ସରୁନି ଯୋଡ଼ା- ଜୁରୁଡ଼ି ରାସ୍ତା ନିର୍ମାଣ କାର୍ଯ୍ୟ

ଯୋଡ଼ା, ୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ରାଜ୍ୟ ରାଜପଥ ନଂ ୨ ର ଜୁରୁଡି-ବାମେବାରୀ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଦୈନିକ ଏହି ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ମାନଙ୍କର ଖଣିଜ ବୋଝେଇ ଶହ ଶହ ଟ୍ରକ ଓ ଡମ୍ପର ପରିବହନ କରୁଛନ୍ତି। ଫଳରେ ଜୁରୁଡି ଲାଲଗେଟ ଠାରୁ ହାଟପଦା ଛକ ପର୍ଯ୍ୟନ୍ତ ଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ରାସ୍ତାର ମରାମତି କାର୍ଯ୍ୟ ହୋଉନଥିବାରୁ ତାହା ଧିରେଧିରେ ବଡ ବଡ ଗର୍ତ୍ତ ସୃଷ୍ଟି କରୁଛି। ଏହି ରାସ୍ତା ଦେଇ ଯାଉଥିବା ସାଧାରଣ ପଥଚାରୀ, ବାଇକ ଚାଳକ, ଛୋଟ ଯାନବାହାନ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହେଉଛି।
ରାଜ୍ୟ ସରକାର ଏହି ରାସ୍ତା ନିର୍ମାଣ କରିବା ପାଇଁ ଟେଣ୍ଡର ଜରିଆରେ ଏକ ଠିକାସଂସ୍ଥାକୁ ଦେଇଛନ୍ତି। ସମ୍ପୃକ୍ତ ଠିକାସଂସ୍ଥାର ରାସ୍ତା ନିର୍ମାଣରେ ବିଳମ୍ବ ଓ ମନ୍ଥର ଗତି ହେତୁ ରାସ୍ତା ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏପରିକି ପରିବହନ ଯୋଗୁ ଧୂଳିଧୂଆଁରେ ଅତିଷ୍ଠ ଅଞ୍ଚଳବାସୀଙ୍କ ରାସ୍ତାରେ ଜଳସିଞ୍ଚନ ପାଇଁ ଦାବି କରାଯାଉଥିଲେ ହେଁ ଦିନେ ଦୁଇଦିନ ରାସ୍ତାରେ ପାଣି ସିଞ୍ଚନ କରାଯିବା ପରେ ତାହା ବନ୍ଦ ହୋଇଯାଉଛି। ବାମେବାରୀଠାରୁ ବାଂଶପାଣି ପର୍ଯ୍ୟନ୍ତ ଏ ରାସ୍ତାର ସ୍ଥାନେ ସ୍ଥାନେ ରାସ୍ତା ନିର୍ମାଣ କରାଯାଇ ରାସ୍ତାରେ ଛୋଟ ଚଡ ଚିପ୍ସି ପଡିରହୁଛି ା ଯାହା ଫଳରେ ଏହି ରାସ୍ତା ଦେଇ ଯାତାୟତ କରିବା ଅତି ବିପଜ୍ଜନକ ହୋଇପଡିଛି। ସଂପୃକ୍ତ ଠିକାସଂସ୍ଥା ପକ୍ଷରୁ ଏହି ରାସ୍ତା ନିର୍ମାଣରେ ବିଳମ୍ବ କରାଯାଉଥିବାରୁ ଏହି ରାସ୍ତା ଦେଇ ଯୋଡା ବ୍ଲକର ଜଜାଙ୍ଗ, ଜୁରୁଡି, ଜଲହରି, ପଳସା, କାଳିମାଟି ସମେତ ଝୁମ୍ପୁରା ବ୍ଲକ ମହକୁମାର ଲୋକଙ୍କ ପାଇଁ ଯାତାୟତ କରିବା ଦୁର୍ବିସହ ହୋଇପଡିଛି। ଏ ସମ୍ପର୍କରେ ଟେଣ୍ଡର ଜରିଆରେ କାର୍ଯ୍ୟ ପାଇଥିବା ଏକ କମ୍ପାନୀର କନିଷ୍ଠ ଯନ୍ତ୍ରୀ ହିମାଂଶୁ ଚୌଧୁରୀଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଡିଷ୍ଟ୍ରିକ ମିନେରାଲ ଫଣ୍ଡ (ଡିଏମ୍‌ଏଫ୍‌) ପକ୍ଷରୁ ୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ବାମେବାରୀଠାରୁ ବାଂଶପାଣି ପର୍ଯ୍ୟନ୍ତ ୧୩ କି.ମି. ଦୂରତା ବିଶିଷ୍ଟ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଏହି ଠିକାସଂସ୍ଥା ପାଇଛି ା ପିଡବ୍ଲ୍ୟୁଡି ସହିତ ୨୦୨୦ ମସିହା ମଧ୍ୟରେ ଏହି ରାସ୍ତା ନିର୍ମାଣ ଶେଷ କରିବା ପାଇଁ ଚୁକ୍ତି ହୋଇଅଛି ା ତେବେ ଏପର୍ଯ୍ୟନ୍ତ ଶତକଡା ୫୦ ପ୍ରତିଶତ ମଧ୍ୟ କାର୍ଯ୍ୟ ଶେଷ ହୋଇପାରିନାହିଁ। ଏହି ରାସ୍ତା ନିର୍ମାଣର ବିଳମ୍ବ କାରଣ ସମ୍ପର୍କରେ ସେ ଅଧିକ ସୂଚନା ଦେଇ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଥିବା ଇଲେକ୍ଟ୍ରିକ ଖୁଣ୍ଟ ସ୍ଥାନାନ୍ତର ହୋଇପାରିନାହିଁ ା ଜିଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ମଧ୍ୟ ଶେଷ ହୋଇପାରିନାହିଁ , ବିଭିନ୍ନ ସ୍ଥାନରେ ଗଛକଟା ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ ା ଏହା ସହିତ ଏହି ରାସ୍ତା ଦେଇ ଯାଇଥିବା ପାଇପ୍‌ଲାଇନ ମଧ୍ୟ ସ୍ଥାନାନ୍ତର ହୋଇପାରିନାହିଁ। ଏହି ସବୁ କାରଣରୁ ରାସ୍ତା ନିର୍ମାଣରେ ବିଳମ୍ଭ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri