Posted inଫୁରସତ

ସାର୍ବଜନୀନ ଶିଶୁ ଦିବସ: ସଂକଳ୍ପର ଦିନଟିଏ

୨୦ ନଭେମ୍ବର ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ୧୯୫୯ରେ ଏହି ଦିନ ଜାତିସଂଘ ସାଧାରଣ ପରିଷଦ ଶିଶୁ ଅଧିକାର ଘୋଷଣାନାମାକୁ ଗ୍ରହଣ କରିଥିଲା। ୧୯୮୯ରେ ଠିକ୍‌ ଏହି ଦିନ ମଧ୍ୟ ଜାତିସଂଘ ସାଧାରଣ ପରିଷଦ ଶିଶୁ ଅଧିକାର ସମ୍ମିଳନୀକୁ ସ୍ବୀକୃତି ଦେଇଥିଲା। ଏଣୁ ୨୦ ନଭେମ୍ବରରେ ସାର୍ବଜନୀନ ଶିଶୁ ଦିବସ ପାଳନ କରାଯାଉଛି। ବିଶ୍ୱସ୍ତରରେ ଶିଶୁମାନଙ୍କ ଅଧିକାର ସମ୍ବନ୍ଧରେ ସଚେତନତା ଆଣିବା ତଥା ଏକତା ବଢାଇବା ଲକ୍ଷ୍ୟରେ ଏହାକୁ ପାଳନ କରାଯାଉଛି। ପିଲାମାନଙ୍କ ପାଇଁ ବିଭିନ୍ନ ଦେଶରେ ଲାଗୁ କରାଯାଇଥିବା ଭିନ୍ନ ଭିନ୍ନ କଲ୍ୟାଣକାରୀ ଯୋଜନାକୁ ଆଗକୁ ନେବାରେ ଏହିି ଦିବସର ପ୍ରମୁଖ ଭୂମିକା ରହିଛି। ଏହି ଦିବସ ସମାଜ, ରାଷ୍ଟ୍ର ତଥା ଗୋଷ୍ଠୀ ଲାଗି ବହୁ ଉପଯୋଗୀ ସାବ୍ୟସ୍ତ ହୋଇଛି। ମତାପିତା, ଶିକ୍ଷକ, ନର୍ସ ଏବଂ ଡାକ୍ତର,ସରକାର, ସାମାଜିକ କର୍ମୀ, ଧାର୍ମିକ ଗୁରୁ, ବ୍ୟବସାୟୀ, ଗଣମାଧ୍ୟମ, ଯୁବକ ତଥା ଶିଶୁମାନେ ଏହି ଦିବସରେ ମୁଖ୍ୟ ଭୂମିକା ନର୍ବାହ କରିଆସୁଛନ୍ତି। ଶିଶୁମାନଙ୍କ ଲାଗି ଏକ ସୁନ୍ଦର ବିଶ୍ୱ ନିର୍ମାଣ କରିବା ପାଇଁ ଏହି ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜନ କରାଯାଏ। ଚଳିତ ବର୍ଷ ଶିଶୁ ଅଧିକାର ସମ୍ମିଳନୀର ୩୦ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହା ପାଳନ କରାଯିବା ସହ ଶିଶୁ ଅଧିକାର କାର୍ଯ୍ୟକାରୀ କରିବା ଲାଗି ଦାବି କରିବାର ଏକ ସୁବର୍ଣ୍ଣ ସୁଯୋଗ ଓ ଉପଯୋଗୀ ସମୟ ବୋଲି ବିଚାର କରାଯାଏ। ବର୍ଷର ଭିନ୍ନ ଭିନ୍ନ ତାରିଖରେ ବିଭିନ୍ନ ଦେଶରେ ଶିଶୁ ଦିବସ ପାଳନ କରାଯାଉଥିଲେ ସାର୍ବଜନୀନ ଶିଶୁ ଦିବସ ୨୦ ନଭେମ୍ବରରେ ପାଳନ କରାଯାଉଛି।
୨୦୧୫ ସୁଦ୍ଧା ଏଚ୍‌ଆଇଭି/ ଏଡ୍‌ସ ସଂକ୍ରମଣ ବନ୍ଦ କରିବା ପାଇଁ ସହସ୍ରାବ୍ଦ ବିକାଶ ଲକ୍ଷ୍ୟ ବିଶ୍ୱ ନେତାମାନେ ସ୍ଥିର କରିଥିଲେ। ଏହାର ୮ଟି ଲକ୍ଷ୍ୟରୁ ୬ଟି ଯାହା ୧୯୮୯ରେ ମାନାବାଧିକାର ଚୁକ୍ତିରେ ଲିପିବଦ୍ଧ ହୋଇଥିବା ମୌଳିକ ଅଧିକାର ମଧ୍ୟରେ ପିଲାଙ୍କ ଅଧିକାର ଲାଗି ଅଭିପ୍ରେତ ତାହାକୁ ହାସଲ କରିବା ଲାଗି ୟୁନିସେଫ୍‌ ଜୋର ଦେଇଛି। ଏହା ମଧ୍ୟ ଶିଶୁଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଲାଗି ନୀତ ିନିର୍ଦ୍ଧାରକଙ୍କ ସହଯୋଗରେ ଆଗେଇ ନେଉଛି। କେବଳ ସାର୍ବଜନୀନ ଶିଶୁ ଦିବସ ଏକ ଦିବସ ଭାବେ ପାଳନ କରାଯାଉନି , ବରଂ ଏହା ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯାତନା,ଶୋଷଣ ,ବାଛବିଚାର ତଥା ଶିଶୁ ଶ୍ରମିକ ବିରୋଧରେ ସଚେତନତା ସୃଷ୍ଟି କରିବାରେ ପ୍ରୟାସରତ। ଏବେ ସୁଦ୍ଧା ବିଶ୍ୱରେ ୫ରୁ ୧୪ ବର୍ଷ ବୟସ ମଧ୍ୟରେ ୧୫୩ ମିଲିୟନ ଶିଶୁଙ୍କୁ ଜୋର ଜବରଦସ୍ତ ଶ୍ରମିକ କରାଯାଉଛି। ଏହାକୁ ଶେଷ କରିବା ଲାଗି ୧୯୯୯ରେ ବିଶ୍ୱ ଶ୍ରମିକ ସଂଗଠନ ଏଥିପାଇଁ ଆଇନ ପ୍ରଣୟନ କରିଥିଲା। ଶିଶୁଙ୍କ ସୁରକ୍ଷା ଲାଗି ବିଶ୍ୱରେ ଗ୍ରହଣ କରାଯାଉଥିବା ସମସ୍ତ ଆଇନ ଓ ସେମାନଙ୍କ ବିକାଶ ପାଇଁ ଲାଗୁ କରାଯାଉଥିବା ଯୋଜନାକୁ ଆଗକୁ ନେବା ଲାଗି ଏହି ଦିବସ ସ୍ମରଣ କରାଇଦିଏ। ଏହି ଦିନ ଶିଶୁଙ୍କ ବିକାଶ ଲଗି ସଂକଳ୍ପ ନେବାର ଦିନଟିଏ ବୋଲି ଗ୍ରହଣ କରିବା ଚାହି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?