Posted inଖେଳ

ସାକ୍ଷୀ ଏବେ ‘ଦେଶୀ ପହେଲୱାନୀ’

ନୂଆଦିଲ୍ଲୀ, ୨୧।୪-କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିିତିରେ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ସାକ୍ଷୀ ମଲିକ ନିଜକୁ ଫିଟ୍‌ ରଖିବା ପାଇଁ ଏବେ ‘ଦେଶୀ ପହେଲିୱାନୀ’ ପନ୍ଥା ଅବଲମ୍ବନ କରିଛନ୍ତି। ସେ ଗତ କିଛିଦିନଧରି ଏକ ଲମ୍ବା ଦଉଡ଼ି ଓ ବଡ଼ କାଠଗଡ଼ ସହାୟତାରେ ରୋହତକର ମୋଖରା ଗ୍ରାମରେ ଥିବା ପୁରୁଣା ଏବଂ ଅବ୍ୟବହୃତ ଆଖଡ଼ାର ମାଟିକୁ ସମାନ କରିବାରେ ଲାଗିଛନ୍ତି। ନିଜ କୋଚ୍‌ଙ୍କ ସହ ଫୋନ୍‌ରେ କଥା ହୋଇ ସାକ୍ଷୀ ଏହି କାର୍ଯ୍ୟ କରି ଚାଲିଛନ୍ତି। ଲକ୍‌ଡାଉନ୍‌ ସ୍ଥିତିରେ ଅଭ୍ୟାସ ପାଇଁ ପାର୍ଟନର ପାଉ ନାହାନ୍ତି ଏହି ତାରକା କୁସ୍ତିବିତ୍‌। ତେଣୁ ଆଧୁନିକ ଯୁଗର ଟ୍ରେନିଂ ସରଞ୍ଜାମକୁ ଛାଡ଼ି ସେ ଦେଶୀ ପହେଲୱାନୀ ବାଟରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ”ଏବେ ମୁଁ କେବଳ ଦେଶୀ ଷ୍ଟାଇଲ୍‌ ଆପଣାଉଛି। ମୋ ଘର ପଛପଟରେ ଏକ ଆଖଡ଼ା ଅଛି। ମୁଁ ଏହାକୁ ପୂର୍ବରୁ କେବେହେଲେ ବ୍ୟବହାର କରି ନ ଥିଲି। ମାତ୍ର ବର୍ତ୍ତମାନ ମୁଁ ଏହାର ଗେଟ୍‌ ଖୋଲି ସକାଳେ ଏବଂ ସନ୍ଧ୍ୟାରେ ଅଭ୍ୟାସ କରୁଛି। ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ୁଛି ଏବଂ ଏହା ସମୟ ସାପେକ୍ଷ। ମାତ୍ର ମୁଁ ଏହାକୁ ଉପଭୋଗ କରୁଛି“ ବୋଲି ସାକ୍ଷୀ ପ୍ରକାଶ କରିଛନ୍ତି। ମାଟି ଉପରେ ବଡ଼ କାଠଗଡ଼କୁ ଟାଣିବା ଛଡ଼ା ମୁଁ ରନିଂ, ଯୋଗ ଏବଂ ଷ୍ଟ୍ରେଚିଂକୁ ଦୈନନ୍ଦିନ କାର୍ଯ୍ୟସୂଚୀରେ ସାମିଲ କରିଛି“ ବୋଲି ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨-୧ରେ ସିରିଜ୍‌ ଜିତିଲା ଇଂଲଣ୍ଡ

ଲଡର୍‌ସ,୧୯ା୭: ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ୨୭ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଏହି ବିଜୟ…

ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌…

ଫିଫା ବିଶ୍ୱକପ୍‌: ଫ୍ରାନ୍ସକୁ ୬-୪ରେ ହରାଇଲା ଇଂଲଣ୍ଡ

ମାୟାମି ଗାର୍ଡେନ୍ସ,୧୯ା୭: ବୁକାୟୋ ସାକାଙ୍କ ହ୍ୟାଟ୍ରିକ ଗୋଲ ବଳରେ ରବିବାର ଚଳିତ ଫିଫା ବିଶ୍ୱକପ୍‌ରେ ଅନୁଷ୍ଠିତ ପ୍ଲେ-ଅଫ୍‌ ମ୍ୟାଚ୍‌ରେ ଇଂଲଣ୍ଡ ୬-୪ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି…

୧୯ ଚୌକା-ଛକା, ବେନ୍ ଡକେଟଙ୍କ ଐତିହାସିକ ଶତକ, ଲର୍ଡସରେ ଭାଙ୍ଗିଲେ ୪୭ ବର୍ଷର ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୧୯ା୭: ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଇତିହାସ ରଚିଲେ ଇଂଲଣ୍ଡ କ୍ରିକେଟର ବେନ୍ ଡକେଟ । ଭାରତ ବିପକ୍ଷ ଅନ୍ତିମ ଏକଦିବସୀୟ ମ୍ୟାଚ୍‌ରେ, ଡକେଟଙ୍କ ବିସ୍ଫୋରକ ବ୍ୟାଟିଂ ୪୭…

FIFA World Cup 2026: ସମସ୍ତେ ଟ୍ରଫି ଦେଖିଛନ୍ତି… କିନ୍ତୁ ଏବେ FIFA ଚାମ୍ପିୟଙ୍କୁ ଦିଆଯିବ ଏକ ସ୍ବତନ୍ତ୍ର ‘Ring’, ଯାହାର ମୂଲ୍ୟ…

ନ୍ୟୁୟର୍କ,୧୯।୭: ମାତ୍ର କିଛି ଘଣ୍ଟା ମଧ୍ୟରେ, ଫୁଟବଲ ତାର ପରବର୍ତ୍ତୀ ବିଶ୍ୱ ବିଜେତାଙ୍କୁ ମୁକୁଟ ପିନ୍ଧାଇବ। ୧୯ ଜୁଲାଇ ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ…

FIFA World Cup 2026 Prize Money: ଫିଫା ବିଶ୍ୱକପ ପୁରସ୍କାର ରାଶି ଶୁଣିଲେ ଉଡିଯିବ ହୋସ୍‌; ଚାମ୍ପିୟନଙ୍କ ଉପରେ ହେବ ଧନ ବର୍ଷା

ନ୍ୟୁୟର୍କ,୧୯।୭: ଆଜି (ରବିବାର) ରାତି ୧୨ଟା ୩୦ ରେ ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ ଫିଫା ବିଶ୍ୱକପ ୨୦୨୬ ଫାଇନାଲ ଅନୁଷ୍ଠିତ ହେବ। ଲିଓନେଲ ମେସିଙ୍କ ଅଧିନାୟକତ୍ୱରେ,…

Fifa World Cup Trophyରେ କେତେ ସୁନା ରହିଛି? ଓଜନ ଶୁଣିଲେ….

ନୂଆଦିଲ୍ଲୀ,୧୯।୭: ୨୦୨୬ ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ୍ ରବିବାର ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବିଳମ୍ବିତ ରାତି ୧୨ଟା୩୦ ମିନିଟରେ ହେବାକୁ ଥିବା…

IND vs ENG 3rd ODI: ଟିମ୍‌ ଇଣ୍ଡିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟକା,ଠିକ୍‌ ଟସ୍‌ ପୂର୍ବରୁ ବାହାରିଗଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୯।୭: ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ପୂର୍ବରୁ, ଭାରତୀୟ ଦଳ ପାଇଁ ଖରାପ ଖବର ଆସିଛି। ଦ୍ରୁତ ବୋଲର ଜସପ୍ରିତ ବୁମରାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri