Posted inଖେଳ

ସର୍ତ୍ତ ସହ ସାଲିସ କରିବାକୁ ରାଜି ନୁହନ୍ତି ହରେନ୍ଦ୍ର

ନୂଆଦିଲ୍ଲୀ,୧୨।୮(ପିଟି)- ହରେନ୍ଦ୍ର ସିଂ ଏବେ ମଧ୍ୟ ଭାରତୀୟ ଜୁନିୟର ହକି ଦଳର କୋଚ୍‌ ପଦ ଲାଗି ଇଚ୍ଛୁକ ଅଛନ୍ତି। କିନ୍ତୁ ନିଜ ଆଡ଼ୁ ରଖିଥିବା ସର୍ତ୍ତ ସହ କୌଣସି ସାଲିସ କରିବାକୁ ସେ ପ୍ରସ୍ତୁତ ନୁହନ୍ତି। ୨୦୧୬ ଜୁନିୟର ବିଶ୍ୱକପ୍‌ ଚାମ୍ପିୟନ ଦଳର କୋଚ ଏହି ପଦ ଲାଗି ଆବେଦନ କରିଛନ୍ତି। ହେଲେ ବିଦେଶୀ କୋଚ୍‌ଙ୍କ ଭଳି ସୁବିଧା ଓ ଦରମା ପ୍ରଦାନ କରାଯିବା ନେଇ ସର୍ତ୍ତ ରଖିଛନ୍ତି। ଦୀର୍ଘଦିନ ତଳେ ମୁଁ ପଦ ଲାଗି ଆବେଦନ କରିଥିଲି। ମୁଁ ଏବେ ମଧ୍ୟ ଫ୍ରି ଅଛି। କିନ୍ତୁ ମୁଁ ଯେଉଁ ସର୍ତ୍ତ ରଖିଛି, ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆମେ କାହିଁକି ବିଦେଶୀ କୋଚ୍‌ଙ୍କ ଭଳି ଦରମା ପାଇବୁ ନାହିଁ ବୋଲି ହରେନ୍ଦ୍ର କହିଛନ୍ତି। ଜୁନିୟର ଦଳର ସଫଳତା ପରେ ସିନିୟର ଦଳର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ହେଲେ ଗତବର୍ଷ ବିଶ୍ୱକପ୍‌ରେ ଭାରତୀୟ ଦଳର ବିଫଳତା ପରେ ହରେନ୍ଦ୍ରଙ୍କୁ ପଦତ୍ୟାଗ କରିବାକୁ ପଡ଼ିଥିଲା। ଏହାପରେ ହକି ଇଣ୍ଡିଆ (ଏଚ୍‌ଆଇ) ତାଙ୍କୁ ୨୦୨୧ ଜୁନିୟର ବିଶ୍ୱକପ୍‌ ପର୍ଯ୍ୟନ୍ତ ପୁଣି ଜୁନିୟର ଦଳର କୋଚ୍‌ ପଦ ଦେବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେ ସର୍ତ୍ତ ରଖିବା  ପରେ ଜୁନିୟର ଦଳର ମୁଖ୍ୟ କୋଚ୍‌ ପଦ ଲାଗି ଏଚ୍‌ଆଇ ପକ୍ଷରୁ ଗତ ମାସ ୨୫ ତାରିଖରେ ବିଜ୍ଞାପନ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

MS Dhoni Net Worth: କୋଟି କୋଟି ଟଙ୍କା ରୋଜଗାର, ହେଲେ କ୍ରିକେଟ ବ୍ୟତୀତ ଧୋନୀଙ୍କ ଆଉ କ’ଣ ରହିଛି ରୋଜଗାର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜୁଲାଇ ୭ରେ ୪୫ ବର୍ଷ ବୟସରେ ପାଦ ଥାପିଛନ୍ତି। ‘କ୍ୟାପ୍ଟେନ କୁଲ’ ଭାବରେ ଜଣାଶୁଣା – କ୍ରିକେଟ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍‌ ଦେବା ଉପରେ BCCIର ବଡ଼ ବୟାନ, ସାମ୍ନାକୁ ଆସିଲା ଚମକାଇ ଦେଲା ଭଳି କାରଣ!

ନୂଆଦିଲ୍ଲୀ, ୭।୭: BCCI ନିକଟରେ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ତେବେ ଏହି ଦଳରେ ସଞ୍ଜୁ ସାମସନଙ୍କ ନାମ ନଥିବାରୁ…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

ଜିମ୍ବାଓ୍ବେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ସଞ୍ଜୁ ସାମସନ ବାଦ୍‌

ନୂଆଦିଲ୍ଲୀ, ୬ା୭: ଚଳିତମାସ ପରବର୍ତ୍ତୀ ଭାଗରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri