ସରିଆସୁଛି ସମୟସୀମା, ସରିନି ଚଉଠେ କାମ:୧୬୮ ଜୀବନ ନେଲାଣି ଏନ୍‌ଏଚ୍‌ ୫୫

ଅନୁଗୋଳ ଅଫିସ, ୧୭।୧୨- ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟକୁ ନେଇ ଏବେ ବଢ଼ୁଛି ଅସନ୍ତୋଷ। ଏହି କାର୍ଯ୍ୟ କରୁଥିବା ଠିକାସଂସ୍ଥା ଅତ୍ୟନ୍ତ କଛପ ଗତିରେ କାମ କରୁଥିବାରୁ ନିର୍ଦ୍ଧାରିତ ସମୟସୀମା ଶେଷ ହେବାକୁ ବସିଥିଲେ ବି ଏଯାଏ ଚଉଠେ କାର୍ଯ୍ୟ ଶେଷ ହୋଇପାରି ନ ଥିବା ଅଭିଯୋଗ ହେଉଛି। ଏହାଛଡ଼ା ଠିକା ସଂସ୍ଥା କିମ୍ବା ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷ (ଏନଏଚଏଆଇ) ଖାଲଖମା ମରାମତି କରୁ ନ ଥିବାରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି। ମାତ୍ର ୧୧ ମାସ ମଧ୍ୟରେ ଏହି ରାସ୍ତାରେ ୧୬୮ ଜଣଙ୍କ ଜୀବନ ହାନି ଘଟିଥିବାରୁ ଏହା ଏକ ମରଣଯନ୍ତାରେ ପରିଣତ ହୋଇଥିବା କୁହାଯାଉଛି। ତଥାପି ଅନୁଗୋଳ ଜିଲା ପ୍ରଶାସନ ଏ ଦିଗରେ ଦୃଢ଼ ପଦକ୍ଷେପ ନ ନେଇ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ବିରୋଧରେ ମାତ୍ର ୨ଟି ମାମଲା କରି ବସିପଡ଼ିଥିବାରୁ ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି।
ମଙ୍ଗୁଳିରୁ ଅନୁଗୋଳ ଦେଇ ସମ୍ବଲପୁର ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୋହରୀକରଣ ପାଇଁ ୨୦୧୬ରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ସମ୍ବଲପୁରରୁ ଅନୁଗୋଳ ପର୍ଯ୍ୟନ୍ତ ନିର୍ମାଣ ପାଇଁ ୧୨୫୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଏହି କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଚୁକ୍ତି ମୁତାବକ ହଜାରେ ଦିନରେ ରାସ୍ତା କାମ ଶେଷ କରିବା କଥା। କିନ୍ତୁ ଅବଧି ଶେଷ ହେବାକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ଏଯାବତ୍‌ ଚଉଠେ କାମ ବି ସରିପାରିନି। ଏହି ରାଜପଥରେ ୪ଟି ଓଭରବ୍ରିଜ୍‌, ୩ଟି ଅଣ୍ଡରପାସ୍‌, ୧୦ଟି ସର୍ଭିସ ରୋଡ୍‌, ୨ଟି ଟ୍ରକ୍‌ ପାର୍କିଂ ନିର୍ମାଣ କରାଯିବ। ୩୮ଟି ବଡ଼ ଛକ ଓ ୬୫ଟି ଛୋଟ ଛକର ଉନ୍ନତୀକରଣ ହେବାର ଯୋଜନା ମଧ୍ୟ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଅନୁଗୋଳ-କଟକ ରାସ୍ତା ପାଇଁ ୫୮୩ କୋଟି ଟଙ୍କା ସମ୍ପୃକ୍ତ ଠିକା ସଂସ୍ଥା ନେଇଛି। ହେଲେ ସମ୍ବଲପୁରରୁ ଅନୁଗୋଳ ମଧ୍ୟରେ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଏହି ରାସ୍ତାରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ରାଜପଥରେ ହୋଇଥିବା ଖାଲଖମା ମଧ୍ୟ ମରାମତି କରାଯାଉ ନାହିଁ। ଫଳରେ ଦୈନିକ ଏହି ରାଜପଥରେ କେତେଯେ ଜୀବନ ବାଜି ଲାଗୁଛି ତାହା କହିବା ମୁସ୍କିଲ। ଅନୁଗୋଳ ପରିବହନ ବିଭାଗ ନିକଟରେ ଥିବା ତଥ୍ୟ ଅନୁଯାୟୀ, ୨୬ ନଭେମ୍ବର ସୁଦ୍ଧା ଏହି ରାସ୍ତାରେ ଦୁର୍ଘଟଣା ଯୋଗୁ ୧୬୮ ଜଣଙ୍କ ଜୀବନ ଯାଇଛି। ୧୯୮ ଜଣ ଗୁରୁତର ହୋଇଛନ୍ତି। ୧୦୭ ଜଣ ଆହତ ହୋଇଛନ୍ତି। ତେବେ ଡିସେମ୍ବର ୧୨ ତାରିଖ ସୁଦ୍ଧା ହିସାବ କଲେ ଆହୁରି ୨୦ ଦୁର୍ଘଟଣାରେ ପାଖାପାଖି ୧୦ ଜଣଙ୍କ ଜୀବନ ଯାଇଥିବା ଅନୁମାନ କରାଯାଉଛି। କିନ୍ତୁ ଅନୁଗୋଳ ପ୍ରଶାସନ କେବେ ଚେତିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ବିଶେଷକରି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଏନ୍‌ଏଚ୍‌ଏଆଇକୁ ରାସ୍ତା ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଥାଏ। କିନ୍ତୁ ଦୀର୍ଘ ଦିନ ହେବ ମରାମତି କାର୍ଯ୍ୟ ନ କରିବାରୁ ଅନୁଗୋଳ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦୧୮ରେ ୧୩୩ ଧାରାରେ ମାମଲା ରୁଜୁ କରାଯାଇଥିଲା। ଏହାପରେ ୨୦୧୯ରେ ଆଉ ଏକ ମାମାଲା ରୁଜୁ ହୋଇଥିଲା। ଏହି ମାମଲା ରୁଜୁ ହେବା ପରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗୋଟିଏ ମାସ ମହଲତ ନେଇଥିଲେ। କିନ୍ତୁ ଏହା ମଧ୍ୟରେ ଦୁଇ ମାସ ପୂରି ଯାଇଥିଲେ ମଧ୍ୟ ସେପରି କୌଣସି ମରାମତି କାର୍ଯ୍ୟ କରାଯାଇ ନାହିଁ। ଫଳରେ ଏହି ରାଜପଥରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବା ସହ ଧନୀଜୀବନ ହାନି ହେବାରେ ଲାଗିଛି।
ଏ ନେଇ ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ କହିଛନ୍ତି, ୨୧ କିଲୋମିଟର ବାଇପାସ୍‌ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହା ଶେଷ ହେବା ପାଇଁ ପ୍ରାୟ ୬ ମାସ ଲାଗିବ। ତେଣୁ ନୋ ଏଣ୍ଟ୍ରି ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ସେହିପରି ଦ୍ରୁତ ଗତିରେ ଯାଉଥିବା ଗାଡ଼ିଗୁଡ଼ିକ ଉପରେ ରୋକ୍‌ ଲଗାଇବା ସମ୍ଭବ ହେଉନାହିଁ। ନୂତନ ମୋଟରଯାନ ଆଇନ୍‌ କଡ଼ାକଡ଼ି ଲାଗୁ ହେବା ପରେ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଗୁଡ଼ିକ ଉପରେ ରୋକ୍‌ ଲାଗିପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାସ୍ତା ମରାମତି କରୁ ନ ଥିବାରୁ ଏନ୍‌ଏଚଏଆଇ କର୍ତ୍ତୃପକ୍ଷଙ୍କ ନାମରେ ମଧ୍ୟ ଦୁଇଟି ମାମଲା ରୁଜୁ ହୋଇଥିବା ଅତିରିକ୍ତ ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?