ସରପଞ୍ଚରୁ ମନ୍ତ୍ରୀ ହେଲେ ଜଗନ୍ନାଥ

ଗୁଣପୁର/ମୁନିଗୁଡ଼ା,୩୦।୫(ଡି.ଏନ.ଏ)- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୫ମ ଥର ପାଇଁ ଗଠିତ ହୋଇଥିବା ସରକାରରେ ବିଷମକଟକ ନିର୍ବାଚନମଣ୍ଡଳୀର ବିଧାୟକ ଜଗନ୍ନାଥ ସାରକାଙ୍କୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ପଦ ମିଳିଛି। ବୁଧବାର ସେ ୨୦ ଜଣିଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ଏ ନେଇ ବିଷମକଟକ ଅଞ୍ଚଳ ସହ ସମଗ୍ର ଜିଲାରେ ଖୁସିର ଲହରି ଖେଳିଯାଇଛି।ଜିଲାର ଦଳୀୟ ନେତା ଏବଂ କର୍ମୀମାନେ ମନ୍ତ୍ରୀ ଜଗନ୍ନାଥଙ୍କ ନିକଟକୁ ଅଭିନନ୍ଦନ ଏବଂ ଶୁଭେଚ୍ଛାର ସୁଅ ଛୁଟିଛି।
ମନ୍ତ୍ରୀ ଜଗନ୍ନାଥଙ୍କ ଘର ବିଷମକଟକ ବ୍ଲକ ଝିଗିଡି ପଞ୍ଚାୟତ ମୁଣ୍ଡା ଗ୍ରାମରେ। ୧୯୯୫ରେ ରାୟଗଡା କଲେଜରେ ଡିଗ୍ରୀ ସରିବା ପରେ ୧୯୯୭ରୁ ୨୦୦୦ ପର୍ଯ୍ୟନ୍ତ ଜୟପୁରରେ ଓକିଲାତି ପାଠ ପଢିଥିଲେ ମନ୍ତ୍ରୀ ଜଗନ୍ନାଥ। ୨୦୦୨ରେ ବିଷମକଟକରେ ଓକିଲାତି ଆରମ୍ଭ କରିଥିଲେ। ଏଥିସହ ଜୟପୁର ରେଡିଓ ଷ୍ଟେଶନରେ ଆଦିବାସୀ ଭାଷାଭିତ୍ତିକ କାର୍ଯ୍ୟକ୍ରମରେ ସଂଯୋଜକ ଭାବେ କାର୍ଯ୍ୟ କରିଛନ୍ତି ସେ। ୧୯୯୭ରେ ପ୍ରଥମ ଥର ପାଇଁ ସମିତି ସଭ୍ୟ ଭାବେ ନିର୍ବାଚନ ମଇଦାନକୁ ଆସିଥିଲେ। ୨୦୦୨ରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୭ରେ ଜିଲା ପରିଷଦ ସଭ୍ୟ ଏବଂ ରାୟଗଡା ଜିଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ପ୍ରଥମେ ବିଧାୟକ ପ୍ରାର୍ଥୀ ଭାବେ ବିଜେଡିରୁ ବିଷମକଟକ ଅଞ୍ଚଳରୁ ପ୍ରତିଦ୍ବନ୍ଦ୍ୱିତା କରି ୩୪୯ ଭୋଟରେ ହାରି ଯାଇଥିଲେ। ସେ ନୀରବ ନ ରହି ଲୋକଙ୍କ ଗହଣରେ ରହିବା ସହ ସମସ୍ତଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିଥିଲେ। ୨୦୧୪ ନିର୍ବାଚନରେ ପୁଣି ଥରେ ସେ ବିଜେଡ଼ିରୁ ପ୍ରାର୍ଥୀ ହୋଇ ଡମ୍ବରୁଧର ଉଲ୍ଲାକାଙ୍କୁ ହରାଇଥିଲେ। ୨୦୧୯ରେ ମଧ୍ୟ ଜଗନ୍ନାଥ ପ୍ରତିଦ୍ବନ୍ଦ୍ୱିତା କରି ବିଜୟ ଲାଭ କରିଛନ୍ତି। କ୍ରମାଗତ ଭାବେ ଦୁଇଥର ବିଜୟ ଦଳ ନେତୃବୃନ୍ଦଙ୍କ ନିକଟରେ ଜଗନ୍ନାଥ ପ୍ରିୟପାତ୍ର ହୋଇପାରିଛନ୍ତି। ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ମନ୍ତ୍ରୀ ଜଗନ୍ନାଥ ପିଲା ଦିନେ ବହୁତ କଷ୍ଟରେ ପାଠ ପଢା ସାରିବା ସହ ବାପାଙ୍କ ସହିତ ମିଶି ଚାଷ କାର୍ଯ୍ୟରେ ସହଯୋଗ କରୁଥିଲେ ା ବିଧାୟକ ଥିବା ସମୟରେ ମଧ୍ୟ ସେ ବିଲକୁ ଯାଇ ହଳଲଙ୍ଗଳ ଧରୁଥିଲେ। ଯାହା ପାଇଁ ସେ ଖୁବ୍‌ ଚର୍ଚ୍ଚାର ବିଷୟ ଥିଲେ ା ଏପରି ଆଦର୍ଶ ଏବଂ ଶୃଙ୍ଖଳିତ ଜୀବନ ପାଇଁ ଜଗନ୍ନାଥଙ୍କୁ ମନ୍ତ୍ରୀ ପଦ ମିଳିବାରେ ସହାୟକ ହୋଇଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି।
ସେ ମନ୍ତ୍ରୀପଦ ପାଇବା ଯେତିକି ଆନନ୍ଦ ଦାୟକ ସମସ୍ୟା ମଧ୍ୟ ସେମିତି ଚାଲେଞ୍ଜ ହୋଇଛି। କାରଣ ଅବିଭକ୍ତ କୋରାପୁଟ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ରହିଛି ଆଦିବାସୀଙ୍କ ନାନା ସମସ୍ୟା। ବିଭିନ୍ନ ଉପଖଣ୍ଡ ସଦର ମହକୁମାରେ ଆଇଟିଡିଏ ପ୍ରକଳ୍ପ କାଯର୍ର୍‌ୟକାରୀ ହେଉଛି। ଏହି ଅନୁଷ୍ଠାନକୁ କିପରି ଅଧିକମାତ୍ରାରେ ଅନୁଦାନ ଆସି ଆଦିବାସୀଙ୍କ ବିକାଶ କରାଯିବ, ତାହା ବଡ ସମସ୍ୟା ହୋଇରହିଛି ା ସେହିପରି କଲ୍ୟାଣବିଭାଗ ଦ୍ବାରା ପରିଚାଳିତ ସ୍କୁଲଗୁଡିକରେ ଶିକ୍ଷକ ଅଭାବ ା କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପିଲାଙ୍କ ଶିକ୍ଷାରମାନ ବୃଦ୍ଧି ପାଉନାହିଁ। ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେବାସହ ମାଟ୍ରିକ ପରୀକ୍ଷା ଫଳାଫଳ ମଧ୍ୟ ନୈରାଶ୍ୟଜନକ ରହୁଛି। କଲ୍ୟାଣବିଭାଗ ଦ୍ବାରା ପରିଚାଳିତ ସ୍କୁଲଗୁଡିକରେ ଦିନକୁ ଦିନ ଯୌନ ନିର୍ଯାତନା ବୃଦ୍ଧି ପାଉଥିବାବଳେ ଏହାକୁ ରୋକାଯିବା ଦିଗରେ ମନ୍ତ୍ରୀଙ୍କ କଣ ପଦକ୍ଷେପ ରହୁଛି ତାହା ଉପରେ ସମସ୍ତଙ୍କ ନଜର। ସେହିପରି ଗୁଣପୁର ବ୍ଲକର ଅନେକ ଅଞ୍ଚଳରେ ଲାଞ୍ଜିଆ ସୌରା ଜନଜାତିର ଲୋକ ବସବାସ କରୁଛନ୍ତି। ସେମାନଙ୍କ ବିକାଶ ପାଇଁ ପୁଟାସିଂଠାରେ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା ରହିଛି। ଅଫିସ ପୁଟାସିଂରେ ହେଲେ ଏହାର କାର୍ଯ୍ୟକ୍ଷେତ୍ର ହେଉଛି ଶଗଡା ପଞ୍ଚାୟତରେ। ଏହାକୁ ନେଇ ଲାଞ୍ଜିଆ ସୌରା ଲୋକଙ୍କ ମଧ୍ୟର ତୀବ୍ର ଅସନ୍ତୋଷ ଲାଗି ରହୁଛି। ଏହାକୁ ନେଇ ସେମାନେ ଅନେକ ଥର ରାଜାରାସ୍ତାକୁ ଓହ୍ଲାଇଛନ୍ତି। ଗୁଣପୁର ବ୍ଲକର ଚିନାସାରି, କୁଲୁସିଂ, ପୁଟାସିଂ, ଶଗଡା, ଜଲତାର ଏବଂ ଟଲଣା ଅଞ୍ଚଳରେ ବିଶେଷକରି ଏହି ଜନଜାତି ଲୋକେ ବହୁଳ ଭାବେ ରହୁଛନ୍ତି। ଦୀର୍ଘବର୍ଷ ଧରି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବାକୁ ଦାବି କରି ଆସୁଛନ୍ତି। କାଶୀପୁର ଅଞ୍ଚଳରେ ରହୁଥିବା ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଦାବି ମଧ୍ୟ ମୁଖ୍ୟ ସମସ୍ୟା। ଏହି ଦାବି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଁଞ୍ଚିଛି। ଏହି ଦାବିକୁ ନେଇ ଝୋଡିଆ ସମ୍ପ୍ରଦାୟର ଲୋକମାନେ ବଳିଦାନ ମଧ୍ୟ ଦେଇଛନ୍ତି। ବିଷମକଟକ ନିର୍ବାଚନମଣ୍ଡଳୀରେ ବସବାସ କରୁଥିବା ଡଙ୍ଗରିଆ କନ୍ଧଙ୍କ ବିକାଶ ଦିଗରେ ମନ୍ତ୍ରୀ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର। ଏପରି ଅନେକ ସମସ୍ୟା ଏବେ ମନ୍ତ୍ରୀଙ୍କ ପାଇଁ କଡା ଚାଲେଞ୍ଜ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ

ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri