ସହରରେ ମାତିଲେ ଡକାୟତ: ଆକ୍ରମଣରେ ୪ ଫାଇନାନ୍ସ କର୍ମଚାରୀ ଗୁରୁତର

ଢେଙ୍କାନାଳ ଅଫିସ, ୫।୧ – ଢେଙ୍କାନାଳ ସହରର ଅନ୍ୟତମ ଜନବହୁଳପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ କୁଞ୍ଜକାନ୍ତ ଲଳିତ ନଗରରେ ଶନିବାର ରାତି ୯ଟାରେ ସଶସ୍ତ୍ର ଡକାୟତି ହୋଇଛି। କଳାମୁଖା ଏବଂ ହେଲ୍‌ମେଟ ପିନ୍ଧିଥିବା ୭ଜଣ ଦୁର୍ବୃତ୍ତ ସେଣ୍ଟ୍ରମ୍‌ ମାଇକ୍ରୋ କ୍ରେଡିଟ୍‌ ଫାଇନାନ୍ସ କାର୍ଯ୍ୟାଳୟରେ ପଶି ଆତଙ୍କରାଜ ସୃଷ୍ଟି କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଛନ୍ତି କାର୍ଯ୍ୟାଳୟ ପରିଚାଳକ ତଥା ଭଞ୍ଜନଗରର ସୁନେଶ ପ୍ରଧାନ (୩୭), ଭଦ୍ରକ ଅଞ୍ଚଳର ସହକାରୀ ପରିଚାଳକ ପ୍ରକାଶ କୁମାର ପାଢ଼ୀ (୨୬), କର୍ମଚାରୀ ଜଗମୋହନ ଦାସ (୨୪) ଏବଂ ନିର୍ମଳ ରାଉତ (୨୧)। ଜଗମୋହନଙ୍କ ଘର ପୁରୀ ଏବଂ ନିର୍ମଳଙ୍କ ଭଦ୍ରକରେ ବୋଲି ଜଣାପଡ଼ିଛି।
ସୁନେଶଙ୍କ କହିବା କଥା, ରାତି ପ୍ରାୟ ୯ଟାରେ ୭ଜଣ ଅଭିଯୁକ୍ତ ମୁଣ୍ଡରେ ହେଲମେଟ୍‌ ଏବଂ ମୁହଁରେ କଳାକପଡ଼ା ପିନ୍ଧି ହଠାତ୍‌ କାର୍ଯ୍ୟାଳୟକୁ ପଶିଥିଲେ। କଟୁରି ଏବଂ ଜିଆଇ ପାଇପ୍‌ରେ ସେମାନେ ଅତର୍କିତ ଆକ୍ରମଣ କରିବା ସହ ନିସ୍ତୁକ ପିଟିଥିଲେ। ଏହାପରେ କର୍ମଚାରୀଙ୍କଠାରୁ ୨ଟି ଲାପଟପ୍‌, ୬ଟି ମୋବାଇଲ, ୬ଟି ହାତ ଘଣ୍ଟା, ନଗଦ ୫ ହଜାର ଟଙ୍କା ସହ ସୁନାମୁଦି, କାନଫୁଲ ଏବଂ ମଙ୍ଗଳସୂତ୍ର ଲୁଟି ନେଇଥିଲେ। ଯିବା ପୂର୍ବରୁ ବାହାରପଟୁ କବାଟ ବନ୍ଦ କରିଦେଇଥିଲେ। ବହୁକଷ୍ଟରେ କର୍ମଚାରୀମାନେ କବାଟ ଭାଙ୍ଗି ପଦାକୁ ଆସିବା ପରେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।
ସହରର ଜନଗହଳିପୂର୍ଣ୍ଣ ସ୍ଥାନରୁ ଏପରି ଡକାୟତି ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଏଥିରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କ ହାତ ଥିବା ସନ୍ଦେହ କରାଯାଉଛି। ପୋଲିସ କର୍ମଚାରୀଙ୍କୁ ପଚରାଉଚୁରା କରିବା ସହ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri