ସରବନ୍ତର ଶ୍ରୀପତିତପାବନ ଯାତ୍ରା

ସରବନ୍ତ ଗଁାଟି ଜଗତ୍‌ସିଂହପୁର ଜିଲାର ଏରସମା ମଣ୍ଡଳରେ ଅଛି। ଜିଲା ସଦର ମହକୁମା ଠାରୁ ବାଲିକୁଦା, ବୋରିକିନା ଓ ଗୋଡ଼ା ବଜାର ଦେଇ ସମୁଦ୍ର କୂଳକୁ ଲମ୍ବିଯାଇଛି ଏହି ପୀଠକୁ ରାସ୍ତା। ମହାପ୍ରଭୁ ବହୁ ପ୍ରାଚୀନ କାଳରୁ ଏଠାରେ ଉପାସିତ ହେଉଛନ୍ତି। ଐତିହ୍ୟ ଅଛି ନିଝାଡ଼ ବନସ୍ତରେ କନ୍ଧମାନଙ୍କର ଜନବସତି ସମୁଦ୍ର ଅଧ ମାଇଲିଏ ଦୂରରେ ଥିଲା। ଆମ୍ବଶାଳ ଜମିଦାରଙ୍କର ବିଶେଷ ପ୍ରଭାବ ନ ଥିଲା କନ୍ଧମାନଙ୍କ ଜନବସତି ଅଞ୍ଚଳରେ, ଯଦିଓ ତାଙ୍କର ଇଲାକା ଭିତରେ କନ୍ଧମାନେ ରହୁଥିଲେ ତଥାପି ତାଙ୍କର ବିଶେଷ କିଛି ଶାସନର ପ୍ରଭାବ ପଡୁ ନ ଥିଲା। ଥରେ ଜମିଦାର ଅନନ୍ତ ମଙ୍ଗରାଜ ଶିକାର କରୁ କରୁ ପଶିଯାଇଥିଲେ କନ୍ଧ ଇଲାକା ଭିତରକୁ। କନ୍ଧମାନଙ୍କର ଭେଣ୍ଡିଆଙ୍କ ଦିହରେ ଏହା ଗଲାନି। ରାଗିଗଲେ। ବିରୋଧ କଲେ। ଭେଟବରଠୁ ଆଉ ସିଆଡ଼ିିକି ଡିଅଁାଇ ଦେଲେନି। ଭେଟବର ଓ ଆଜିର ସରବନ୍ତ ଭିତରେ ସେମାନେ ଲୁଚେଇ ରଖିଥିଲେ ଅନେକ ଧନୁଶର। ଧନୁରେ ଶର ଚଢେଇ ସେମାନେ ଅନନ୍ତ ମଙ୍ଗରାଜଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ସାଙ୍ଗରେ ଯାଇଥିବା ପାର୍ଷଦମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଜନଶ୍ରୁତି ଅଛି ଏତେ ପରିମାଣରେ ଶର ସେମାନେ କାଠ ଫିରକରେ ତିଆରି କରି ଗୁପ୍ତରେ ରଖିଥିଲେ ଯେ, ତାହା ଏକ ବନ୍ତରେ ପରିଣତ ହୋଇଥିଲା। ସେଥିପାଇଁ ତା’ ନଁା ହୋଇଯାଇଥିଲା ସରବନ୍ତ। ଘମାଘୋଟ ଲଢେଇ ହେଲା, କିନ୍ତୁ କନ୍ଧ ଭେଣ୍ଡିଆମାନେ ଯୁଦ୍ଧରେ ପାରିଲେନି। ମଙ୍ଗରାଜେ ଶେଷରେ ତାଙ୍କୁ ପରାସ୍ତ କଲେ। ସେହି ଇଲାକାକୁ ନିଜ ରାଜ୍ୟରେ ମିଶାଇ ଦେଲେ। ସୁରକ୍ଷା ପାଇଁ ଗଡ଼ଟିଏ ପ୍ରତିଷ୍ଠା କଲେ, ନଁା ଦେଇଦେଲେ ଗଡ଼ହରିଶପୁର।
ସରବନ୍ତଠାରେ ଯୁଦ୍ଧ ବିଜୟ ସ୍ମୃତିରେ ପ୍ରତିଷ୍ଠା କରିଥିଲେ ମହାପ୍ରଭୁଙ୍କ ମନ୍ଦିର। ସେତେବେଳେ ଜମିଦାର ଖଞ୍ଜି ଦେଇଥିଲେ ୫୦ ଏକର ଚାଷଜମି। ଆଜି ଉପାସନା ଚାଲିଛି କିନ୍ତୁ ସେତିକି ପରିମାଣର ଚାଷଜମି ଆଉ ନାହିଁ । ମନ୍ଦିରରେ ମହାପ୍ରଭୁଙ୍କର ଏକ ବିଶାଳକାୟ ଶ୍ରୀବିଗ୍ରହଙ୍କୁ ପ୍ରତିଷ୍ଠା କରିଥିଲେ। ଏହି ବିଗ୍ରହମାନଙ୍କୁ ନେଇ ଅନେକ ବର୍ଷ ରଥଯାତ୍ରା ସମ୍ଭବ ହୋଇ ନ ଥିଲା। ତେଣୁ ପଣ୍ଡିତମାନଙ୍କୁ ଡାକି ବହୁ ବିଚାର ବିମର୍ଷ କରି ଶ୍ରୀପତିତପାବନଙ୍କୁ ମନ୍ଦିରରେ ପ୍ରତିଷ୍ଠା କରିଥିଲେ। ମନ୍ଦିରର ମୂଳ ବିଗ୍ରହଙ୍କୁ ରଥରେ ବିଜେ ନ କରାଇ ଶ୍ରୀପତିତପାବନଙ୍କୁ ଗୋଟିଏ ରଥରେ ବିଜେ କରାଇବାର ବ୍ୟବସ୍ଥା କରିଥିଲେ। ଆଜି ବି ଗୋଟିଏ ରଥରେ ଏଠାରେ ଶ୍ରୀପତିତପାବନ ରଥଯାତ୍ରାରେ ବିଜେ କରୁଛନ୍ତି। ଓଡ଼ିଶାରେ ଏହା ଏକମାତ୍ର ପୀଠ ଯେଉଁଠି ରଥଯାତ୍ରା ପ୍ରସିଦ୍ଧ ଶ୍ରୀପତିତପାବନ ଯାତ୍ରା ନାମରେ। ମହାପ୍ରଭୁ ଶ୍ରୀକ୍ଷେତ୍ରରେ ପତିତଉଦ୍ଧାର ପାଇଁ ତିନିରଥରେ ବଡ଼ଦାଣ୍ଡରେ ବିଜେ କରୁଥିଲା ବେଳେ ସରବନ୍ତରେ ଗୋଟିଏ ରଥରେ ପତିତଉଦ୍ଧାର ପାଇଁ ଶ୍ରୀପତିତପାବନ ଆଜି ବିଜେ କରୁଛନ୍ତି।
-ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?