ସରକାରୀ ହସ୍ପିଟାଲ ଭୁଇଁରେ ଲୋଟୁଛନ୍ତି ରୋଗୀ :ଶଯ୍ୟା ନାହିଁ କି ସାଲାଇନ ଷ୍ଟାଣ୍ଡ ନାହିଁ

ନୂଆପଡା ଅଫିସ/ଖଡିଆଳ,୨୧।୯(ଡି.ଏନ.ଏ.)
ନୂଆପଡା ଜିଲାର ସବୁଠାରୁ ଏକ ଜନବହୁଳ ସହର ଭାବେ ଖଡିଆଳ ଜଣାଶୁଣା । ବିଭିନ୍ନ ସମୟରେ ନେତା ଅଧିକାରୀମାନେ ଏଠିକାର ଉନ୍ନତି ସକାଶେ ଅଣ୍ଟା ଭିଡୁଥିବା କୁହାଯାଉଥିବାବେଳେ ପ୍ରକୃତପକ୍ଷେ କୌଣସି ସୁଫଳ ମିଳିପାରୁନାହିଁ। ଖଡିଆଳ ସରକାରୀ ହସ୍ପିଟାଲ ଏହାର ଏକ ନଗ୍ନ ନମୁନା ମାତ୍ର । ସରକାରୀ ହସ୍ପିଟାଲ ନାଁକୁ ମାତ୍ର ଛିଡା ହୋଇରହିଛି । ଲୋକେ ସୁବିଧା ନ ପାଇ ବାଧ୍ୟ ହୋଇ ବାହାରର ବେସରକାରୀ ହସ୍ପିଟାଲକୁ ଯାଇ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ବିଭିନ୍ନ ମହଲରେ ଜନଅସନ୍ତୋଷ ଦାନା ବାନ୍ଧୁଛି ।
ଖଡିଆଳ ସହର ମଧ୍ୟରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଏଠାକୁ ଖଡିଆଳ ସହର ସମେତ ପଡୋଶୀ ବୋଡେନ, ସିନାପାଲି ଏବଂ ବଲାଙ୍ଗୀର ଜିଲାର ବଙ୍ଗୋମୁଣ୍ଡା ଆଦି ବ୍ଲକର ଶତାଧିକ ରୋଗୀ ଆସି ଚିକିତ୍ସା ସେବା ପାଇଥାନ୍ତି । ଏଥିସକାଶେ ସରକାର ବାର୍ଷିକ ବହୁ ଟଙ୍କାର ଯୋଜନା କରିଛନ୍ତି । ମୁକ୍ତରେ ଔଷଧ, ଚିକିତ୍ସା ବ୍ୟବସ୍ଥା କରିଛନ୍ତି । ହେଲେ ଏଠାରେ ରୋଗୀଙ୍କ ସକାଶେ ଶଯ୍ୟା କି ସାଲାଇନ ଷ୍ଟାଣ୍ଡ ମଧ୍ୟ ଉପଲବ୍ଧ ହେଉ ନ ଥିବାରୁ ଲୋକେ ନାକ ଟେକୁଛନ୍ତି । ରୋଗୀମାନେ ବାଧ୍ୟ ହୋଇ ତଳେ ଶୋଇ ଚିକିତ୍ସିତ ହେଉଥିବା ଦେଖାଯାଉଛି । ଏପରିକି ରୋଗୀଙ୍କୁ ମୁକ୍ତରେ ଔଷଧ ମିଳୁ ନ ଥିବାରୁ ବାଧ୍ୟ ହୋଇ ବାହାରୁ କିଣୁଥିବା ଅଭିଯୋଗ ହୋଇଛି । ଏହା ଉପରେ ଜିଲା ଦଳିତ ଏକତା ମନଚ ସଭାପତି କମଳ ଚରଣ ତାଣ୍ଡି ଅଭିଯୋଗ ଆଣିଥିବାବେଳେ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri