Posted inଖେଳ

ସାବାଲେଙ୍କା, ଶେଲ୍‌ଟନ କ୍ୱାର୍ଟରଫାଇନାଲରେ

ମେଲବୋର୍ନ, ୨୪ା୧ : ପଞ୍ଚମ ସିଡ୍‌ ଆରିନା ସାବାଲେଙ୍କା ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ସେ ବେଲିଣ୍ଡା ବେନ୍‌ସିକ୍‌ଙ୍କୁ ୭-୫, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ଅଷ୍ଟ୍ରେଲିଆନ ଓପନରେ ପ୍ରଥମ ପଦାର୍ପଣରେ ପ୍ରଭାବୀ ପ୍ରଦର୍ଶନ ସହ ବେନ୍‌ ଶେଲଟନ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଫ୍ଲେରିଡା ୟୁନିଭର୍ସିଟିର ଏହି ୨୦ବର୍ଷୀୟ ଏହି ଏନ୍‌ସିଏଏ ଚାମ୍ପିୟନ ଏକ ଅଲ୍‌ ଆମେରିକାନ୍‌ ମୁକାବିଲାରେ ଜେ.ଜେ. ଓଫ୍‌ଙ୍କୁ ୬-୭ (୫), ୬-୨, ୬-୭ (୪), ୭-୬ (୪), ୬-୨ରେ ହରାଇ ଦେଇଛନ୍ତି। ଶେଲ୍‌ଟନ ତାଙ୍କର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳୁଛନ୍ତି। ତାଙ୍କ ଜୀବନରେ ଏହାହେଉଛି ପ୍ରଥମ ବିଦେଶ ଗସ୍ତ। ବର୍ତ୍ତମାନ ସେ ସେବାଷ୍ଟିଆନ କୋର୍ଡାଙ୍କ ସହ ଯୋଗ ଦେଇଛନ୍ତି। ୨୦୦୭ ପରେ ପ୍ରଥମ ଥର ଆମେରିକାର ଦୁଇଜଣ ଖେଳାଳି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ରଡ୍‌ ଲାଭର ଆରେନାରେ ୫ମ ସିଡ୍‌ ତଥା ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଏକ ୫ ସେଟ୍‌ ବିଶିଷ୍ଟ ମ୍ୟାଚରେ ବିଜୟ ହାସଲ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସେ ହୋଲ୍‌ଗର ରୁନ୍‌ଭ୍କୁ ୬-୩, ୩-୬, ୬-୩, ୪-୬, ୭-୬ (୧୧-୭)ରେ ପରାସ୍ତ କରିଛନ୍ତି। ରୁବ୍ଲେଭ କ୍ୱାର୍ଟରଫାଇନାଲରେ ୨୧ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନୋଭାକ ଜୋକୋଭିଚ୍‌ କିମ୍ବା ଅଷ୍ଟ୍ରେଲିଆର ଆଲେକ୍ସ ଡି’ ମିନାଉର୍‌ଙ୍କୁ ଭେଟିପାରନ୍ତି। ୩୧ ବର୍ଷୀୟା ମାଗ୍‌ଡା ଲିନେଟ ମହିଳା କ୍ୱାର୍ଟରଫାଇନାଲରେ ୩୦ଥର ପ୍ରଚେଷ୍ଟାରେ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସେ ବର୍ତ୍ତମାନ କାରୋଲିନା ପ୍ଲିସ୍‌କୋଭାଙ୍କୁ ଭେଟିବାକୁଥିବା ବେଳେ ଅନ୍ୟ ଏକ ମ୍ୟାଚ ଆରିନା ସାବାଲେଙ୍କା ଓ ଡୋନା ଭେକିକ୍‌ଙ୍କ ମଧ୍ୟରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

କନ୍ୟାସନ୍ତାନ ଜନ୍ମଦେବା ପରେ ଆଖି ବୁଜିଲେ ମା’

ପାଟଣା, ୧ା୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବଡ଼ପଶି ଗ୍ରାମର କମଳ କିଶୋର ଜେରାଇଙ୍କ ସ୍ତ୍ରୀ ତିଲୋତ୍ତମା ତିରିଆ (୨୫)ଙ୍କର ଚିକିତ୍ସାଧୀନ…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ…

ନିୟମିତ ହେଉଛି ଭଡ଼ା ଆଦାୟ: ରକ୍ଷଣାବେକ୍ଷଣରେ ଅବହେଳା, ତେଜିଲା ଦୋକାନୀଙ୍କ ଅସନ୍ତୋଷ…

ଜୁନାଗଡ଼,୧ା୯(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏନ୍‌ଏସି ମାର୍କେଟ କମ୍ପ୍ଲେକ୍ସ ଜରାଜୀର୍ଣ୍ଣ ହୋଇପଡିଛି। ଏଠାରେ ୧୪ଟି ଗୃହ ଥିବାବେଳେ ମରାମତି…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଶ୍ରମ ଅଧିକାରୀ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ଆନ୍ଦୋଳନ ଡାକରା ଦେଲା ଏହି ବଡ଼ ବ୍ୟାଙ୍କ୍‌, ଜାଣନ୍ତୁ ସେପ୍ଟେମ୍ୱର-ଅକ୍ଟୋବରରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ୍‌?

ନୂଆଦିଲ୍‌ଲୀ,୧।୯: ଯଦି ଆପଣ ସେପ୍ଟେମ୍ୱର-ଅକ୍ଟୋବର ମାସରେ ବ୍ୟାଙ୍କ ସମ୍ୱନ୍ଧୀୟ କୌଣସି କାମ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସଗୁଡ଼ିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri