ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପୁନର୍ଜୀବିତ କରିବାକୁ ପ୍ରୟାସ; ଉତ୍ତରପ୍ରଦେଶ ଗଲେ ୧୫ ଗ୍ରାମର ବାସିନ୍ଦା

ବନ୍ତଳା, ୨୩ା୯ (ଡି.ଏନ.ଏ.) ମହାବଳ ବାଘ ମହାବୀରର ମୃତ୍ୟୁପରଠାରୁ ଅନୁଗୋଳ ଜିଲା ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ସନ୍ଦିହାନ ହୋଇପଡ଼ିଛି। ବାଘୁଣୀ ସୁନ୍ଦରୀ ୧୦ମାସ ହେଲାଣି ବନ୍ଦୀ ଜୀବନ କାଟୁଛି। ଏପରି ସ୍ଥିତିରେ ଏବେ ସୁନ୍ଦରୀକୁ ବନ ବିଭାଗ ସାତକୋଶିଆ ଜଙ୍ଗଲ ମଧ୍ୟରେ ଛାଡ଼ିବାକୁ ଯୋଜନା କରୁଛି। ତେବେ ଏଥିପୂର୍ବରୁ ଅଭୟାରଣ୍ୟ ନିକଟରେ ରହୁଥିବା ଲୋକଙ୍କ ମନରେ ପ୍ରଥମେ ବିଶ୍ୱାସ ଜନ୍ମାଇବା ପାଇଁ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଶନିବାର ସ୍ଥାନୀୟ ଗ୍ରାମବାସୀଙ୍କୁ ଉତ୍ତରପ୍ରଦେଶସ୍ଥିତ ପିଲିଭିଟ୍‌ ବ୍ୟାଘ୍ର ପ୍ରକଳ୍ପ ପରିଦର୍ଶନରେ ନେଇଛନ୍ତି ବନ କର୍ତ୍ତୃପକ୍ଷ। ସାତକୋଶିଆର ଗଇଁଦି, ହାତିବାରି, ଛୋଟକେଇ, ଟୁଲୁକା, ତରଭା, ଟିକରପଡ଼ା, ମଝିପଡ଼ା ଗ୍ରାମର ୮ ଏବଂ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ଛାମୁଣ୍ଡିଆ, କୁସଙ୍ଗ ଆଦି ଗ୍ରାମରୁ ୭ଜଣ ଗ୍ରାମବାସୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ବ୍ୟାଘ୍ର ପ୍ରକଳ୍ପ ନିକଟରେ ଲୋକେ କିପରି ବସବାସ କରୁଛନ୍ତି, ତାକୁ ନିକଟରୁ ଦେଖିବେ ସାତକୋଶିଆବାସୀ। ଏହା ହିଁ ପରିଦର୍ଶନର ପ୍ରମୁଖ ଉଦ୍ଦେଶ୍ୟ। ସମ୍ପୃକ୍ତ ଗ୍ରାମବାସୀ ଅନୁଗୋଳରୁ କଟକ ଏବଂ କଟକରୁ ଉତ୍ତରପ୍ରଦେଶକୁ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଏସିଏଫ୍‌ ରାଜକିଶୋର ସ୍ବାଇଁ କହିଛନ୍ତି।
ଗ୍ରାମବାସୀ ପିଲିଭିଟ୍‌ ବ୍ୟାଘ୍ର ଅଭୟାରଣ୍ୟ ବୁଲିବେ। ସେଠାକାର ପରିବେଶ ଓ ପ୍ରକଳ୍ପ ଦ୍ବାରା ଉପକୃତ ହେଉଥିବା ଅଧିବାସୀଙ୍କ ସହ ମିଶିବେ। ସେଠାରେ ରାତ୍ରିଯାପନ ବ୍ୟବସ୍ଥା ମଧ୍ୟ କରାଯାଇଛି। ଦୁଇଦିନ ଅଭୟାରଣ୍ୟ ବୁଲିବା ପରେ ଉତ୍ତରାଖଣ୍ଡର କୋର୍‌ବେଟ୍‌ ବ୍ୟାଘ୍ର ଅଭୟାରଣ୍ୟ ପରିଭ୍ରମଣ କାର୍ଯ୍ୟକ୍ରମ ରହିଛି। ଲୋକଙ୍କ
ଚାଲିଚଳଣି ଓ ବ୍ୟାଘ୍ର ପ୍ରକଳ୍ପ ଦ୍ବାରା ଜମି ହରାଇଥିବା ଲୋକେ କେମିତି ସେହି ପ୍ରକଳ୍ପ ଦ୍ବାରା ରୋଜଗାରକ୍ଷମ ହୋଇପାରିଛନ୍ତି ସେଠାରେ ଲୋକେ ତାହା ଶିକ୍ଷା କରିବେ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି। ୨ ଫରେଷ୍ଟର, ଜଣେ ଡେପୁଟି ରେଞ୍ଜର, ଜଣେ ରେଞ୍ଜର, ଜଣେ ଏସିଏଫ୍‌ଙ୍କ ସମେତ ମୋଟ ୨୦ଜଣ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ଯାତାୟାତ, ରହଣି, ଖାଇବା ଖର୍ଚ୍ଚ ଏନ୍‌ଟିସିଏ ବହନ କରିବ ବୋଲି
ଏସିଏଫ୍‌ ସୂଚନା ଦେଇଛନ୍ତି।
ଏ ବିଷୟରେ ସାତକୋଶିଆ ଡିଏଫଓ ରାମସ୍ବାମୀ ପି କୁହନ୍ତି ଶନିବାର ରାତି ୧୨ଟା ୩୦ରେ କଟକ ଓ ଭୁବନେଶ୍ୱର ଷ୍ଟେଶନରୁ ଜଗନ୍ନାଥ ଏକ୍ସପ୍ରେସ୍‌ରେ ସାତକୋଶିଆ ବନଖଣ୍ଡ ଓ ମହାନଦୀ ବନଖଣ୍ଡ ଅଧୀନର ଗ୍ରାମର ବାସିନ୍ଦା ସହ ଜଣେ ରେଞ୍ଜର, ଡେପୁଟି ରେଞ୍ଜର, ଫରେଷ୍ଟର ଯାଇଛନ୍ତି। ସୋମବାର ପୂର୍ବାହ୍ନ ସାଢେ ୧୧ଟାରେ ବରେଲି ଷ୍ଟେଶନଠାରେ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି। ସେପ୍ଟେମ୍ବର ୨୪, ୨୫, ୨୬, ୨୭ ତାରିଖ ଚାରିଦିନ ସେଠାରେ ରହି ଲୋକେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହିତ ବାଘ ଓ ମଣିଷ ସହିତ ସମ୍ପର୍କ, ରୋଜଗାର, ବିକାଶ ଓ ଅନ୍ୟାନ୍ୟ ପର୍ଯ୍ୟଟନର ଉନ୍ନତି ବିଷୟରେ ଜାଣିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri