଇଆଇସିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାଳନା କରିବାକୁ ପଡିଛି। ଏସ୍‌ପି ସୌମ୍ୟା ମିଶ୍ରା ସ୍ବତନ୍ତ୍ର ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି। ସହରରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଏସ୍‌.ପି ମିଶ୍ରା, ସଦର ଏସ୍‌ଡିପିଓ ମଧୁସିକ୍ତା ମିଶ୍ର, ଟାଉନ ଥାନା ଆଇଆଇସି ବିଭିତ୍ସ ପ୍ରଧାନ, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ସହ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବିଭିନ୍ନ ସ୍ଥାନରେ ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣି, ରାଉରକେଲା ଅତିରିକ୍ତ ଏସ୍‌ପି ସୁରେଶଚନ୍ଦ୍ର ପାଠୀ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି। ସୁନ୍ଦରଗଡ଼ ଓ ରାଉରକେଲା ଉଭୟ ପୋଲିସ ଜିଲାର ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି।
ସୋମବାର ଜିଲା କଂଗ୍ରେସ କମିଟି ପକ୍ଷରୁ ସିଏଏ ବିରୋଧରେ ଡିଆର୍‌ଡିଏ ଛକରେ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା। ଏହି ସମୟରେ କେତେଜଣ ସିଏଏ ସପକ୍ଷବାଦୀ ସେଠାରେ ପହଞ୍ଚି ବିଭିନ୍ନ ନାରା ଦେବା ସହ ଜଣେ କଂଗ୍ରେସ କର୍ମୀଙ୍କୁ ଧସ୍ତାଧସ୍ତି କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଉଭୟ ଗୋଷ୍ଠୀକୁ ନିୟନ୍ତ୍ରଣ କରିବା ପାଇଁ ନାକେଦମ୍‌ ହେବାକୁ ପଡିଥିଲା। ଏହି ଘଟଣାରେ ମାଡଖାଇଥିବା କଂଗ୍ରେସ କର୍ମୀଙ୍କ ପକ୍ଷରୁ ସନ୍ଧ୍ୟାରେ ଟାଉନ ଥାନାରେ ରିପୋର୍ଟ କରାଯିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ମାଡ଼ ମାରିବାକୁ ବିରୋଧ କରି କଂଗ୍ରେସର ଏକ ପ୍ରତିନିଧି ଦଳ ଏସ୍‌ପିଙ୍କୁ ଭେଟିଥିଲେ। ଏହି ଘଟଣା ପରଠୁ ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଉତ୍ତେଜନା ଆଶଙ୍କା କରି ସୋମବାର ରାତିରୁ ସ୍ବତନ୍ତ୍ର ପୋଲିସ ମୁତୟନ କରାଯାଇଥିଲା। ଏପରିକି ଏହି ଘଟଣାକୁ ନେଇ ଗତ ରାତିରେ ପୁଣି ଥରେ ଗଣ୍ଡଗୋଳ ହୋଇଥିଲେ ହେଁ ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ହେଲେ ମଙ୍ଗଳବାର ସକାଳେ ରିଜେଣ୍ଟ ମାର୍କେଟର ଜଣେ ଯୁବକ ନିକଟସ୍ଥ ଘସିଆପଡାର ଏକ ଦୋକାନକୁ ରାଶନ ସାମଗ୍ରୀ କିଣିବାକୁ ଯାଇଥିଲେ। ତାଙ୍କୁ ମାରପିଟ କରାଯାଇଥିବା ଅଭିଯୋଗ ହୋଇଛି। ଅପରାହ୍ନ ପ୍ରାୟ ସାଢେ ୧ଟା ବେଳେ ସେହି ଅଞ୍ଚଳରେ ଗୋଟିଏ ଗୋଷ୍ଠୀର କେତେଜଣ ବ୍ୟକ୍ତି ଅନ୍ୟ ଏକ ଗୋଷ୍ଠୀର ଲୋକଙ୍କ ଘର ଓ ରାସ୍ତା ଉପରକୁ ପଥର ମାଡ କରିଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ପଥର, ଇଟା ମାଡ ହୋଇ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଥମେ ଟାଉନ ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପଥରମାଡରେ ଟାଉନ ଥାନା ଆଇଆଇସି ବିଭିତ୍ସ ପ୍ରଧାନଙ୍କ ସମେତ ୫ଜଣ ପୋଲିସ କର୍ମଚାରୀ ଓ ଉଭୟ ଗୋଷ୍ଠୀର ମଧ୍ୟ ୪ରୁ ୫ ଜଣ ଆହତ ହୋଇଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ସନ୍ଧ୍ୟାରେ ଏକ ଶାନ୍ତି କମିଟି ବୈଠକ ଡ଼କାଯାଇଥିଲା। ଏହି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri