ସରକାରୀ ଯୋଜନା ଅପହଞ୍ଚ ଭଙ୍ଗାଘରେ ବିତୁଛି ବୃଦ୍ଧାଙ୍କ ଜୀବନ

ରଣପୁର,୧୩।୧୦(ସ୍ବ.ପ୍ର.)-ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଛନ୍ତି । ତେବେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାରୀ ଯୋଜନା ନୟାଗଡ ଜିଲା ରଣପୁର ବ୍ଲକରେ ସାତ ସପନ ହୋଇଛି । ଯାହାର ଉଦାହରଣ ରଣପୁର ବ୍ଲକ ଯଶୋଦାପୁର ପଞ୍ଚାୟତର ଧମଡା ଗଁାରେ ଦେଖିବାକୁ ମିଳିଛି। ଉକ୍ତ ଗଁାର ୭୦ ବର୍ଷ ବୟସ୍କା ବୃଦ୍ଧା ବୁଧେଇ ଦେଈ ଆବାସ ଯୋଜନାରେ ଘରଟିଏ ଓ ବିଧବା ଭତ୍ତା ପାଇବା ପାଇଁ ବାରମ୍ବାର ସରପଞ୍ଚ, ବିଡିଓ, ଜିଲାପାଳଙ୍କୁ ଭେଟୁଥିଲେ ମଧ୍ୟ ଏ ଯାଏଁ ସୁଫଳ ମିଳିନି। ଏଭଳିସ୍ଥଳେ ସରକାରୀ ଯୋଜନା କାହା ପାଇଁ ଉଦ୍ଦିଷ୍ଟ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଥାଉକି, ଧମଡା ଗଁାର ବୁଧେଇ ଦେଈଙ୍କ ସ୍ବାମୀ ଅନନ୍ତ ସାହୁଙ୍କ ୧୦ ବର୍ଷ ତଳେ ମୃତ୍ୟୁ ହୋଇଛି । ସନ୍ତାନସନ୍ତତି ନ ଥିବାରୁ ସ୍ବାମୀଙ୍କ ମୃତ୍ୟୁ ପରେ ବୁଧେଇ ନିଃସହାୟ ହୋଇପଡିଛନ୍ତି। ସ୍ବାମୀ ବଞ୍ଚତ୍ଥିବାବେଳେ ବୁଧେଇ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଓ ଇନ୍ଦିରାଆବାସରେ ଘରଟିଏ ପାଇବାକୁ ଆବେଦନ କରିଥିଲେ। ଏଥିପାଇଁ କେତେ ସରକାରୀ ବାବୁ ଓ ରାଜନେତାଙ୍କୁ ଅନୁରୋଧ କରିଥିଲେ ବି ଶୁଭଦୃଷ୍ଟି ପଡି ନ ଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ବି ବୁଧେଇଙ୍କ ପ୍ରତି କାହାର ଦୟା ହେଲା ନାହିଁ। ସ୍ବାମୀ ଅନନ୍ତଙ୍କ ମୃତ୍ୟୁ ଘଟିବାର ୧୦ ବର୍ଷ ପରେବି ବିଧବା ଭତ୍ତା ହୋଇ ପାରିଲା ନାହିଁ । ଭଙ୍ଗା ଘରେ ରହୁଥିଲେ ବି ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଟିଏ ମଧ୍ୟ ତାଙ୍କୁ ମିଳିଲା ନାହିଁ । କେବଳ ରାଶନ କାର୍ଡ ଅଛି । ରାଶନ କାର୍ଡକୁ ଛାଡିଦେଲେ ଅନ୍ୟ ସରକାରୀ ଯୋଜନା ବୁଧେଇଙ୍କ ପାଇଁ ସତେ ଯେପରି ମନା ହୋଇଛି। ଏ ସମ୍ପର୍କରେ ବୁଧେଇ କୁହନ୍ତି ସରକାରୀ ଯୋଜନାରେ ଘର କି ଭତ୍ତା ପାଇବା ପାଇଁ ଲାଞ୍ଚ ଦେବାକୁ ମୋ ପାଖରେ ଟଙ୍କା ନାହିଁ । ଶୁଣିଛି ବିନା ଟଙ୍କାରେ କୌଣସି କାର୍ଯ୍ୟ ହେଉ ନାହିଁ । ସ୍ବାମୀଙ୍କ ପରି ମୁଁ ମଧ୍ୟ ଦୁଃଖ କଷ୍ଟରେ ମରିଯିବି ବୋଲି କୋହଭରା କଣ୍ଠରେ କହିଥିଲେ ବୁଧେଇ। ଏନେଇ ରଣପୁର ବିଡିଓ ରଶ୍ମିରେଖା ଦାସ କୁହନ୍ତି, ଧମଡା ଗଁାର ବୁଧେଇ ଦେଈ ଭତ୍ତା କି ଆବାସ ଯୋଜନାରେ ଘର ପାଇ ନ ଥିବା ମୁଁ ଅବଗତ ନ ଥିଲି । ଆବଦେନ କରିଥିଲେ ବିଚାରକୁ ନେଇ ତୁରନ୍ତ ପଦକ୍ଷେପ ନେବି ।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri