ସରକାରୀ ଯୋଜନା ଅପହଞ୍ଚ ଭଙ୍ଗାଘରେ ବିତୁଛି ବୃଦ୍ଧାଙ୍କ ଜୀବନ

ରଣପୁର,୧୩।୧୦(ସ୍ବ.ପ୍ର.)-ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଛନ୍ତି । ତେବେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାରୀ ଯୋଜନା ନୟାଗଡ ଜିଲା ରଣପୁର ବ୍ଲକରେ ସାତ ସପନ ହୋଇଛି । ଯାହାର ଉଦାହରଣ ରଣପୁର ବ୍ଲକ ଯଶୋଦାପୁର ପଞ୍ଚାୟତର ଧମଡା ଗଁାରେ ଦେଖିବାକୁ ମିଳିଛି। ଉକ୍ତ ଗଁାର ୭୦ ବର୍ଷ ବୟସ୍କା ବୃଦ୍ଧା ବୁଧେଇ ଦେଈ ଆବାସ ଯୋଜନାରେ ଘରଟିଏ ଓ ବିଧବା ଭତ୍ତା ପାଇବା ପାଇଁ ବାରମ୍ବାର ସରପଞ୍ଚ, ବିଡିଓ, ଜିଲାପାଳଙ୍କୁ ଭେଟୁଥିଲେ ମଧ୍ୟ ଏ ଯାଏଁ ସୁଫଳ ମିଳିନି। ଏଭଳିସ୍ଥଳେ ସରକାରୀ ଯୋଜନା କାହା ପାଇଁ ଉଦ୍ଦିଷ୍ଟ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଥାଉକି, ଧମଡା ଗଁାର ବୁଧେଇ ଦେଈଙ୍କ ସ୍ବାମୀ ଅନନ୍ତ ସାହୁଙ୍କ ୧୦ ବର୍ଷ ତଳେ ମୃତ୍ୟୁ ହୋଇଛି । ସନ୍ତାନସନ୍ତତି ନ ଥିବାରୁ ସ୍ବାମୀଙ୍କ ମୃତ୍ୟୁ ପରେ ବୁଧେଇ ନିଃସହାୟ ହୋଇପଡିଛନ୍ତି। ସ୍ବାମୀ ବଞ୍ଚତ୍ଥିବାବେଳେ ବୁଧେଇ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଓ ଇନ୍ଦିରାଆବାସରେ ଘରଟିଏ ପାଇବାକୁ ଆବେଦନ କରିଥିଲେ। ଏଥିପାଇଁ କେତେ ସରକାରୀ ବାବୁ ଓ ରାଜନେତାଙ୍କୁ ଅନୁରୋଧ କରିଥିଲେ ବି ଶୁଭଦୃଷ୍ଟି ପଡି ନ ଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ବି ବୁଧେଇଙ୍କ ପ୍ରତି କାହାର ଦୟା ହେଲା ନାହିଁ। ସ୍ବାମୀ ଅନନ୍ତଙ୍କ ମୃତ୍ୟୁ ଘଟିବାର ୧୦ ବର୍ଷ ପରେବି ବିଧବା ଭତ୍ତା ହୋଇ ପାରିଲା ନାହିଁ । ଭଙ୍ଗା ଘରେ ରହୁଥିଲେ ବି ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଟିଏ ମଧ୍ୟ ତାଙ୍କୁ ମିଳିଲା ନାହିଁ । କେବଳ ରାଶନ କାର୍ଡ ଅଛି । ରାଶନ କାର୍ଡକୁ ଛାଡିଦେଲେ ଅନ୍ୟ ସରକାରୀ ଯୋଜନା ବୁଧେଇଙ୍କ ପାଇଁ ସତେ ଯେପରି ମନା ହୋଇଛି। ଏ ସମ୍ପର୍କରେ ବୁଧେଇ କୁହନ୍ତି ସରକାରୀ ଯୋଜନାରେ ଘର କି ଭତ୍ତା ପାଇବା ପାଇଁ ଲାଞ୍ଚ ଦେବାକୁ ମୋ ପାଖରେ ଟଙ୍କା ନାହିଁ । ଶୁଣିଛି ବିନା ଟଙ୍କାରେ କୌଣସି କାର୍ଯ୍ୟ ହେଉ ନାହିଁ । ସ୍ବାମୀଙ୍କ ପରି ମୁଁ ମଧ୍ୟ ଦୁଃଖ କଷ୍ଟରେ ମରିଯିବି ବୋଲି କୋହଭରା କଣ୍ଠରେ କହିଥିଲେ ବୁଧେଇ। ଏନେଇ ରଣପୁର ବିଡିଓ ରଶ୍ମିରେଖା ଦାସ କୁହନ୍ତି, ଧମଡା ଗଁାର ବୁଧେଇ ଦେଈ ଭତ୍ତା କି ଆବାସ ଯୋଜନାରେ ଘର ପାଇ ନ ଥିବା ମୁଁ ଅବଗତ ନ ଥିଲି । ଆବଦେନ କରିଥିଲେ ବିଚାରକୁ ନେଇ ତୁରନ୍ତ ପଦକ୍ଷେପ ନେବି ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ଦିଲ୍ଲୀରେ ମେଟ୍ରୋ ବନ୍ଦ ମାମଲା: CJI କହିଲେ ଲଞ୍ଚ୍‌ ପରେ ଦେଖିବା…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସୁରକ୍ଷା କାରଣରୁ ୧୬ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି। ଏହି ମାମଲା ଏବେ ସୁପ୍ରିମ୍ କୋର୍ଟରେ ପହଞ୍ଚିଛି। SCBA…

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

‘ଯଦି ମୋତେ ଆଜି ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri