ସରପଞ୍ଚ ପଦବୀ ଲାଗି ଦ୍ୱିମୁଖୀ ଲଢେଇ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୧୧ା୧୧-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ୩ ପଞ୍ଚାୟତରୁ ମାତ୍ର ପକାରୀରେ ହିଁ ଆସନ୍ତା ୨୭ରେ ଉପ ନିର୍ବାଚନ ହେବ। କ୍ରାଣ୍ଡିବାଲି ଏବଂ ସୁମରବନ୍ଧରେ ଭୋଟ ଗ୍ରହଣ ହେବନାହିଁ। କାଣ୍ଡ୍ରିବାଲିରେ ସମିତିସଭ୍ୟ ପାଇଁ ଜଣେ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି। ସୁମରବନ୍ଧରେ ୧୧ ନଂ. ୱାର୍ଡର ସଦସ୍ୟ ଭାବେ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ପକାରୀ ସରପଞ୍ଚ ପଦବୀ ପାଇଁ ଜୋରଦାର ଲଢ଼େଇ ହେବ। ଏଠାରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଟିଏ ରାଜନୈତିକ ଦଳର ସମର୍ଥିତ ପ୍ରାର୍ଥୀ। ବସୁଦେବ କହଁର ଖୋଲା ବହି ଓ ମଙ୍ଗୁଳୁ କହଁର ମାଛ ଚିହ୍ନରେ ନିର୍ବାଚନ ଲଢୁଛନ୍ତି। ପକାରୀର ପୂର୍ବତନ ସରପଞ୍ଚ ବିଧାୟକ ଅଙ୍ଗଦ କହଁର ଅଟନ୍ତି। ସେ ବିଧାୟକ ଭାବେ ନିର୍ବାଚିତ ହେବାପରେ ଏହି ପଦବୀ ପାଇଁ ଉପନିର୍ବାଚନ ହେଉଛି। ବସୁଦେବ ଓ ମଙ୍ଗୁଳୁଙ୍କ ମଧ୍ୟରେ କଡା ଟକ୍କର ହେଉଥିବାବେଳେ ଶାସକ ଦଳର ସମର୍ଥନ ଯାହା ସପକ୍ଷରେ ଯିବ, ସେ ହିଁ ଜିତିବ ବୋଲି ଆଲୋଚନା ହେଉଛି। ନିର୍ବାଚନ ଆଉ ଅଳ୍ପ ଦିନ ଥିବାରୁ ପ୍ରାର୍ଥୀମାନେ ସମର୍ଥକଙ୍କୁ ଧରି ପ୍ରଚାର ଆରମ୍ଭ କରି ଦେଲେଣି। ଏହି ପଞ୍ଚାୟତରେ ମୋଟ ୧୨ଟି ୱାର୍ଡ ରହିଛି। ମୋଟ ଭୋଟ ସଂଖ୍ୟା ୧୨୦୯। ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୬୪୧ ଓ ପୁରୁଷ ଭୋଟରଙ୍କ ସଂଖ୍ୟା ୫୬୮।
ସୂଚନାଯୋଗ୍ୟ, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପକାରୀ ସରପଞ୍ଚ ଭାବେ ଅଙ୍ଗଦ କହଁର ନିର୍ବାଚିତ ହୋଇଥିଲେ। ଚଳିତ ସାଧାରଣ ନିର୍ବାଚନରେ ସେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହେବାରୁ ସେହି ପଦବୀ ଖାଲି ପଡିଥିଲା। ସେତବେଳର ନାଏବ ସରପଞ୍ଚ କିସିମତି କହଁର ସରପଞ୍ଚ ଦାୟିତ୍ୱରେ ରହିଥିଲେ। ହେଲେ ଗତ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଅସ୍ଥାୟୀ ସରପଞ୍ଚ ଭାବେ ୭ ନଂ. ୱାର୍ଡ ମେମ୍ବର ଜନକ କହଁର ଦାୟିତ୍ୱ ନେଇଥିଲେ। କ୍ରାଣ୍ଡିବାଲି ସମିତିସଭ୍ୟ ସସ୍ମିତା କହଁରଙ୍କ ସରକାରୀ ଚାକିରି ହେବାରୁ ତାଙ୍କୁ ପଦବୀ ଛାଡିବାକୁ ପଡିଥିଲା। ଏବେ ଏହି ପଦବୀ ଲାଗି ଜଣେମାତ୍ର ପ୍ରାର୍ଥୀ ଯଶୋଦା କହଁର ନାମାଙ୍କନପତ୍ର ଦାଖଲ କରି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିପରି ସୁମରବନ୍ଧ ୧୧ନଂ. ୱାର୍ଡର ସଦସ୍ୟ ଦିଲୀପ କୁମାର ସାହୁଙ୍କୁ ମଧ୍ୟ ସରକାରୀ ଚାକିରି ମିଳିବାରୁ ସେ ଇସ୍ତଫା ଦେଇଥିଲେ। ମାତ୍ର ଏହି ପଦବୀ ପାଇଁ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri