ସାକ୍ଷୀଗୋପାଳ ମନ୍ଦିରରେ ଭିତର ଚନ୍ଦନ ନୀତି: କଦମ୍ବ ବୃକ୍ଷ ଡାଳରେ ଦର୍ଶନ ଦେଲେ ଠାକୁର

ସାକ୍ଷୀଗୋପାଳ, ୩୦।୫(ଡି.ଏନ୍‌.ଏ.)-ସାକ୍ଷୀଗୋପାଳ ମନ୍ଦିରରେ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ନୀତି ଚାଲିଛି। ତନ୍ମଧ୍ୟରେ ଠାକୁରଙ୍କର ଆକର୍ଷଣୀୟ ଜଳକ୍ରୀଡା ବେଶ ଏକାଦଶୀ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଠାକୁର କଦମ୍ବ ବୃକ୍ଷ ଡାଳରେ ଗୋଡ ଲମ୍ବାଇ ବସି ବଂଶୀ ବାଦନ କରୁଥିବା ଦୃଶ୍ୟ ଶ୍ରଦ୍ଧାଳୁ ମାନଙ୍କ ମନକୁ ଛୁଇଁଥିଲା। ସେହିପରି ସିଂହାସନ ତଳେ ବିବସ୍ତ୍ର ଗୋପାଙ୍ଗନା ମାନେ ଲଜ୍ଜା ଢ଼ାଙ୍କିବାକୁ ବସ୍ତ୍ର ଫେରାଇ ଦେବାକୁ ଠାକୁରଙ୍କୁ ନିବେଦନ କରୁଥିବାର ଦୃଶ୍ୟ ନିଆରା ଆକର୍ଷଣ ସାଜିଥିଲା। ରତ୍ନ ସିଂହାସନ ଉପରେ ସର୍ବଦା ଦଣ୍ଡାୟମାନ ସାକ୍ଷୀଗୋପାଳ ଠାକୁରଙ୍କ ଛନ୍ଦା ଚରଣକୁ ଆବୃତ କରାଯାଇଥିଲା। ସୋଲରେ ତିଆରି ଫୁଲପତ୍ରରେ ଭରା ଏକ କୃତ୍ରିମ କଦମ୍ବବୃକ୍ଷ, ଠାକୁରଙ୍କ ଖଞ୍ଜାଗୋଡ, ଅଷ୍ଟସଖୀଙ୍କର ବିବିସ୍ତ୍ର ମୂର୍ତ୍ତି ତିଆରି କରାଯାଇଥିଲା। ଦ୍ୱିପ୍ରହର ଧୂପ ବେଶରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। କଟି ଦେଶରୁ ଖଞ୍ଜାଗୋଡ ଦୁଇଟି ଲଗାଯାଇ ପାଟ ପିତାମ୍ବରୀ ବସ୍ତ୍ର, ପାଉଁଜି, ବାଙ୍କୀ, ବେଙ୍ଗପାଟିଆ, ଚାପସରୀ, ତାବିଜ, ସୁବର୍ଣ୍ଣବଂଶୀ, ହୀରା ମୁଦ୍ରିକା, ମକର କୁଣ୍ଡଳ, ସୁବର୍ଣ୍ଣ, କୀରଟି ଠାକୁର ପରିଧାନ କରିଥିଲେ। ମନ୍ଦିରରେ ଅନୁଷ୍ଠିତ ହେଉଥିବା ୪ଟି ଜଳକ୍ରୀଡା ମଧ୍ୟରୁ ଏହା ପ୍ରଥମ ଜଳକ୍ରୀଡା ବୋଲି କହନ୍ତି ମନ୍ଦିର ପୂଜାପଣ୍ଡା ରଘୁନାଥ ମହାପାତ୍ର। ଅନେକ ବର୍ଷହେଲା ଏହି ବେଶ ୫୫୦ ଘର ରଙ୍ଗଣୀ ସମିତି ପକ୍ଷରୁ ପ୍ରତିବର୍ଷ ଅୟୋଜନ କରାଯାଉଛି ବୋଲି ସମିତିର ସଭାପତି ଚକ୍ରଧର ନାୟକ କହିଛନ୍ତି। ଏଥିସହିତ ଜଳକ୍ରୀଡା ଏକାଦଶୀ, ସାବୀତ୍ରି ଅମାବାସ୍ୟା, ଶିତଳଷଷ୍ଠୀ ଓ ଚମ୍ପକ ଦ୍ୱାଦଶୀରେ ଏଥିପାଇଁ ସ୍ବତନ୍ତ୍ର ଦେବନୀତି, ପୁଜାର୍ଚ୍ଚନା କରାଯାଇଥାଏ। ଏହି ଦିନଗୁଡିକରେ ଠାକୁରଙ୍କ ବିଜେ ପ୍ରତିମା ମଦନ ମୋହନ ଭିତର ଚନ୍ଦନ ନୀତି ପାଇଁ ମନ୍ଦିର ପରିଷର ରେ ଥିବା ଜଳକ୍ରୀଡା ମନ୍ଦିରକୁ ବିଜେହୋଇ ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?