ସାରଥିଙ୍କ ନିର୍ଦ୍ଦେଶରେ ରଥ ଚଳାନ୍ତି ଅଶ୍ୱ

ପୁରୀ ଅଫିସ,୨୬ା୬: ଅଖିଳ ବ୍ରହ୍ମାଣ୍ଡନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରତିବର୍ଷ ତିନିରଥ ନିର୍ମାଣ କରାଯାଏ। ପବିତ୍ର ଘୋଷଯାତ୍ରାରେ ଏହି ତିନିରଥ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ମଧ୍ୟରେ ବଡ଼ଦାଣ୍ଡର ବୁକୁ ଚିରି ଘୋର ଘର୍ଘର ନାଦରେ ଗଡ଼ିଚାଲେ ତିନିରଥ। ଆଉ ଏହି ରଥକୁ ଠିକଣା ପଥରେ ଆଗେଇ ନିଅନ୍ତି ସାରଥି। ଏହି ସାରଥିଙ୍କ ନିର୍ଦ୍ଦେଶରେ ହିଁ ଅଶ୍ୱମାନେ ରଥ ଚଳାନ୍ତି।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହନ୍ତି, ପ୍ରତ୍ୟେକ ରଥରେ ସାରଥି ନିର୍ଦ୍ଦିଷ୍ଟ ସ୍ଥାନରେ ରଥକୁ ସଞ୍ଚାଳନ କରିବା ଭଙ୍ଗୀରେ ଅବସ୍ଥାନ କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ସାରଥିଙ୍କ ନାମ ମାତଳୀ। ସେ ସୁସଜ୍ଜିତ ଭାବେ ଉପବେଶନ କରି ରଥ ସଞ୍ଚାଳନ ନିମନ୍ତେ ନିର୍ଦ୍ଦେଶ ଦେଇଥାନ୍ତି। ମାତଳୀ ହେଉଛନ୍ତି ଦେବରାଜ ଇନ୍ଦ୍ରଙ୍କ ସାରଥି। ଏହାଙ୍କର କନ୍ୟା ଗୁଣକେଶୀ। ସୁମୁଖ ନାମକ ନାଗକୁ ସେ ବିବାହ କରିଥିଲେ। ରଥ ଚାଳନା କରିବାର ସମସ୍ତ କୌଶଳ ମାତଳୀ ଜାଣନ୍ତି। ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ସାରଥିଙ୍କ ନାମ ଦାରୁକ। ମହାଭାରତର ମୂଷଳ ପର୍ବରେ ଦାରୁକଙ୍କ ସମ୍ବନ୍ଧରେ ବର୍ଣ୍ଣନା ରହିଛି। ସେ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ସାରଥି। ଯଦୁବଂଶ ଧ୍ୱଂସ ସମୟରେ ଶ୍ରୀକୃଷ୍ଣଙ୍କ ଅନ୍ତିମ ବାର୍ତ୍ତା ଦାରୁକ ଅର୍ଜୁନଙ୍କୁ ଜଣାଇଥିଲେ। ରଥ ଚାଳନାରେ ତାଙ୍କର ଦକ୍ଷତା ଅପ୍ରତିମ। ସେ ହିଁ ନନ୍ଦିଘୋଷ ରଥର ସଞ୍ଚାଳନ ଦାୟିତ୍ୱ ବହନ କରିଛନ୍ତି। ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ସାରଥିଙ୍କ ନାମ ଅର୍ଜୁନ। ଅର୍ଜୁନ ହେଉଛନ୍ତି ମଧ୍ୟମ ପାଣ୍ଡବ। ଦେବରାଜ ଇନ୍ଦ୍ରଙ୍କ ଔରସରୁ କୁନ୍ତିଙ୍କ ଗର୍ଭଜାତ। ସେ ଥିଲେ ଦ୍ୱାପର ଯୁଗର ଜଣେ ଅଦ୍ୱିତୀୟ ବୀର। ସେ ଶ୍ରୀକୃଷ୍ଣଙ୍କ ଭଗିନୀ ସୁଭଦ୍ରାଙ୍କୁ ବିବାହ କରିଥିଲେ। ସୁଭଦ୍ରା ଏବଂ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ସପ୍ତରଥୀଙ୍କ ଦ୍ୱାରା ମହାଭାରତ ଯୁଦ୍ଧରେ ପ୍ରାଣ ହରାଇଥିଲେ। ତାଙ୍କର ଅନେକ ନାମ ଯଥା ଅର୍ଜୁନ, ଫାଲ୍‌ଗୁନି, ଶ୍ୱେତବାହାନ, କିରୀଟି, ସବ୍ୟସାଚୀ, ଧନଞ୍ଜୟ, ପାର୍ଥ ଇତ୍ୟାଦି। ସେ ଜଣେ ମହାନ ରଥଚାଳକ। ତେଣୁ ସେ ସୁଭଦ୍ରାଙ୍କ ରଥରେ ସାରଥି ଭାବେ ଅବସ୍ଥାପିତ ହୋଇଛନ୍ତି। ଏହି ସାରଥିମାନଙ୍କ ନେତୃତ୍ୱରେ ପ୍ରତ୍ୟେକ ରଥରେ ସଂଯୋଜିତ ୪ଟି ଲେଖାଏ ଘୋଡ଼ା ରଥକୁ ଟାଣି ନିଅନ୍ତି। ଶ୍ରୀବଳଭଦ୍ରଙ୍କ ରଥରେ ସଂଯୋଜିତ ଅଶ୍ୱମାନେ ହେଲେ ଶଙ୍ଖ, ସୁଚିତ୍ର, ଅଙ୍ଗଦ ଓ ମେଘନାଦ। ମତାନ୍ତରେ ବି ଦୁଇପ୍ରକାର ତୀବ୍ର, ଘୋର, ଦୀର୍ଘ ଓ ସ୍ବର୍ଣ୍ଣନାଭ ଏବଂ ସ୍ଥିରା, ଧ୍ରୁତି, ସ୍ଥିତି ଓ ପ୍ରଜ୍ଞା ରହିଛି। ଏମାନଙ୍କର ବର୍ଣ୍ଣ କୃଷ୍ଣ ବା କଳା ଅଟେ। ଶ୍ରୀଜଗନ୍ନାଥଙ୍କ ରଥରେ ସଂଯୋଜିତ ଘୋଡ଼ାମାନଙ୍କର ନାମ ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦାଶ୍ୱ। ମତାନ୍ତରେ ଏମାନଙ୍କ ନାମ ସୁଗ୍ରୀବ, ମେଘ, ପୁଷ୍ପ ଓ ବଳାହକ। ଏମାନଙ୍କ ରଙ୍ଗ ଶୁକ୍ଳ ବା ଧଳା। ସେହିପରି ଦେବୀ ସୁଭଦ୍ରାଙ୍କ ରଥର ଅଶ୍ୱ ହେଲେ ରୋଚିକା, ମୋଚିକା, ଜିତା ଓ ଅପରାଜିତା। ମତାନ୍ତରେ ପ୍ରଜ୍ଞା, ଅନୁଜ୍ଞା, ଘୋରା ଓ ଅଘୋରା। ଏମାନଙ୍କର ବର୍ଣ୍ଣ ରକ୍ତବର୍ଣ୍ଣ ବା ନାଲି। ରଥରେ ଗଜପତି ମହାରାଜା ଛେରାପହଁରା କରିସାରିବା ପରେ ଚାରମାଳ ଫିଟାଯାଏ। ଏହାପରେ ଘୋଡ଼ାମାନଙ୍କୁ ସଂଯୋଗ କରାଯାଏ। ଏହି ବଳିଷ୍ଠ ଅଶ୍ୱମାନେ ବଳପୂର୍ବକ ରଥମାନଙ୍କୁ ନେଇ ଯଥା ସ୍ଥାନରେ ପହଞ୍ଚାଇ ଦେଇଥାନ୍ତି ବୋଲି ଗବେଷକ ଡ. ଦାଶ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ଅଘଟଣ, ଖେଳୁଥବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

ଛେରାପହଁରା କରିବାକୁ ଆସିଥିଲେ ଉପଜିଲାପାଳ, ରଥ ଆଗରେ ଶୋଇ ପ୍ରତିବାଦ କଲେ ଭକ୍ତ

ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ…

ଇସ୍ରୋରେ ଚହଳ! ୧୦୦ ବୈଜ୍ଞାନିକଙ୍କ ଇସ୍ତଫା, ଚାକିରି ଛାଡ଼ିବା ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ,୧୬।୭: ଇସ୍ରୋର ୧୦୦ ବୈଜ୍ଞାନିକ ଇସ୍ତଫା ଦେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଭାରତ ସରକାର । ଇସ୍ତଫା ଏବଂ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି।…

ନବନିର୍ମିତ ବିଦ୍ୟାଳୟ ଗୃହ ଶୁଭ ଉଦଘାଟନ: ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ପୋଷ୍ଟ ଅଫିସ ପାଶ୍ୱର୍ର୍ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଗୃହରେ ମୁଖ୍ୟ ଅତିଥି ଭାବେ…

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ…

ମମତାଙ୍କୁ ଶକ୍ତ ଝଟ୍‌କା: ଆଉ ଜଣେ ଟିଏମସି ରାଜ୍ୟ ସଭା ଏମପି ଦେଲେ ଇସ୍ତଫା, କାରଣ….

କୋଲକାତା,୧୬ା୭: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଏବଂ ପଶ୍ଚିମବଙ୍ଗର ଟିଏମସି ରାଜ୍ୟ ସଭା ଏମପି କୋଏଲ…

ଜନଜାତିଙ୍କ ନିଆରା ପରମ୍ପରା: ରଥାରୂଢ଼ ହେଲେ ତିନି ଠାକୁର, ଏମ୍‌ପିଙ୍କ ଛେରାପହଁରା ପରେ ଗଡ଼ିଲା ରଥ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗବାଟବାଡ଼ି ଗ୍ରାମରେ ଗୁରୁବାର ରଥଯାତ୍ରା ବହୁ ଆଡ଼ମ୍ବର ତଥା ଜନଜାତିଙ୍କ ସଂସ୍କୃତି ପରମ୍ପରାରେ ପାଳିତ…

ହିନ୍ଦୁ ଛାତ୍ରଙ୍କୁ କଲମା ପଢ଼ାଇଲେ ଶିକ୍ଷକ, ଅଭିଭାବକ ସ୍କୁଲରେ ପଶି କଲେ….

ହାଇଦ୍ରାବାଦ,୧୬ା୭: ହାଇଦ୍ରାବାଦର ସଇଦାବାଦ ଅଞ୍ଚଳର ଏକ ଘରୋଇ ସ୍କୁଲରେ ବିବାଦ ଦେଖାଦେଇଛି । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri