ସରପଞ୍ଚରୁ ମନ୍ତ୍ରୀ ହେଲେ ଜଗନ୍ନାଥ

ଗୁଣପୁର/ମୁନିଗୁଡ଼ା,୩୦।୫(ଡି.ଏନ.ଏ)- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୫ମ ଥର ପାଇଁ ଗଠିତ ହୋଇଥିବା ସରକାରରେ ବିଷମକଟକ ନିର୍ବାଚନମଣ୍ଡଳୀର ବିଧାୟକ ଜଗନ୍ନାଥ ସାରକାଙ୍କୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ପଦ ମିଳିଛି। ବୁଧବାର ସେ ୨୦ ଜଣିଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ଏ ନେଇ ବିଷମକଟକ ଅଞ୍ଚଳ ସହ ସମଗ୍ର ଜିଲାରେ ଖୁସିର ଲହରି ଖେଳିଯାଇଛି।ଜିଲାର ଦଳୀୟ ନେତା ଏବଂ କର୍ମୀମାନେ ମନ୍ତ୍ରୀ ଜଗନ୍ନାଥଙ୍କ ନିକଟକୁ ଅଭିନନ୍ଦନ ଏବଂ ଶୁଭେଚ୍ଛାର ସୁଅ ଛୁଟିଛି।
ମନ୍ତ୍ରୀ ଜଗନ୍ନାଥଙ୍କ ଘର ବିଷମକଟକ ବ୍ଲକ ଝିଗିଡି ପଞ୍ଚାୟତ ମୁଣ୍ଡା ଗ୍ରାମରେ। ୧୯୯୫ରେ ରାୟଗଡା କଲେଜରେ ଡିଗ୍ରୀ ସରିବା ପରେ ୧୯୯୭ରୁ ୨୦୦୦ ପର୍ଯ୍ୟନ୍ତ ଜୟପୁରରେ ଓକିଲାତି ପାଠ ପଢିଥିଲେ ମନ୍ତ୍ରୀ ଜଗନ୍ନାଥ। ୨୦୦୨ରେ ବିଷମକଟକରେ ଓକିଲାତି ଆରମ୍ଭ କରିଥିଲେ। ଏଥିସହ ଜୟପୁର ରେଡିଓ ଷ୍ଟେଶନରେ ଆଦିବାସୀ ଭାଷାଭିତ୍ତିକ କାର୍ଯ୍ୟକ୍ରମରେ ସଂଯୋଜକ ଭାବେ କାର୍ଯ୍ୟ କରିଛନ୍ତି ସେ। ୧୯୯୭ରେ ପ୍ରଥମ ଥର ପାଇଁ ସମିତି ସଭ୍ୟ ଭାବେ ନିର୍ବାଚନ ମଇଦାନକୁ ଆସିଥିଲେ। ୨୦୦୨ରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୭ରେ ଜିଲା ପରିଷଦ ସଭ୍ୟ ଏବଂ ରାୟଗଡା ଜିଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ପ୍ରଥମେ ବିଧାୟକ ପ୍ରାର୍ଥୀ ଭାବେ ବିଜେଡିରୁ ବିଷମକଟକ ଅଞ୍ଚଳରୁ ପ୍ରତିଦ୍ବନ୍ଦ୍ୱିତା କରି ୩୪୯ ଭୋଟରେ ହାରି ଯାଇଥିଲେ। ସେ ନୀରବ ନ ରହି ଲୋକଙ୍କ ଗହଣରେ ରହିବା ସହ ସମସ୍ତଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିଥିଲେ। ୨୦୧୪ ନିର୍ବାଚନରେ ପୁଣି ଥରେ ସେ ବିଜେଡ଼ିରୁ ପ୍ରାର୍ଥୀ ହୋଇ ଡମ୍ବରୁଧର ଉଲ୍ଲାକାଙ୍କୁ ହରାଇଥିଲେ। ୨୦୧୯ରେ ମଧ୍ୟ ଜଗନ୍ନାଥ ପ୍ରତିଦ୍ବନ୍ଦ୍ୱିତା କରି ବିଜୟ ଲାଭ କରିଛନ୍ତି। କ୍ରମାଗତ ଭାବେ ଦୁଇଥର ବିଜୟ ଦଳ ନେତୃବୃନ୍ଦଙ୍କ ନିକଟରେ ଜଗନ୍ନାଥ ପ୍ରିୟପାତ୍ର ହୋଇପାରିଛନ୍ତି। ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ମନ୍ତ୍ରୀ ଜଗନ୍ନାଥ ପିଲା ଦିନେ ବହୁତ କଷ୍ଟରେ ପାଠ ପଢା ସାରିବା ସହ ବାପାଙ୍କ ସହିତ ମିଶି ଚାଷ କାର୍ଯ୍ୟରେ ସହଯୋଗ କରୁଥିଲେ ା ବିଧାୟକ ଥିବା ସମୟରେ ମଧ୍ୟ ସେ ବିଲକୁ ଯାଇ ହଳଲଙ୍ଗଳ ଧରୁଥିଲେ। ଯାହା ପାଇଁ ସେ ଖୁବ୍‌ ଚର୍ଚ୍ଚାର ବିଷୟ ଥିଲେ ା ଏପରି ଆଦର୍ଶ ଏବଂ ଶୃଙ୍ଖଳିତ ଜୀବନ ପାଇଁ ଜଗନ୍ନାଥଙ୍କୁ ମନ୍ତ୍ରୀ ପଦ ମିଳିବାରେ ସହାୟକ ହୋଇଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି।
ସେ ମନ୍ତ୍ରୀପଦ ପାଇବା ଯେତିକି ଆନନ୍ଦ ଦାୟକ ସମସ୍ୟା ମଧ୍ୟ ସେମିତି ଚାଲେଞ୍ଜ ହୋଇଛି। କାରଣ ଅବିଭକ୍ତ କୋରାପୁଟ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ରହିଛି ଆଦିବାସୀଙ୍କ ନାନା ସମସ୍ୟା। ବିଭିନ୍ନ ଉପଖଣ୍ଡ ସଦର ମହକୁମାରେ ଆଇଟିଡିଏ ପ୍ରକଳ୍ପ କାଯର୍ର୍‌ୟକାରୀ ହେଉଛି। ଏହି ଅନୁଷ୍ଠାନକୁ କିପରି ଅଧିକମାତ୍ରାରେ ଅନୁଦାନ ଆସି ଆଦିବାସୀଙ୍କ ବିକାଶ କରାଯିବ, ତାହା ବଡ ସମସ୍ୟା ହୋଇରହିଛି ା ସେହିପରି କଲ୍ୟାଣବିଭାଗ ଦ୍ବାରା ପରିଚାଳିତ ସ୍କୁଲଗୁଡିକରେ ଶିକ୍ଷକ ଅଭାବ ା କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପିଲାଙ୍କ ଶିକ୍ଷାରମାନ ବୃଦ୍ଧି ପାଉନାହିଁ। ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେବାସହ ମାଟ୍ରିକ ପରୀକ୍ଷା ଫଳାଫଳ ମଧ୍ୟ ନୈରାଶ୍ୟଜନକ ରହୁଛି। କଲ୍ୟାଣବିଭାଗ ଦ୍ବାରା ପରିଚାଳିତ ସ୍କୁଲଗୁଡିକରେ ଦିନକୁ ଦିନ ଯୌନ ନିର୍ଯାତନା ବୃଦ୍ଧି ପାଉଥିବାବଳେ ଏହାକୁ ରୋକାଯିବା ଦିଗରେ ମନ୍ତ୍ରୀଙ୍କ କଣ ପଦକ୍ଷେପ ରହୁଛି ତାହା ଉପରେ ସମସ୍ତଙ୍କ ନଜର। ସେହିପରି ଗୁଣପୁର ବ୍ଲକର ଅନେକ ଅଞ୍ଚଳରେ ଲାଞ୍ଜିଆ ସୌରା ଜନଜାତିର ଲୋକ ବସବାସ କରୁଛନ୍ତି। ସେମାନଙ୍କ ବିକାଶ ପାଇଁ ପୁଟାସିଂଠାରେ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା ରହିଛି। ଅଫିସ ପୁଟାସିଂରେ ହେଲେ ଏହାର କାର୍ଯ୍ୟକ୍ଷେତ୍ର ହେଉଛି ଶଗଡା ପଞ୍ଚାୟତରେ। ଏହାକୁ ନେଇ ଲାଞ୍ଜିଆ ସୌରା ଲୋକଙ୍କ ମଧ୍ୟର ତୀବ୍ର ଅସନ୍ତୋଷ ଲାଗି ରହୁଛି। ଏହାକୁ ନେଇ ସେମାନେ ଅନେକ ଥର ରାଜାରାସ୍ତାକୁ ଓହ୍ଲାଇଛନ୍ତି। ଗୁଣପୁର ବ୍ଲକର ଚିନାସାରି, କୁଲୁସିଂ, ପୁଟାସିଂ, ଶଗଡା, ଜଲତାର ଏବଂ ଟଲଣା ଅଞ୍ଚଳରେ ବିଶେଷକରି ଏହି ଜନଜାତି ଲୋକେ ବହୁଳ ଭାବେ ରହୁଛନ୍ତି। ଦୀର୍ଘବର୍ଷ ଧରି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବାକୁ ଦାବି କରି ଆସୁଛନ୍ତି। କାଶୀପୁର ଅଞ୍ଚଳରେ ରହୁଥିବା ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଦାବି ମଧ୍ୟ ମୁଖ୍ୟ ସମସ୍ୟା। ଏହି ଦାବି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଁଞ୍ଚିଛି। ଏହି ଦାବିକୁ ନେଇ ଝୋଡିଆ ସମ୍ପ୍ରଦାୟର ଲୋକମାନେ ବଳିଦାନ ମଧ୍ୟ ଦେଇଛନ୍ତି। ବିଷମକଟକ ନିର୍ବାଚନମଣ୍ଡଳୀରେ ବସବାସ କରୁଥିବା ଡଙ୍ଗରିଆ କନ୍ଧଙ୍କ ବିକାଶ ଦିଗରେ ମନ୍ତ୍ରୀ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର। ଏପରି ଅନେକ ସମସ୍ୟା ଏବେ ମନ୍ତ୍ରୀଙ୍କ ପାଇଁ କଡା ଚାଲେଞ୍ଜ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

୨୦ ବର୍ଷରେ ପାଦ ଥାପିବ ଟାଉନ ଦୁର୍ଗାପୂଜା କମିଟି, ବଂଶଧାରା ନଦୀତଟରେ ପୂଜାର୍ଚ୍ଚନା

ଗୁଡ଼ାରି,୧୯ା୯(ପ୍ରମୋଦ କୁମାର ପତି): ପବିତ୍ର ରାଧାଷ୍ଟମୀ ଅବସରରେ ଶନିବାର ଗୁଡ଼ାରି ଟାଉନ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ନିମନ୍ତେ ମୃତ୍ତିକା ପୂଜା ଅନୁଷ୍ଠିତ ହୋଇଯାଇଛି। ପବିତ୍ର ବଂଶଧାରା…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

୧୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଗୁଡ଼ାରି,୧୭ା୯(ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ୧୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। ସହରର ୧୪…

ହତ୍ୟା କରିବା ପରେ ବାଇକ୍‌ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ, ଆଜି ପୂରା ଘଟଣାର ପର୍ଦ୍ଦାଫାଶ କରି…

ଗୁଣପୁର,୧୭ା୯(ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?