ସରିନି ସଂଗ୍ରାମ, ମିଳିନି ସ୍ବାଧୀନତା

ସବ୍ୟସାଚୀ ଅମିତାଭ
ଦେଶ ସ୍ବାଧୀନତାର ୭୩ତମ ବର୍ଷ ପାଳନ କରୁଛି। ଏହି ପବିତ୍ର ଦିନରେ ସ୍ବାଧୀନତାକୁ ନେଇ ପ୍ରକାଶ ପାଉଛି ଅନେକ ଅନୁଚିନ୍ତା। ହେଲେ ସ୍ବାଧୀନତାର ପରିଭାଷା ବଡ଼ ବ୍ୟାପକ ବୋଲି ସବୁବେଳେ ମତ ପ୍ରକାଶ ପାଏ। କେହି କେହି କହନ୍ତି, ଦେଶ ସ୍ବାଧୀନ ହୋଇଛି ସତ, କିନ୍ତୁ ଅନେକ କ୍ଷେତ୍ରରେ ସ୍ବାଧୀନତା ଆଜି ବି ଅପହଞ୍ଚ। ଅର୍ଥନୈତିକ ବୈଷମ୍ୟଠାରୁ ଆରମ୍ଭକରି ଲିଙ୍ଗଗତ ବିଭେଦକୁ ନେଇ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ଘଟୁଛି। ଯେଉଁ ଆଶା ଓ ସ୍ବପ୍ନ ଦେଖି ଆମ ପୂର୍ବପୁରୁଷମାନେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେସବୁ ପୂରଣ ହୋଇପାରିଛି କି ନାହିଁ ତାହା ଏବେ ବି ପ୍ରଶ୍ନବାଚୀ।
ଏକ ସୁସ୍ଥ ଗଣତନ୍ତ୍ର ବ୍ୟବସ୍ଥା ଗଠନ ପାଇଁ ଗଣଙ୍କ ଭୂମିକା ସର୍ବାଗ୍ରେ। କିନ୍ତୁ ଲୋକପ୍ରତିନିଧି ଚୟନ ପ୍ରକ୍ରିୟାରେ ଏ ଦେଶର ଗଣ ଜାଗ୍ରତ ଥିବା ପରି ମନେହୁଏ ନାହିଁ। ସଂଖ୍ୟାଧିକ ଭୋଟ ଏ ଦେଶରେ ପ୍ରଲୋଭନ ଓ ଉତ୍କୋଚ ଜରିଆରେ ଅକ୍ତିଆର କରାଯାଇ ପାରୁଛି। ଶାସନ ବ୍ୟବସ୍ଥାକୁ ବିତ୍ତଶାଳୀ, ପୁଞ୍ଜିପତି ଓ ବାହୁବଳୀମାନେ କବ୍‌ଜା କରି ନିଜକୁ ସୁହାଇଲା ପରି ଶାସନତନ୍ତ୍ରକୁ ବ୍ୟବହାର କରିପାରୁଛନ୍ତି। ଆମ୍‌ ଆଦ୍‌ମୀ ପାଖରେ ଆଜି ଗଣତନ୍ତ୍ର ଅପହଞ୍ଚ ଅବସ୍ଥାରେ ରହିଛି।
ଦେଶ ସ୍ବାଧୀନ ହେବା ସମୟରେ ଜାତିର ପିତା ମହାତ୍ମାଗାନ୍ଧୀ ଥରେ କହିଥିଲେ, ”ଏବେ ଦେଶ ସ୍ବାଧୀନ ହୋଇନି, କେବଳ ଇଂରେଜମାନେ ଆମ ଦେଶ ଛାଡ଼ି ଯାଇଛନ୍ତି। ଇଂରେଜମାନେ ତିଆରି କରିଥିବା ବ୍ୟବସ୍ଥା, ନିୟମକାନୁନ ସବୁକୁ ଆମକୁ ବଦଳାଇବାକୁ ପଡ଼ିବ।“ ହେଲେ ଜାତିର ପିତାଙ୍କ ଏହି ଦର୍ଶନ ଆଜି କେବଳ ଇତିହାସର ପୃଷ୍ଠାରେ ଦେଖିବାକୁ ମିଳେ।
ଭାରତୀୟମାନେ ବେଶି ଗୌରବାନ୍ବିତ ମନେକରନ୍ତି ଦେଶର ବିଶାଳ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ, ମାତ୍ର ଏହା ସବୁଠାରୁ ବେଶି ତ୍ରୁଟିପୂର୍ଣ୍ଣ ଆଉ ସଂକ୍ରମିତ। ଯେଉଁଠି ଜାତିବାଦ, ସାମ୍ପ୍ରଦାୟିକତା, ପରିବାରବାଦ, ଆଞ୍ଚଳିକତାବାଦ ଓ ସଂରକ୍ଷଣ ଆଧାରରେ ଭୋଟ ଦିଆଯାଏ, ସେଇଟା କ’ଣ ଏକ ସ୍ବାଧୀନ ଦେଶର ସମୃଦ୍ଧ ଗଣତନ୍ତ୍ରର ପରିଭାଷା? ହଁ, ଏଇଟା ଆଶ୍ୱାସନାର ବିଷୟ ହୋଇପାରେ ଯେ ଏ ଦେଶରେ ଏଯାଏଁ କେହି ମିଲିଟାରି ଶାସନ କରିବାର ସ୍ପର୍ଦ୍ଧା କରିନାହାନ୍ତି।
ଦାରିଦ୍ର୍ୟ ଭିତରେ ଆମେ ଆର୍ଥିକ ପ୍ରଗତି ହାସଲ କରିଛୁ। ଅର୍ଥନୈତିକ ପ୍ରଗତିଶୀଳ ରାଷ୍ଟ୍ର ଭାବେ ଦେଶ ମାନ୍ୟତା ପାଇଛି। ଏ କଥା ମଧ୍ୟ ସତ, ଏ ଦେଶରେ ଅଧିକାଂଶ ସମ୍ପତ୍ତି ମୁଷ୍ଟିମେୟ ପୁଞ୍ଜିପତିଙ୍କ କବ୍‌ଜାରେ। ଦେଶ ବିକାଶ ପଥରେ ଅନେକ ପ୍ରତିବନ୍ଧକ ଅଛି ଆଉ ରହିବ। ହେଲେ ଦୁଇଟି ବ୍ୟବସ୍ଥାରେ ସଂସ୍କାର ଆସିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା- ସମ୍ବିଧାନରେ ଯୁଗୋପଯୋଗୀ ସଂସ୍କାର ଓ ଆଉ ରାଜନୈତିକ ବ୍ୟକ୍ତିତ୍ୱ ଓ ଦଳରେ ସାଧୁତା।
ସ୍ବାଧୀନତାର ୭୨ବର୍ଷ ପରେ ବି ଆମ ନେତୃବୃନ୍ଦମାନଙ୍କର ଦୂରଦୃଷ୍ଟି ଓ ଦୃଢ଼ ସଂକଳ୍ପର ଅଭାବ ରହିଛି ଓ ଶାସନ ବା ଅମଲାତନ୍ତ୍ରରେ ଅଭାବ ରହିଛି ଦୃଢ଼ ଇଚ୍ଛାଶକ୍ତିର। ଅନେକ ସମୟରେ ଆମେ ଦେଖୁ, ସ୍ଥାଣୁତା ଯେପରି ସମଗ୍ର ପ୍ରଶାସନକୁ ଅବଶ କରିଦେଇଛି। ଜନତାଙ୍କ ସମୃଦ୍ଧି ପ୍ରତି ଆମ ରାଜନୈତିକ ଦଳଗୁଡ଼ିକ, ନେତୃବୃନ୍ଦ ଓ ପ୍ରଶାସନିକ କଳ କଦାପି ସଚେତନ ନୁହନ୍ତି। ପ୍ରତି ଦଳ ଓ ନେତା ନିଜ ନିଜର କ୍ଷମତାଲିପ୍ସାକୁ ନେଇ ଏତେ ମଗ୍ନ ଯେ, ଦେଶ ପାଇଁ ଚିନ୍ତାକରିବା ଲାଗି କାହା ପାଖରେ ସମୟ ନାହିଁ। ସବୁ ବିଫଳତା ପାଇଁ ଆମେ କେବଳ ଶାସନକୁ ଦୋଷ ଦେଲେ ଚଳିବ ନାହିଁ। କାରଣ ଆମମାନଙ୍କ ନିକଟରେ ମଧ୍ୟ ପାରିବାପଣ, ଆନ୍ତରିକତା, ଦକ୍ଷତା ଓ ପ୍ରତିବଦ୍ଧତାର ଯଥେଷ୍ଟ ଅଭାବ ରହିଛି। ରାଜ୍ୟ ବା ଦେଶ ପାଇଁ ନିର୍ମଳ ହୃଦୟରେ ଦୁଇ ମିନିଟ୍‌ ଚିନ୍ତା କରିବା ଲାଗି ଆମ ପାଖରେ ସମୟ ନାହିଁ। ଆଉ ଗୋଟିଏ ବଡ଼ ଦୁର୍ବଳତା ହେଲା, ସଚେତନ ଗୋଷ୍ଠୀଙ୍କ ଅଭାବ। ଏଠାରେ ପ୍ରତିବାଦର ସ୍ବର କ୍ଷୀଣ। ତେଣୁ ଲୋକମତର ଗୁରୁତ୍ୱ ହିଁ ନାହିଁ। ଫଳତଃ ଅର୍ଥନୈତିକ, ସାମାଜିକ ପ୍ରଗତି ଆଣିବା ପରି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଓ କ୍ଷୁଧା, ଅନାହାର ତଥା ଦାରିଦ୍ର୍ୟ ପରି ପ୍ରସଙ୍ଗ ଥିଲେ ବି ଆମର ରାଜନୈତିକ ନେତୃବୃନ୍ଦ ତାଙ୍କର ମୂଲ୍ୟବାନ୍‌ ସମୟ ନଷ୍ଟ କରିଥାନ୍ତି କାଦୁଅଫିଙ୍ଗା ରାଜନୀତି ତଥା ମୂଲ୍ୟହୀନ ଇସ୍ୟୁଗୁଡ଼ିକରେ।
୬୦ ପ୍ରତିଶତରୁ ଅଧିକ ଲୋକ ଦାରିଦ୍ର୍ୟ ଭିତରେ ଜୀଉଁଛନ୍ତି। ଏବେ ବି ହଜାର ହଜାର ଗାଁ ନିରକ୍ଷରତା ଓ ଅନ୍ଧବିଶ୍ୱାସର ଅନ୍ଧଗଳିରେ ରହିଛି। ପିଇବାକୁ ପାଣି ନାହିଁ, କି ମୁଣ୍ଡ ଉପରେ ଛାତ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁଥିରେ ପଛୁଆ। ଏହାରି ଭିତରେ ଆମେ ସ୍ବପ୍ନ ଦେଖୁଛେ ସମାନତାର। ଆମେ ଚିନ୍ତା କରୁଛେ, ସମସ୍ତେ ପଢ଼ିବେ ସମସ୍ତେ ବଢ଼ିବେ। ହଜାର ହଜାର ଗାଁରେ ଆଜି ବି ବିଜୁଳିବତି ସାତସପନ। ଋଣଭାରରେ ଚାଷୀ ଆତ୍ମହତ୍ୟା କରୁଛି। ଅପପୁଷ୍ଟିରେ ପିଲା ମରୁଛନ୍ତି। ଏହିସବୁ ଘଟଣାକୁ ଆମ ନେତୃବୃନ୍ଦ ଭଲଭାବରେ ଜାଣିଥିଲେ ବି ନୀରବ ରହିଛନ୍ତି। କାରଣ ଏହିସବୁ ପ୍ରସଙ୍ଗ ଓ ଦାରିଦ୍ର୍ୟକୁ ନେଇ ଭୋଟ ହାସଲ କରିହୁଏ ଏହା ସେମାନେ ଭଲଭାବେ ବୁଝିଛନ୍ତି।
ଯେ ପର୍ଯ୍ୟନ୍ତ ଲୋକେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହୋଇନାହାନ୍ତି ସେ ଯାଏଁ ଦେଶ ବା ରାଜ୍ୟର ପ୍ରଗତି ଅସମ୍ଭବ। ଏଥିପାଇଁ ନିଜର ଲୋକଚରିତ୍ର, ଜୀବନଯାପନ ପ୍ରଣାଳୀ ଓ କର୍ମକ୍ଷେତ୍ରରେ ଆଗେ ନିଜକୁ ସୁସଙ୍ଗଠିତ, ପରିମାର୍ଜିତ କରି ଆଦର୍ଶ ମାର୍ଗରେ ପରିଚାଳିତ ହେବାକୁ ହେବ। ଦୁର୍ନୀତିର ମୂଳୋପତ୍ାଟନ ପାଇଁ ସଂଘବଦ୍ଧ ଉଦ୍ୟମକରି ନିଜର ପ୍ରତିବାଦର ସ୍ବରକୁ ମଜଭୁତ, ସ୍ପଷ୍ଟ ଓ ଶାଣିତ କରିବାକୁ ପଡ଼ିବ।
ଭୁବନେଶ୍ୱର, ମୋ-୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?